Advertisment

ଅଭିନୟ ଛାଡିଲେ 'ଅନୁପମା' ଫେମ୍‌ ଅଭିନେତ୍ରୀ

ମୁମ୍ବାଇ: ସନା ଖାନ ଓ ଜାଏରା ୱସିମଙ୍କ ପରେ ଏବେ ଅଭିନୟ ଜଗତକୁ ବାଏ ବାଏ କହିଲେ ଆଉ ଜଣେ ଅଭିନେତ୍ରୀ। ଧାର୍ମିକ କାରଣରୁ ଟେଲିଭିଜନର ପ୍ରସିଦ୍ଧ ସିରିଏଲ୍‌ ‘ଅନୁପମା’ ଫେମ୍‌ ଅଭିନେତ୍ରୀ ନନ୍ଦିନୀ ଓରଫ୍‌ ଅଙ୍ଘା ଭୋସଲେ ଏବେ ଅଭିନୟ ଦୁନିଆକୁ ଅଲବିଦା କହିଛନ୍ତି। ସେ ଟିଭି ଇଣ୍ଡଷ୍ଟ୍ରି ଛାଡିବାକୁ ନେଇଛନ୍ତି। ଏନେଇ ସେ ନିଜେ ଅଫିସିଆଲି ଘୋଷଣା କରିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେଆର କରି ଏହି ସୂଚନା ଦେଇଛନ୍ତି। ଅଙ୍ଘା […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଅଭିନୟ ଛାଡିଲେ 'ଅନୁପମା' ଫେମ୍‌ ଅଭିନେତ୍ରୀ

anagha-bhosale

ମୁମ୍ବାଇ: ସନା ଖାନ ଓ ଜାଏରା ୱସିମଙ୍କ ପରେ ଏବେ ଅଭିନୟ ଜଗତକୁ ବାଏ ବାଏ କହିଲେ ଆଉ ଜଣେ ଅଭିନେତ୍ରୀ। ଧାର୍ମିକ କାରଣରୁ ଟେଲିଭିଜନର ପ୍ରସିଦ୍ଧ ସିରିଏଲ୍‌ 'ଅନୁପମା' ଫେମ୍‌ ଅଭିନେତ୍ରୀ ନନ୍ଦିନୀ ଓରଫ୍‌ ଅଙ୍ଘା ଭୋସଲେ ଏବେ ଅଭିନୟ ଦୁନିଆକୁ ଅଲବିଦା କହିଛନ୍ତି। ସେ ଟିଭି ଇଣ୍ଡଷ୍ଟ୍ରି ଛାଡିବାକୁ ନେଇଛନ୍ତି। ଏନେଇ ସେ ନିଜେ ଅଫିସିଆଲି ଘୋଷଣା କରିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେଆର କରି ଏହି ସୂଚନା ଦେଇଛନ୍ତି।

Advertisment

Anupamaa actress Anagha Bhosale's scenes get cancelled after Paras Kalnawat tests positive for COVID-19 - Times of India

ଅଙ୍ଘା କିଛି ଦିନ ତଳେ 'ଅନୁପମା' ଶୋ' ଛାଡିଥିଲେ। ସେହି ସମୟ ଠାରୁ ସେ କୁଆଡେ ଅଭିନୟ ଜଗତକୁ ଛାଡିବା ନେଇ ଚର୍ଚ୍ଚା ହେଉଥିଲା। ଏବେ ଏହି ଚର୍ଚ୍ଚା ଉପରେ ସେ ପୂର୍ଣ୍ଣ ପକାଇଛନ୍ତି। ଅଙ୍ଘା ଲେଖିଛନ୍ତି- 'ହରେ କୃଷ୍ଣ ପରିବାର, ମୁଁ ଜାଣେ ଆପଣ ସମସ୍ତେ ଶୋ’ରେ ମୋତେ ବହୁତ ପ୍ରେମ ଏବଂ ଦୟା ଦେଖାଇଛନ୍ତି, ଏଥିପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ, ମୁଁ ଆପଣଙ୍କ କୃତଜ୍ଞ। ମୁଁ  ଚଳଚ୍ଚିତ୍ର ଏବଂ ଟିଭି ଇଣ୍ଡଷ୍ଟ୍ରି ଛାଡୁଛି। ମୁଁ ଆଶା କରେ ଆପଣ ସମସ୍ତେ ମୋର ନିଷ୍ପତ୍ତିକୁ ସମ୍ମାନ କରିବେ ଏବଂ ସମର୍ଥନ ମଧ୍ୟ କରିବେ। ଧାର୍ମିକ କାରଣରୁ ମୁଁ ଏହି ନିଷ୍ପତ୍ତି ନେଇଛି।'

एक्टिंग की दुनिया छोड़ अब धर्म के रास्ते पर निकलीं अनुपमा की नंदिनी,बोलीं-'हम सभी भगवान के बच्चे, चाहत एक ही बस राहें अलग' anupamaa fame anagha bhosale ...

ସେ ଆହୁରି କହିଛନ୍ତି, 'ଆମେ ସମସ୍ତେ ଈଶ୍ୱରଙ୍କ ସନ୍ତାନ। ସମସ୍ତଙ୍କ ଭିନ୍ନ ଭିନ୍ନ ରାସ୍ତା ରହିଛି କିନ୍ତୁ ଗନ୍ତବ୍ୟସ୍ଥଳ ଗୋଟିଏ। ଆମ ସମସ୍ତଙ୍କ ତାଙ୍କ ଉପରେ ଆସ୍ଥା ରହିଛି ଏବଂ ଆମେ ନିଶ୍ଚିତ ଭାବରେ ତାଙ୍କ ଆଡକୁ ଯିବା। ଭଗବାନ ସର୍ବଦା ଦୟାଳୁ / ପ୍ରେମରେ ପରିପୂର୍ଣ୍ଣ ଏବଂ ସର୍ବଦା ଆମ ସହିତ ଛିଡା ହୋଇ ରହିଛନ୍ତି। ... ଆମର ଜନ୍ମ ହେବାର କାରଣକୁ ମଣିଷ ଭାବରେ ବୁଝିବା ଆମର ଦାୟିତ୍ୱ। ତେଣୁ ଏହା ବୁଝିବାକୁ ହେବ ଯେ ଭଗବାନଙ୍କୁ ସେବା କରିବା ଏବଂ ପ୍ରେମ କରିବା ଓ କୃଷ୍ଣ ଚେତନା ବାଣ୍ଟିବା ପାଇଁ ମଣିଷ ଜନ୍ମ ହୋଇଛି।'

Advertisment

ଅଙ୍ଘାଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ତାଙ୍କର ଅନେକ ଫ୍ୟାନ୍‌ ଭାଙ୍ଗି ପଡିଛନ୍ତି। ତାଙ୍କୁ ଆଉ କେବେବି ପରଦାରେ ଦେଖିବାକୁ ମିଳିବ ନାହିଁ ବୋଲି ସେମାନେ ଦୁଃଖ ପ୍ରକାଶ କରିଛନ୍ତି। ସୂଚନା ମୁତାବକ, ଅଙ୍ଘା, ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଅନେକ ସିରିଏଲରେ କାମ କରିଛନ୍ତି। ସେଥିମଧ୍ୟରୁ ଅନୁପମା ଅନ୍ୟତମ। ଏହି ସିରିଏଲ ଜରିଆରେ ତାଙ୍କୁ ଟିଭି ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ପରିଚୟ ମିଳିଥିଲା। ସେ ଘରେ ଘରେ ନନ୍ଦନୀ ତଥା ନନ୍ଦୁ ରୂପେ ପରିଚିତ ହୋଇଥିଲେ।