Advertisment

ସାମ୍ନାକୁ ଆସିଲେ ରାଖୀଙ୍କ ସ୍ୱାମୀ, ସମିତାଙ୍କୁ କଲେ ପ୍ରପୋଜ୍‌

ମୁମ୍ବାଇ: ଦୀର୍ଘ ଦିନର ଅପେକ୍ଷା ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲେ ବଲିଉଡର ଡ୍ରାମା କୁଇନ୍‌ ରାଖୀ ସାୱନ୍ତଙ୍କ ସ୍ୱାମୀ। ବିଗ୍‌ ବସ୍‌-୧୫ ଜରିଆରେ ସେ ନିଜ ମୁହଁ ଦେଖାଇଛନ୍ତି। ବିଗ୍‌ ବସ୍‌ ହାଉସରେ ସେ ଆଉ ତାଙ୍କ ସ୍ୱାମୀ ରିତେଶ ମିଶି ଏଣ୍ଟ୍ରି କରିସାରିଛନ୍ତି। ଦୁହେଁ ମିଶି ବିଗ୍‌ ବସ୍‌ ହାଉସରେ କରୁଛନ୍ତି ଧମାଲ, ଯାହା ଲୋକଙ୍କୁ ବେଶ୍‌ ପସନ୍ଦ ଆସୁଛି। ଏହାରି ଭିତରେ ବିଗ୍‌ ବସ୍‌ ହାଉସରେ ରିତେଶ ଏକ ବଡ ଭୁଲ୍‌ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ସାମ୍ନାକୁ ଆସିଲେ ରାଖୀଙ୍କ ସ୍ୱାମୀ, ସମିତାଙ୍କୁ କଲେ ପ୍ରପୋଜ୍‌

Rakhi Sawant

ମୁମ୍ବାଇ: ଦୀର୍ଘ ଦିନର ଅପେକ୍ଷା ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲେ ବଲିଉଡର ଡ୍ରାମା କୁଇନ୍‌ ରାଖୀ ସାୱନ୍ତଙ୍କ ସ୍ୱାମୀ। ବିଗ୍‌ ବସ୍‌-୧୫ ଜରିଆରେ ସେ ନିଜ ମୁହଁ ଦେଖାଇଛନ୍ତି। ବିଗ୍‌ ବସ୍‌ ହାଉସରେ ସେ ଆଉ ତାଙ୍କ ସ୍ୱାମୀ ରିତେଶ ମିଶି ଏଣ୍ଟ୍ରି କରିସାରିଛନ୍ତି। ଦୁହେଁ ମିଶି ବିଗ୍‌ ବସ୍‌ ହାଉସରେ କରୁଛନ୍ତି ଧମାଲ, ଯାହା ଲୋକଙ୍କୁ ବେଶ୍‌ ପସନ୍ଦ ଆସୁଛି।

Advertisment

ଏହାରି ଭିତରେ ବିଗ୍‌ ବସ୍‌ ହାଉସରେ ରିତେଶ ଏକ ବଡ ଭୁଲ୍‌ କରିଦେଇଛନ୍ତି। ସେ  ନିଜ ପତ୍ନୀ ରାଖୀଙ୍କୁ ଛାଡି ଶିଳ୍ପା ଶେଟ୍ଟୀଙ୍କ ଭଉଣୀ ସମିତାଙ୍କୁ ପ୍ରପୋଜ କରିଛନ୍ତି। ସମସ୍ତଙ୍କ ସାମ୍ନାରେ ସେ ସମିତାଙ୍କୁ ପ୍ରେମ ନିବେଦନ କରିଛନ୍ତି। ଏହା ଦେଖି ରାଖୀ ରାଗରେ ନାଲି ହୋଇଯାଇଛନ୍ତି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ବିଗ୍‌ ବସ୍‌-୧୫ର ୱିକେଣ୍ଡ କା ୱାର୍‌ର ପ୍ରମୋ ରିଲିଜ ହୋଇଛି। ଏଥିରେ ରିତେଶଙ୍କ ଏଭଳି କିଛି କାରନାମା ଦେଖିବାକୁ ମିଳିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

[caption id="attachment_694887" align="aligncenter" width="650"]Rakhi sawant ରାଖୀ ସାୱନ୍ତ ଓ ତାଙ୍କ ସ୍ୱାମୀ ରିତେଶ[/caption]

Advertisment

୨୦୧୯ରେ ଡ୍ରାମା କୁଇନ୍‌ ରାଖୀ ସାୱନ୍ତ ବିବାହ କରିଥିଲେ। ତାଙ୍କ ବିବାହ ସମସ୍ତଙ୍କୁ ଚକିତ କରିଦେଇଥିଲେ। ସେ ବିବାହର ଫଟୋ ସେୟାର କରିଥିଲେ କିନ୍ତୁ ସ୍ୱାମୀଙ୍କ ମୁହଁ ଦେଖାଇନଥିଲେ। ରାଖୀ ଙ୍କ ବିବାହକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିଲା।

ଲୋକ କହୁଥିଲେ ଯଦି ସେ ସତରେ ବିବାହ କରିଛନ୍ତି ତେବେ ତାଙ୍କ ସ୍ୱାମୀଙ୍କୁ ସାମ୍ନାକୁ କାହିଁକି ଆଣୁ ନାହାଁନ୍ତି? ବିବାହ ପରେ ରାଖୀ କାହିଁକି ଆଜିପର୍ଯ୍ୟନ୍ତ ସ୍ୱାମୀଙ୍କ ଚେହେରା ଦେଖାଇ ନାହାଁନ୍ତି? ଅନେକ ଲୋକ ମଧ୍ୟ ତାଙ୍କ ବିବାହକୁ ମିଛ ବୋଲି କହିଥିଲେ। କିନ୍ତୁ ଦୁଇ ବର୍ଷର ଅପେକ୍ଷା ପରେ ଶେଷରେ ରାଖୀଙ୍କ ସ୍ୱାମୀ ସମସ୍ତଙ୍କ ସାମ୍ନାଙ୍କୁ ଆସିଛନ୍ତି।

View this post on Instagram

A post shared by ColorsTV (@colorstv)