Advertisment

ମା' ହେବେ ଅଙ୍କିତା! ନିଜେ କଲେ ଖୁଲାସା

ମୁମ୍ବାଇ: ଖୁବ୍‌ଶୀଘ୍ର ମା’ ହେବେ ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ତଥା ପବିତ୍ର ରିସ୍ତା ଫେମ୍‌ ଅଙ୍କିତା ଲୋଖଣ୍ଡେ। ଏନେଇ ସେ ନିଜେ ଖୁଲାସା କରିଛନ୍ତି। ନିକଟରେ ନିଜ ବୟଫ୍ରେଣ୍ଡ ବିକ୍କି ଜୈନଙ୍କୁ ବିବାହ କରିଥିବା ଅଙ୍କିତା କଙ୍ଗନା ରଣାୱତଙ୍କ ‘ଲକ୍‌ ଅପ୍‌’ ଶୋ’ରେ ଏହି ସିକ୍ରେଟ ଉପରୁ ପରଦା ହଟାଇଛନ୍ତି।   View this post on Instagram   A post shared by Ankita Lokhande Jain […]

ଅଦ୍ୟତନ ହୋଇଛି
ମା' ହେବେ ଅଙ୍କିତା! ନିଜେ କଲେ ଖୁଲାସା

Ankita

Advertisment

ମୁମ୍ବାଇ: ଖୁବ୍‌ଶୀଘ୍ର ମା' ହେବେ ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ତଥା ପବିତ୍ର ରିସ୍ତା ଫେମ୍‌ ଅଙ୍କିତା ଲୋଖଣ୍ଡେ। ଏନେଇ ସେ ନିଜେ ଖୁଲାସା କରିଛନ୍ତି। ନିକଟରେ ନିଜ ବୟଫ୍ରେଣ୍ଡ ବିକ୍କି ଜୈନଙ୍କୁ ବିବାହ କରିଥିବା ଅଙ୍କିତା କଙ୍ଗନା ରଣାୱତଙ୍କ 'ଲକ୍‌ ଅପ୍‌' ଶୋ'ରେ ଏହି ସିକ୍ରେଟ ଉପରୁ ପରଦା ହଟାଇଛନ୍ତି।

Advertisment

ନିକଟରେ ଅଙ୍କିତା ନିଜ ଅପକମିଂ ୱେବ ସିରିଜ 'ପବିତ୍ର ରିସ୍ତା'ର ପ୍ରମୋସନ ପାଇଁ କଙ୍ଗନାଙ୍କ ରିଆଲିଟି ଶୋ' 'ଲକ୍‌ ଅପ୍‌'କୁ ଯାଇଥିଲେ। ଏଠାକୁ ଆସିବା ପରେ ଶୋ'ର ନିୟମ ଅନୁସାରେ କଙ୍ଗନା ତାଙ୍କୁ ତାଙ୍କ ଲାଇଫ୍‌ର ଏକ ସିକ୍ରେଟ୍‌ ରିଭିଲ୍‌ କରିବା ପାଇଁ କହିଥିଲେ। ଏହାର ଉତ୍ତରରେ ଅଙ୍କିତା ତାଙ୍କର କୌଣସି ସିକ୍ରେଟ୍‌ ନାହିଁ ବୋଲି କହିଥିଲେ। କିନ୍ତୁ ପରେ କଙ୍ଗନା ଯେତେବେଳେ ଅଙ୍କିତାଙ୍କୁ ବାରମ୍ବାର ଚାପ ପାକାଇଥିଲେ ସେତେବେଳେ ସେ ଖୁଲାସା କରିଥିଲେ।

Advertisment

ଅଙ୍କିତା କହିଥିଲେ,' ବିକ୍କି(ସ୍ୱାମୀ) ବି ଏହା ଜାଣି ନାହାନ୍ତି। ମୁଁ ପ୍ରେଗ୍‌ନେଣ୍ଟ ଅଛି। ମୁଁ ମା' ହେବାକୁ ଯାଉଛି। ମୋତେ ଶୁଭେଚ୍ଛା ଜଣାଅ।' ଏହା ଶୁଣି ଶୋ'ର ପ୍ରତିଯୋଗୀ ଓ କଙ୍ଗନା ଚକିତ ହୋଇଯାଥିଲେ। କିନ୍ତୁ ପରେ ଅଙ୍କିତା ' ଏପ୍ରିଲ ଫୁଲ୍‌' ବୋଲି କହି ସମସ୍ତଙ୍କୁ ବୋକା ବନାଇ ଦେଇଥିଲେ। ତେବେ ଅଙ୍କିତା ପ୍ରକୃତରେ ଗର୍ଭବତୀ ନାହାନ୍ତି। ସେ କେବଳ ଦର୍ଶକଙ୍କୁ ଓ ଶୋ'ର ପ୍ରତିଯୋଗୀଙ୍କୁ ଏପ୍ରିଲ ଫୁଲ୍‌ ବନାଇବା ପାଇଁ ଏଭଳି କହିଥିବା ଜଣାପଡିଛି।

ସୂଚନା ମୁତାବକ, ଗତବର୍ଷ ଡିସେମ୍ବର ୧୪ରେ ଅଙ୍କିତା ତାଙ୍କ ଲଙ୍ଗଟାଇମ୍‌ ବୟଫ୍ରେଣ୍ଡ ବିକ୍କି ଜୈନ୍‌ଙ୍କୁ ବିବାହ କରିଥିଲେ। ବିବାହ ପରେ ଶନିବାର ଅଙ୍କିତାଙ୍କ ପ୍ରଥମ ଗୁଡି ପାଡୱା ଥିଲା। ଯାହାର ଫଟୋ ଆଉ ଭିଡିଓ ସେ ସୋଶାଲ ମିଡିଆରେ ଶେଆର କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe