Advertisment

କପିଲଙ୍କ ଗୋଡ଼ ଛୁଇଁଲେ ଅକ୍ଷୟ!

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମାଙ୍କ ଗୋଡ଼ ଛୁଇଁଲେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର।  କପିଲଙ୍କ ଗୋଡ ଛୁଇଁ ଅକ୍ଷୟ ନେଲେ ଆଶୀର୍ବାଦ। ଅକ୍ଷୟଙ୍କ ଏଭଳି ଗୋଡ ଛୁଇଁବା ଫଟୋ ଏବେ ସାମ୍ନାକୁ ଆସିଛି। କପିଲ ଶର୍ମା ନିଜେ ଏହି ଫଟୋକୁ ସେଆର କରିଛନ୍ତି। ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ଫଟୋକୁ ସେଆର କରି ସେ କ୍ୟାପସନରେ ଲେଖିଛନ୍ତି `ସୁପ୍ରସିଦ୍ଧ ଫିଲ୍ମ ଅଭିନେତା ଅକ୍ଷୟ କୁମାର ତାଙ୍କ ଅପ୍‌କମିଂ ଫିଲ୍ମ ବେଲ୍‌ବଟମ୍‌ ପାଇଁ ଆଶୀର୍ବାଦ ନେଉଛନ୍ତି।’ […]

କପିଲଙ୍କ ଗୋଡ଼ ଛୁଇଁଲେ ଅକ୍ଷୟ!

aKSHAY and kapil

Advertisment

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମାଙ୍କ ଗୋଡ଼ ଛୁଇଁଲେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର।  କପିଲଙ୍କ ଗୋଡ ଛୁଇଁ ଅକ୍ଷୟ ନେଲେ ଆଶୀର୍ବାଦ। ଅକ୍ଷୟଙ୍କ ଏଭଳି ଗୋଡ ଛୁଇଁବା ଫଟୋ ଏବେ ସାମ୍ନାକୁ ଆସିଛି। କପିଲ ଶର୍ମା ନିଜେ ଏହି ଫଟୋକୁ ସେଆର କରିଛନ୍ତି। ଯାହା ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଫଟୋକୁ ସେଆର କରି ସେ କ୍ୟାପସନରେ ଲେଖିଛନ୍ତି `ସୁପ୍ରସିଦ୍ଧ ଫିଲ୍ମ ଅଭିନେତା ଅକ୍ଷୟ କୁମାର ତାଙ୍କ ଅପ୍‌କମିଂ ଫିଲ୍ମ ବେଲ୍‌ବଟମ୍‌ ପାଇଁ ଆଶୀର୍ବାଦ ନେଉଛନ୍ତି।' ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି କମେଡି କିଙ୍ଗଙ୍କ 'ଦ କପିଲ ଶର୍ମା ଶୋ'। ଅଗଷ୍ଟ ୨୧ରେ ଦ କପିଲ ଶର୍ମା ଶୋ' ଅନ୍‌ ଏୟାର ହେବ। ତେବେ ଏହା ପୂର୍ବରୁ ଶନିବାର ମୁମ୍ବାଇରେ ଶୋ'ର ପ୍ରଥମ ଏପିସୋଡର ସୁଟିଂ ଆରମ୍ଭ ହୋଇଯାଇଛି। ଆଉ ଏହି ଶୋ'ର ପ୍ରଥମ ଅତିଥି ରୂପେ ଯୋଗ ଦେଇଥିଲେ ଅକ୍ଷୟ କୁମାର। କପିଲଙ୍କ ଶୋ' ଜରିଆରେ ଅକ୍ଷମ ତାଙ୍କ ଅପକମିଂ ଫିଲ୍ମ `ବେଲ୍‌ ବଟମ୍‌'ର ପ୍ରମୋସନ୍‌ କରିଛନ୍ତି।

Advertisment

ଏହାପୂର୍ବରୁ ଶନିବାର ଦିନ ଅଭିନେତ୍ରୀ ଅର୍ଚ୍ଚନା ପୁରନ୍‌ ସିଂ ଏକ ଭିଡିଓ ସେଆର କରି ଶୋ'ର ସୁଟିଂ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଥିଲେ। ପାଖାପାଖି ଦେଢ଼ ମିନିଟ୍‌ର ଏକ ଭିଡିଓ ସେଆର କରି ଅର୍ଚ୍ଚନା ସୋଶାଲ ମିଡିଆରେ ଶୋ' ସହ ଜଡିତ ଅପ୍‌ଡେଟ୍‌ ଦେଇଥିଲେ।

ସୂଚନା ମୁତାବକ, ମହାମାରୀ କରୋନା ଯୋଗୁ ଦୀର୍ଘ ଦିନ ହେବ କପିଲ ଶର୍ମା ଶୋ'କୁ ବନ୍ଦ କରିଦିଆଯାଇଥିଲା। ଏଥିସହ କପିଳ ମଧ୍ୟ ନିଜ ପରିବାର ସହ ସମୟ ବିତାଇବା ପାଇଁ ସୁଟିଂରୁ ବ୍ରେକ ନେବାକୁ ଚାହୁଁଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe