Advertisment

ସଙ୍ଗୀନ ଅଭିଯୋଗ ଆଣିଲେ ସୁମୋନା, କହିଲେ- କପିଲ ମୋ ସହ…

ମୁମ୍ବାଇ: ଦ କପିଲ ଶର୍ମା ଶୋ’। ଟେଲିଭିଜନ ଦୁନିଆର ସବୁଠାରୁ ଲୋକପ୍ରିୟ ସିରିଏଲ ମଧ୍ୟରୁ ଏହା ଅନ୍ୟତମ। କପିଲ ଶର୍ମାଙ୍କ କମେଡି ତଡକା ଦେଖିବାକୁ ପ୍ରାୟ ସମସ୍ତେ ପାଗଳ। ପିଲା ଠାରୁ ଆରମ୍ଭ କରି ବୁଢ଼ା ସମସ୍ତେ ଏହି ଶୋ’ର ଫ୍ୟାନ୍‌। ତେବେ ଏହି ଶୋ’ ଯେତିକି ପପୁଲାର ସେତିକି ବାଦ ବିବାଦ ମଧ୍ୟ ଦେଖାଦେଇଛି। ଏବେ ଏହି ଶୋ’କୁ ନେଇ ଏକ ନୂଆ ବିବାଦ ସାମ୍ନାକୁ ଆସିଛି। କପିଲ ଶର୍ମାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି […]

ସଙ୍ଗୀନ ଅଭିଯୋଗ ଆଣିଲେ ସୁମୋନା, କହିଲେ- କପିଲ ମୋ ସହ…

Sumona and kapil

Advertisment

ମୁମ୍ବାଇ: ଦ କପିଲ ଶର୍ମା ଶୋ'। ଟେଲିଭିଜନ ଦୁନିଆର ସବୁଠାରୁ ଲୋକପ୍ରିୟ ସିରିଏଲ ମଧ୍ୟରୁ ଏହା ଅନ୍ୟତମ। କପିଲ ଶର୍ମାଙ୍କ କମେଡି ତଡକା ଦେଖିବାକୁ ପ୍ରାୟ ସମସ୍ତେ ପାଗଳ। ପିଲା ଠାରୁ ଆରମ୍ଭ କରି ବୁଢ଼ା ସମସ୍ତେ ଏହି ଶୋ'ର ଫ୍ୟାନ୍‌। ତେବେ ଏହି ଶୋ' ଯେତିକି ପପୁଲାର ସେତିକି ବାଦ ବିବାଦ ମଧ୍ୟ ଦେଖାଦେଇଛି।

Advertisment

ଏବେ ଏହି ଶୋ'କୁ ନେଇ ଏକ ନୂଆ ବିବାଦ ସାମ୍ନାକୁ ଆସିଛି। କପିଲ ଶର୍ମାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଏହି ଶୋ'ରେ ଅଭିନୟ କରୁଥିବା 'ଭୁରି' ଓରଫ୍‌ ସୁମୋନା ଚକ୍ରବର୍ତ୍ତୀ। ନିକଟରେ ସୁମୋନାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ କପିଲଙ୍କ ଉପରେ ସଙ୍ଗୀନ ଅଭିଯୋଗ ଲଗାଇଥିବା ଦେଖିବାକୁ ମିଳିଛି।

ବାସ୍ତବରେ ସୁମୋନାଙ୍କର ଏହି ଭିଡିଓଟି ବହୁ ପୁରୁଣା। ପ୍ରସିଦ୍ଧ ଲେଖକ ଚେତନ ଭାଗବତ, ଅର୍ଜୁନ କପୁର ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁର ଏହି ଶୋ’ରେ ସେମାନଙ୍କର ଫିଲ୍ମ ‘ହାପ୍ ଗର୍ଲଫ୍ରେଣ୍ଡ’ର ପ୍ରମୋସନ ପାଇଁ ଆସିଥିଲେ। ଏହି ସମୟରେ କପିଲ ପୂର୍ବପରି ସୁମୋନାଙ୍କୁ ପରିହାସ କରୁଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ସୁମୋନା କହିଥିଲେ ଯେ, 'କପିଲ ମୋ ପ୍ରତି ଇର୍ଷା କରନ୍ତି।' ପ୍ରକୃତରେ ଏସବୁ ଶୋ’ର ଏକ ଅଂଶ ଥିଲା ଏବଂ ଏହା ସମସ୍ତଙ୍କୁ ଥଟ୍ଟା ଢଙ୍ଗରେ କୁହାଯାଇଥିଲା। ତେବେ କପିଲ ଓ ସୁମୋନାଙ୍କ ଏହି ପୁରୁଣା ଭିଡିଓଟି ଏବେ ସୋଶାଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

Advertisment

ତେବେ କପିଲ ଶର୍ମାଙ୍କ ଶୋ'କୁ ନେଇ ଏଭଳି ବିବାଦ ଓ ଗୁଜବ ସୃଷ୍ଟି ହେବା କୌଣସି ନୂଆ କଥା ନୁହେଁ। ନିକଟରେ ‘ ଦ କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଅଭିଯୋଗ କରିଛନ୍ତି ଯେ କପିଲ ତାଙ୍କ ଫିଲ୍ମର ପ୍ରମୋସନ କରିବାକୁ ମନା କରି ଦେଇଥିଲେ। ଏହି ବିବୃତ୍ତି ପରେ ଶୋ’କୁ ବନ୍ଦ କରିବାର ଦାବି ସୋସିଆଲ ମିଡିଆରେ ମଧ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ବର୍ତ୍ତମାନ ସବୁ ଠିକ୍ ଅଛି। ଶୋ’ରେ କପିଲ ଶର୍ମାଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଥିବା ସୁମୋନା ଚକ୍ରବର୍ତ୍ତୀ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ଚିନ୍ତା କରିବାର କିଛି ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe