/odisha-reporter/media/post_attachments/uploads/2020/08/KBC12.jpg)
KBC12
ମୁମ୍ୱାଇ: କରୋନା ଭାଇରସ୍ କବଳରୁ ସୁସ୍ଥ ହୋଇ ଶୁଟିଂ ସେଟ୍କୁ ଫେରିଛନ୍ତି ଅମିତାଭ ବଚ୍ଚନ। ଲୋକପ୍ରିୟ ଟିଭି ଶୋ’ ‘କୌନ ବନେଗା କରୋଡପତି’ ବା ‘କେବିସି’ର ଶୁଟିଂ ଆରମ୍ଭ ହୋଇଛି। ଆଉ ଫ୍ୟାନ୍ସଙ୍କୁ ବିଗ୍ ବି ଏହାର ସୂଚନା ଦେଇଛନ୍ତି।
ବିଗ୍ ବି ଶୁଟିଂ ସେଟ୍ର ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ କ୍ରୁ ମେମ୍ୱର୍ସ ପିପିଇ କିଟ୍ ପିନ୍ଧି ଶୁଟିଂ କରୁଥିବା ଦେଖାଯାଇଛି।
ଫଟୋଟିକୁ ଶେଆର୍ କରି ଅମିତାଭ ଲେଖିଛନ୍ତି, ‘କାମକୁ ଫେରି ଆସିଛି। ନୀଳ ରଙ୍ଗର ପିପିଇ ସମୁଦ୍ର ଭିତରେ ଚାଲିଛି ‘କେବିସି୧୨’ର ଶୁଟିଂ। ୨୦୦୦ ମସିହାରୁ ଆରମ୍ଭ ହୋଇଥିଲା। ଆଜି ୨୦୨୦ରେ ପହଞ୍ଚିଛି। ୨୦ ବର୍ଷର ଯାତ୍ରା।’
https://www.instagram.com/p/CEPhKaxB9w7/?utm_source=ig_web_copy_link
ଏହାପୂର୍ବରୁ ମଧ୍ୟ ବିଗ୍ ବି ଟ୍ୱିଟ୍ କରି କେବିସି ୧୨ ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ।
ସୂଚନାଯୋଗ୍ୟ, କରୋନା ଲକଡାଉନ ପାଇଁ ଫିଲ୍ମ ଓ ଟିଭି ଶୋର ଶୁଟିଂ ଉପରେ ସରକାର କଟକଣା ଲଗାଇଥିଲେ। ଏଥିଯୋଗୁ ‘କେବିସି ୧୨’ ପାଇଁ ଅମିତାଭ ବଚ୍ଚନ ଘରେ ହିଁ ଶୁଟିଂ ଆରମ୍ଭ କରିଥିଲେ। ଏହି ଶୋ’ର ରେଜିଷ୍ଟ୍ରେସନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଥିଲା। ହେଲେ ଅଚାନକ ଅମିତାଭ କରୋନା ପଜିଟିଭ୍ ହେବା ପରେ ଶୋ’ର ଶୁଟିଂ ଉପରେ ବ୍ରେକ୍ ଲଗାଯାଇଥିଲା। ଦୁଇ ସପ୍ତାହରୁ ଅଧିକ ସମୟ ଧରି ହସ୍ପିଟାଲରେ ରହିବା ପରେ ଅମିତାଭ ବଚ୍ଚନ ସୁସ୍ଥ ହୋଇ ଘରକୁ ଫେରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
