Advertisment

ଫ୍ୟାନରେ ଝୁଲିପଡ଼ିଲେ ଅଭିନେତ୍ରୀ !

କୋଲକାତା: ବେଙ୍ଗଲ ଅଭିନେତ୍ରୀ ପଲ୍ଲବୀ ଦେଙ୍କ ମୃତ୍ୟୁ ଘଟିଛି।  ତାଙ୍କ ମୃତ ଦେହକୁ ନିଜ ବାସଭବନରୁ ଠାବ କରାଯାଇଛି। କୋଲକାତାର ଗରଫା ଏରିଆରେ ରହୁଥିବା ପଲ୍ଲବୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ  ଉପୁଜିଛି। ଆଜି ସାକାଳେ ପଲ୍ଲବୀଙ୍କ ମୃତ ଦେହକୁ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ପ୍ରାଥମିକ ତଦନ୍ତ ପରେ ଅଭିନେତ୍ରୀ ଜଣକ ଆତ୍ମହତ୍ୟା କରିଥିବା କୁହାଯାଉଛି। ପଲ୍ଲବୀଙ୍କ ମୃତ ଦେହ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବେଙ୍ଗଲ […]

ଅଦ୍ୟତନ ହୋଇଛି
ଫ୍ୟାନରେ ଝୁଲିପଡ଼ିଲେ ଅଭିନେତ୍ରୀ !

vio

Advertisment

କୋଲକାତା: ବେଙ୍ଗଲ ଅଭିନେତ୍ରୀ ପଲ୍ଲବୀ ଦେଙ୍କ ମୃତ୍ୟୁ ଘଟିଛି।  ତାଙ୍କ ମୃତ ଦେହକୁ ନିଜ ବାସଭବନରୁ ଠାବ କରାଯାଇଛି। କୋଲକାତାର ଗରଫା ଏରିଆରେ ରହୁଥିବା ପଲ୍ଲବୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ  ଉପୁଜିଛି। ଆଜି ସାକାଳେ ପଲ୍ଲବୀଙ୍କ ମୃତ ଦେହକୁ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ପ୍ରାଥମିକ ତଦନ୍ତ ପରେ ଅଭିନେତ୍ରୀ ଜଣକ ଆତ୍ମହତ୍ୟା କରିଥିବା କୁହାଯାଉଛି। ପଲ୍ଲବୀଙ୍କ ମୃତ ଦେହ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।

Advertisment

ଉଦ୍ଧାର ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବେଙ୍ଗଲ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।  ବେଙ୍ଗଲରେ ଟେଲିଭିଜନ ଅଭିନେତ୍ରୀ ଭାବେ ଜଣାଶୁଣା ପଲ୍ଲବୀ ‘ମନ୍‌ ମାନେନା’ ଧାରାବାହିକରେ ଲିଡ୍‌ ରୋଲରେ ଅଭିନୟ କରିଥିଲେ। ସେହିପରି ସେ ଅନେକ ସୋ’ରେ ମଧ୍ୟ କାମ କରିଛନ୍ତି।  ରେଶମ ଜପି, ସରସ୍ୱତୀ ପ୍ରେମ ଏବଂ ଆମି ସିରାଜେର ବେଗମ ଭଳି ଟେଲି ଭିଜନ ସୋ’ରେ ନିଜର ଜଲୱା ଦେଖାଇଛନ୍ତି ପଲ୍ଲବୀ। ତାଙ୍କ ମୃତ୍ୟୁରେ ବେଙ୍ଗଲ ଅଭିନୟ ଜଗରେ ଶୋକର ଛାୟା ଖେଳି ଯାଇଛି। ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ି ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe