Advertisment

ପୁଣି ପ୍ରଶ୍ନ ପଚାରିବେ ବିଗ୍‌ ବି'

ମୁମ୍ବାଇ: ପୁଣି ପ୍ରଶ୍ନ ପଚାରିବେ ବିଗ୍‌ ବି’। ନିଜ ପ୍ରଶ୍ନ ବାଣରେ ପ୍ରତିଯୋଗୀଙ୍କୁ କରିବେ ଘାଇଲା। ଫିଲ୍ମଠାରୁ ଆରମ୍ଭ କରି ଜିକେ ସବୁ ପ୍ରକାରର ପ୍ରଶ୍ନ ପଚାରିବେ। ପ୍ରଶ୍ନର ଉତ୍ତର ଦେବା ପାଇଁ ପ୍ରତିଯୋଗୀଙ୍କ ଆଗରେ ରଖିବେ ଅପ୍‌ସନ୍‌। କେବଳ ସେତିକି ନୁହେଁ ଲାଇଫ୍‌ ଲାଇନ୍‌ର ସାହାରା ନେବାକୁ ମଧ୍ୟ ଦେବେ ପରାମର୍ଶ। ପୁଣି ଥରେ ଛୋଟ ପରଦାକୁ ଫେରୁଛନ୍ତି ବଲିଉଡର ମହାନାୟକ ଅମିତାଭ ବଚ୍ଚନ। ଆରମ୍ଭ ହେବାକୁ ଯାଉଛି `କୌନ୍‌ ବନେଗା କରେଡ୍‌ପତି’ର ନୂଆ ସିଜନ୍‌। […]

author-image
Madhupriya Mistry
ପୁଣି ପ୍ରଶ୍ନ ପଚାରିବେ ବିଗ୍‌ ବି'

Amitabh

ମୁମ୍ବାଇ: ପୁଣି ପ୍ରଶ୍ନ ପଚାରିବେ ବିଗ୍‌ ବି'। ନିଜ ପ୍ରଶ୍ନ ବାଣରେ ପ୍ରତିଯୋଗୀଙ୍କୁ କରିବେ ଘାଇଲା। ଫିଲ୍ମଠାରୁ ଆରମ୍ଭ କରି ଜିକେ ସବୁ ପ୍ରକାରର ପ୍ରଶ୍ନ ପଚାରିବେ। ପ୍ରଶ୍ନର ଉତ୍ତର ଦେବା ପାଇଁ ପ୍ରତିଯୋଗୀଙ୍କ ଆଗରେ ରଖିବେ ଅପ୍‌ସନ୍‌। କେବଳ ସେତିକି ନୁହେଁ ଲାଇଫ୍‌ ଲାଇନ୍‌ର ସାହାରା ନେବାକୁ ମଧ୍ୟ ଦେବେ ପରାମର୍ଶ।

Advertisment

ପୁଣି ଥରେ ଛୋଟ ପରଦାକୁ ଫେରୁଛନ୍ତି ବଲିଉଡର ମହାନାୟକ ଅମିତାଭ ବଚ୍ଚନ। ଆରମ୍ଭ ହେବାକୁ ଯାଉଛି `କୌନ୍‌ ବନେଗା କରେଡ୍‌ପତି'ର ନୂଆ ସିଜନ୍‌। ନିଜ ଇନ୍‌ଷ୍ଟାଗ୍ରାମରେ ବିଗ୍‌ ବି' ସୁଟିଂ ସେଟ୍‌ର ଫଟୋ ଶେଆର କରି ଏହାର ହିଣ୍ଟ ଦେଇଛନ୍ତି। ଏଥିସହ ମେକର୍ସମାନେ ମଧ୍ୟ ଶୋ'ର ପ୍ରମୋ ରିଲିଜ କରିଛନ୍ତି।

ଶୋ’ର ପ୍ରମୋକୁ ଏଥର ଏକ ବିଶେଷ ଢ଼ଙ୍ଗରେ ଉପସ୍ଥାପିତ କରାଯାଇଛି। ଏଥର ପ୍ରମୋରେ ଏକ କାହାଣୀ ଉପସ୍ଥାପିତ ହୋଇଛି। ଏଭଳି ପରିସ୍ଥିତିରେ, ଶୋ’ ଟେଲିକାଷ୍ଟ ହେବା ପୂର୍ବରୁ ହିଁ ପ୍ରୋମୋ ମାଧ୍ୟମରେ ଏହା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଏହି ଶୋ'ର ଅଡିସନ ରାଉଣ୍ଡ ସରିଛି। ଏବେ ଶୋ'ର ମେକର୍ସମାନେ ଏହା ସେଡ୍ୟୁଲ ଜାରି କରିଛନ୍ତି। ଆସନ୍ତା ୨୩ ତାରିଖରେ ସୋନି ଟିଭିରେ ଏହା ଟେଲିକାଷ୍ଟ ହେବ। ଏନେଇ ଖୋଦ୍‌ ସୋନି ପକ୍ଷରୁ ଅଧିକାରୀକ ରୂପେ ଏହାର ସୂଚନା ଶେଆର କରାଯାଇଛି। ସେହିପରି କରୋନା ମହାମାରୀକୁ ଦୃଷ୍ଟିରେ ରଖି କେବିସି' ସୁଟିଂରେ ଅନେକ ପରିବର୍ତ୍ତନ ମଧ୍ୟ କରାଯାଇଛି।

ବୁଧବାର ଦିନ ବିଗ୍‌ ବି ତାଙ୍କ ଇନ୍‌ଷ୍ଟାଗ୍ରାମରେ କେବିସି' ହୋଷ୍ଟ ଚେଆର୍‌ରେ ବସି ଏକ ଫଟୋ ଶେଆର କରିଛନ୍ତି। ଏହି ଫଟୋକୁ ଶେଆର କରି ସେ ୨୦୦୦ ମସିହାରୁ ଲୋକପ୍ରିୟ ଟିଭି ଶୋର ଯାତ୍ରା ସହ ଜଡିତଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସୂଚନା ମୁତାବକ ୨୦୦୦ ମସିହାରୁ ଆମିତାଭ କେବିସି' ହୋଷ୍ଟ କରିବା ଆରମ୍ଭ କରିଥିଲେ, ଯାହା ଆଜି ଯାଏଁ ଜାରି ରଖିଛନ୍ତି। କେବଳ ଗୋଟିଏ ସିଜିନ୍‌ରେ ତାଙ୍କୁ ଦେଖିବାକୁ ମିଳିନଥିଲା। ତାଙ୍କ ବଦଳରେ ୨୦୦୬ରେ ଶହାରୁଖ ଖାନ୍‌ କେବିସି'ର ତୃତୀୟ ସିଜିନ୍‌ ହୋଷ୍ଟ କରିଥିଲେ।

https://twitter.com/SonyTV/status/1425123104892678144?s=20

KBC