Advertisment

୫୦ ବର୍ଷ ବୟସରେ ବାପା ହେଲେ ଅଭିନେତା ଅପୂର୍ବ

ମୁମ୍ବାଇ: ଦୀର୍ଘ ଦିନ ପରେ ଟେଲିଭିଜନର ଷ୍ଟାର୍ କପଲ୍ ତଥା ଅଭିନେତା ଅପୂର୍ବ ଅଗ୍ନିହୋତ୍ରୀ ଓ ଶିଳ୍ପା ସକଲାନିଙ୍କ ଘରକୁ ଆସିଛି ଖୁସି। ବିବାହର ୧୮ ବର୍ଷ ପରେ ଉଭୟ ବାପା-ମା’ ହୋଇଛନ୍ତି। ତାଙ୍କ ଘରକୁ ଆସିଛି କୁନି ପରୀ। ଅଭିନେତା ଖୋଦ୍ ନିଜ ଝିଅର ଫଟୋ ଶେଆର କରି ନିଜ ଫ୍ୟାନ୍‌ମାନଙ୍କ ସହ ଏହି ଖୁସିଖବର ବାଣ୍ଟିଛନ୍ତି। ୨୦୦୪ରେ ଅପୂର୍ବ ଓ ଶିଳ୍ପା ବିବାହ କରିଥିଲେ। ଉଭୟ ଟେଲି ଇଣ୍ଡଷ୍ଟ୍ରିର ବେଶ୍ ଜଣାଶୁଣା ଚେହେରା। ନିକଟରେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
୫୦ ବର୍ଷ ବୟସରେ ବାପା ହେଲେ ଅଭିନେତା ଅପୂର୍ବ

apurva-agnihotri-became-father

ମୁମ୍ବାଇ: ଦୀର୍ଘ ଦିନ ପରେ ଟେଲିଭିଜନର ଷ୍ଟାର୍ କପଲ୍ ତଥା ଅଭିନେତା ଅପୂର୍ବ ଅଗ୍ନିହୋତ୍ରୀ ଓ ଶିଳ୍ପା ସକଲାନିଙ୍କ ଘରକୁ ଆସିଛି ଖୁସି। ବିବାହର ୧୮ ବର୍ଷ ପରେ ଉଭୟ ବାପା-ମା’ ହୋଇଛନ୍ତି। ତାଙ୍କ ଘରକୁ ଆସିଛି କୁନି ପରୀ। ଅଭିନେତା ଖୋଦ୍ ନିଜ ଝିଅର ଫଟୋ ଶେଆର କରି ନିଜ ଫ୍ୟାନ୍‌ମାନଙ୍କ ସହ ଏହି ଖୁସିଖବର ବାଣ୍ଟିଛନ୍ତି।

Advertisment

୨୦୦୪ରେ ଅପୂର୍ବ ଓ ଶିଳ୍ପା ବିବାହ କରିଥିଲେ। ଉଭୟ ଟେଲି ଇଣ୍ଡଷ୍ଟ୍ରିର ବେଶ୍ ଜଣାଶୁଣା ଚେହେରା। ନିକଟରେ ଅପୂର୍ବ ନିଜ ୫୦ତମ ଜନ୍ମ ଦିନ ପାଳନ କରିଥିଲେ। ତେବେ ୫୦ ବର୍ଷ ବୟସରେ ସେ ଏବେ ବାପା ହୋଇଛନ୍ତି। ଅପୂର୍ବ ନିଜର ସୋସିଆଲ୍ ମିଡିଆ ଇନଷ୍ଟା ଆକାଉଣ୍ଟରେ ଏକ ଭିଡିଓ ଶେଆର କରିଛନ୍ତି। ଭିଡିଓରେ ଅପୂର୍ବ ଓ ଶିଳ୍ପା ଦୁହେଁ ନିଜ ଝିଅ ସହ ନଜର ଆସିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅପୂର୍ବ ନିଜ ଝିଅ ସହ ଫଟୋକୁ ଶେଆର କରି କ୍ୟାପସନରେ ଲେଖିଛନ୍ତି, ‘ମୋର ଜନ୍ମଦିନ ମୋ ଜୀବନର ସବୁଠାରୁ ବିଶେଷ ଜନ୍ମଦିନ ହୋଇଗଲା, କାରଣ ଭଗବାନ ଆମକୁ ସବୁଠୁ ବିଶେଷ, ଅବିଶ୍ୱସନୀୟ, ଚମତ୍କାର, ଉପହାର ଦେଇଛନ୍ତି । ବହୁତ କୃତଜ୍ଞତା । ଶିଳ୍ପା ଏବଂ ମୁଁ ଆମର ଝିଅ ଇଶାନି ଅଗ୍ନିହୋତ୍ରୀଙ୍କୁ ପରିଚିତ କରିବାକୁ ଚାହୁଁଛୁ । ଦୟାକରି ତାକୁ ଭଲ ପାଇବା ଏବଂ ଆଶୀର୍ବାଦ ଦିଅନ୍ତୁ।’

Advertisment

ଅପୂର୍ବ ଅଗ୍ନିହୋତ୍ରୀ ବଲିଉଡ ଫିଲ୍ମରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ସେ ଅନେକ ହିଟ୍ ଫିଲ୍ମରେ ନଜର ଆସିଛନ୍ତି । ଶାହରୁଖ ଖାନ୍ ଓ ମହିମା ଚୌଧୁରୀଙ୍କ ‘ପରଦେଶ’ ଫିଲ୍ମରେ ତାଙ୍କୁ ସପୋର୍ଟିଂ ରୋଲ୍‌ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମର ତାଙ୍କ ଅଭିନୟ ବେଶ୍ ଦମ୍‌ଦାର ଥିଲା। ସେହିରପି ‘ପ୍ୟାର କୋଇ ଖେଲ ନହିଁ’ ଫିଲ୍ମରେ ମଧ୍ୟ ସେ ପ୍ରମୁଖ ଭୂମିକାରେ ନଜର ଆସିଥିଲେ। ଏହା ବ୍ୟତୀତ ଅପୂର୍ବ ଟିଭି ଇଣ୍ଡଷ୍ଟ୍ରିରେ ମଧ୍ୟ ବେଶ୍ ସକ୍ରିୟ । ସେ ଅନେକ ଟିଭି ସିରିଏଲ୍‌ରେ ଲିଡ୍ ରୋଲ୍‌ରେ କାମ କରିଛନ୍ତି।

ଅନ୍ୟପଟେ ତାଙ୍କ ପତ୍ନୀ ଶିଳ୍ପାଙ୍କୁ ମଧ୍ୟ ‘କ୍ୟୁଙ୍କି ଶାସ୍ ଭି କଭି ବହୁ ଥି, କ୍ୟା ହାଦସା କ୍ୟା ହକିକତ, କୁସୁମ, ନଚ ବଲିଏ, ବିଗ୍‌ବସ୍‌-୭ ଭଳି ଶୋରେ ଦେଖିବାକୁ ମିଳିଥିଲା। ଏବେ ଏହି ଦମ୍ପତି ଅଭିନୟ ଜଗତରୁ ଟିକେ ଦୂରେଇ ଯାଇଛନ୍ତି । ସେ ଲାଇମ୍‌ଲାଇଟ୍‌ରୁ ଦୂରରେ ରହି ନିଜ ବ୍ୟକ୍ତିଗତ ଜୀବନକୁ ଏଞ୍ଜୟ କରୁଛନ୍ତି।