Tanaz-irani-1
ମୁମ୍ବାଇ: କମୁନି କରୋନାର କୋପ । ବଲିଉଡ ଠାରୁ ଆରମ୍ଭ କରି ଟେଲି ଜଗତ, ସମସ୍ତେ କରୋନା ଯୋଗୁଁ ପ୍ରଭାବିତ ହୋଇଛନ୍ତି । ଏବେ ଏହି ମାରାତ୍ମକ ଭାଇରସ କବଳରେ ପଡିଛନ୍ତି ଆଉ ଜଣେ ଚର୍ଚ୍ଚିତ ଅଭିନେତ୍ରୀ । ଟେଲିଭିଜନ ଦୁନିଆର ଚର୍ଚ୍ଚିତ ଅଭିନେତ୍ରୀ ତନାଜ ଈରାନୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି ।
ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ମଧ୍ୟ ସେଆର କରିଛନ୍ତି । ଏଥିସହ ସେ ଲଖିଛନ୍ତି, ମୋ ସହ ଆଉ କିଏ ସଂକ୍ରମିତ ନହୋଥାନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି । ଏଥିସହ ଏଭଳି କଠିନ ପରିସ୍ଥିତିରେ ବି ତାଙ୍କ ସ୍ୱାମୀ ଭକ୍ତିଆର ଈରାନୀ ତାଙ୍କ ସହ ଥିବାରୁ ସେ ଆଭାର ବ୍ୟକ୍ତ କରିଛନ୍ତି । ବକ୍ତିଆରଙ୍କୁ ସେ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ଏଭଳି ପରିସ୍ଥିତିରେ ବି ସେ ସକରାତ୍ମକ ରହିବା ପାଇଁ ଚେଷ୍ଟା କରିଛନ୍ତି ।
ସୋଶାଲ ମିଡିଆରେ ତନାଜ କରୋନା ପଜିଟିଭ ହେବା ସୂଚନା ଦେବା ପରେ, ତାଙ୍କ ପ୍ରଶଂସକମାନ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଖୁବ୍ ଶୀଘ୍ର ସେ ଭଲ ହୋଇଯା’ନ୍ତୁ ବୋଲି ତାଙ୍କ ପ୍ୟାନ୍ସ ମାନେ ପ୍ରାର୍ଥନା କରିଛନ୍ତି ।
ସୂଚନାଯୋଗ୍ୟ, ଅକ୍ଟୋବର ୨୦ରୁ ଆରମ୍ଭ ହୋଇଥିବା ଟିଭି ଧାରାବାହିକ ‘ଅପନା ଟାଇମ ଆଏଗା’ରେ ତନାଜ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଏହି ଶୋ’ରେ ରାଜେଶ୍ୱରୀ ଓରଫ ବୀରଙ୍କ ମା’ ଭୂମିକାରେ ତନାଜ ଅଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/12/Tanaz-irani-1.jpg)