ଭଙ୍ଗା ଗୋଡରେ ବି ଧୂମ୍‌ ନାଚିଲେ ଅଙ୍କିତା

ମୁମ୍ବାଇ: ଏବେ ମିସ୍‌ରୁ ମିସେସ୍‌ ଜୈନ୍‌ ପାଲଟି ସାରିଛନ୍ତି ଲୋକପ୍ରିୟ ଟିଭି ସିରିଏଲ ‘ପବିତ୍ର ରିସ୍ତା’ ଫେମ୍‌ ଅଭିନେତ୍ରୀ ଅଙ୍କତା ଲୋଖଣ୍ଡେ। ଭଙ୍ଗା ଗୋଡରେ ମଧ୍ୟ ସେ ଦେଖାଇଛନ୍ତି ଫୁଲ୍‌ ଜୋସ୍‌। ମ୍ୟୁଜିକ୍‌ର ଧୂନ୍‌ରେ ସେ କରିଛନ୍ତି ଜବରଦସ୍ତ ଡ୍ୟାନ୍ସ। ନିଜ ଭଙ୍ଗା ଗୋଡକୁ ଖାତିର ନକରି ନାଚିଛନ୍ତି ଅଙ୍କିତା। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଡିସେମ୍ବର ୧୪ ତାରିଖରେ ଅଙ୍କିତା ଓ ବିକ୍କି ଜୈନ୍‌ଙ୍କ ବିବାହ ସରିଛି। ଦୁହେଁ ରାଜକୀୟ ଢ଼ଙ୍ଗରେ […]

Ankita lokhande

Ankita lokhande

Madhupriya Mistry
  • Published: Wednesday, 29 December 2021
  • Updated: 29 December 2021, 05:55 PM IST

ମୁମ୍ବାଇ: ଏବେ ମିସ୍‌ରୁ ମିସେସ୍‌ ଜୈନ୍‌ ପାଲଟି ସାରିଛନ୍ତି ଲୋକପ୍ରିୟ ଟିଭି ସିରିଏଲ 'ପବିତ୍ର ରିସ୍ତା' ଫେମ୍‌ ଅଭିନେତ୍ରୀ ଅଙ୍କତା ଲୋଖଣ୍ଡେ। ଭଙ୍ଗା ଗୋଡରେ ମଧ୍ୟ ସେ ଦେଖାଇଛନ୍ତି ଫୁଲ୍‌ ଜୋସ୍‌। ମ୍ୟୁଜିକ୍‌ର ଧୂନ୍‌ରେ ସେ କରିଛନ୍ତି ଜବରଦସ୍ତ ଡ୍ୟାନ୍ସ। ନିଜ ଭଙ୍ଗା ଗୋଡକୁ ଖାତିର ନକରି ନାଚିଛନ୍ତି ଅଙ୍କିତା। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଡିସେମ୍ବର ୧୪ ତାରିଖରେ ଅଙ୍କିତା ଓ ବିକ୍କି ଜୈନ୍‌ଙ୍କ ବିବାହ ସରିଛି। ଦୁହେଁ ରାଜକୀୟ ଢ଼ଙ୍ଗରେ ନେଇଛନ୍ତ ସାତ ଫେରା। ତେବେ ବିବାହର କିଛି ଦିନ ପୂର୍ବରୁ ହିଁ ଅଙ୍କିତାଙ୍କ ଗୋଡରେ ଆଘାତ ଲାଗିଥିଲା। ଏହାପରେ ଡାକ୍ତର ତାଙ୍କୁ ଆରାମ କରିବା ପରାମର୍ଶ ଦେଇଥିଲେ। ତେବେ ଡାକ୍ତରଙ୍କ ପରାମର୍ଶ ମାନି ନଥିଲେ ଅଙ୍କିତା। ଧୂମ ମସ୍ତି କରିବା ସହ ନାଚିଥିଲେ। ଏବେ ତାଙ୍କୁ ଏହି ମସ୍ତି କରିବା ଭାରି ପଡିଛି। ତାଙ୍କ ଗୋଡଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଏବେ ତାଙ୍କ ଗୋଡରେ ପ୍ଲାଷ୍ଟର ପଡିଛି। ତେବେ ଭଙ୍ଗା ଗୋଡରେ ମଧ୍ୟ ଅଙ୍କିତା ହାର୍‌ ମାନି ନାହାନ୍ତି। ନିଜର ପ୍ରତିଟି ମୁହୂର୍ତ୍ତକୁ ସେ କରୁଛନ୍ତି ଏଞ୍ଜୟ, ଯାହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।

ଭିଡିଓରେ ଅଙ୍କିତା ଭଙ୍ଗା ଗୋଡ ସହ ଆମୀର ଖାନ୍‌ ଓ କରିଶ୍ମା କପୁରଙ୍କ ଫିଲ୍ମ 'ରାଜା ହିନ୍ଦୁସ୍ତାନୀ'ର ହିଟ୍‌ ଗୀତ 'ପରଦେଶୀ ପରଦେଶୀ ଜାନା ନହିଁ...'ରେ ଜୋରଦାର ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। କେବଳ ସେତିକି ନୁହେଁ ନିଜେ ଗୀତ ମଧ୍ୟ ଗାଉଛନ୍ତି ଅଙ୍କିତା। ଏହି ଅଶିତା ଧୱନ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଏଥିସହ କ୍ୟାପସନରେ ଲେଖିଛନ୍ତି, 'ଗୋଡ ଭାଙ୍ଗିଛି, କିନ୍ତୁ ସାହସ ଭାଙ୍ଗିନି। ଲଭ୍‌ ୟୋର ସ୍ପିରିଟ୍‌ ମିସେସ୍‌ ଜୈନ୍‌…।'

ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅଙ୍କିତାଙ୍କ ଫ୍ୟାନ୍‌ମାନେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି। ସେ ଶୀଘ୍ର ସୁସ୍ଥ ହୋଇଯିବା ପାଇଁ ପ୍ରାର୍ଥନା କରିଛନ୍ତି।

View this post on Instagram

A post shared by Ashita Dhawan (@ashitadhawan)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story