Deepesh bhan passes-away
ମୁମ୍ବାଇ: ଟେଲିଭିଜନ ଜଗତରୁ ପୁଣି ଆସିଲା ଦୁଃଖଦ ଖବର। ଆରପାରିକୁ ଚାଲିଗଲେ ଆଉ ଜଣେ ଅଭିନେତା। ଲୋକପ୍ରିୟ ସିରିଏଲ୍ 'ଭାବିଜୀ ଘର ପର୍ ହୈ' ଫେମ୍ ମଲଖାନ ଅର୍ଥାତ ଅଭିନେତା ଦୀପେଶ ଭାନଙ୍କ ହଠାତ୍ ଦେହାନ୍ତ ହୋଇଛି। ଏହି ଖବର ଏବେ ପୂରା ଟେଲିଭିଜନ ଜଗତକୁ ସ୍ତବ୍ଧ କରିଦେଇଛି।
ରିପୋର୍ଟ ମୁତାବକ, ଦୀପେଶ ଶନିବାର ସକାଳେ କ୍ରିକେଟ ଖେଳୁଥିଲେ। ଏହି ସମୟରେ ହଠାତ୍ ସେ ତଳେ ପଡି ଯାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
/odisha-reporter/media/post_attachments/onecms/images/uploaded-images/2021/04/19/224ea6c854d39fa9bdb26bbcf772609887c41.jpg)
ଭାବିଜୀ ଘର ପର୍ ହୈର ଅଭିନେତା ମୋହନଲାଲ ତିୱାରୀ ଭୂମିକାରେ ଅଭିନୟ କରିଥିବା ରୋହିତାଶ ଗୌଡା ଦୀପେଶ ଭାନ୍ଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତି କରିଛନ୍ତି। ସେ କହିଛନ୍ତି, 'ଆଜି ଶୁଟିଂ ଟାଇମ୍ରେ ବିଳମ୍ବ ଥିଲା। ଏଥିପାଇଁ ଦୀପେଶ ଜିମ୍ ପରେ କ୍ରିକେଟ ଖେଳିବା ପାଇଁ ଯାଇଥିଲେ। ଏହାହିଁ ତାଙ୍କର ନୀତିଦିନିଆ ଫିଟ୍ନେସ୍ ରୁଟିନ୍ ଥିଲା। 'ଦୀପେଶ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ଥିଲେ କିନ୍ତୁ ଖେଳିବା ସମୟରେ ସେ ହଠାତ୍ ତଳେ ପଡିଯାଇଥିଲେ। ଏହା ଆମ ପାଇଁ ସବୁଠୁ ବଡ ଝଟ୍କା ଥିଲା।'
/odisha-reporter/media/post_attachments/Prabhatkhabar/2022-07/1febc4da-6678-4b29-8701-2621d48f41de/deepesh.jpg)
'ଭାବିଜୀ ଘର ପର୍ ହୈ' ସିରିଏଲ୍ରେ ଦୀପେଶଙ୍କ ଭୂମିକା ବେଶ୍ ମଜାଳିଆ ଥିଲା। ତାଙ୍କ ଚରିତ୍ରକୁ ଲୋକେ ଖୁବ୍ ପସନ୍ଦ ମଧ୍ୟ କରୁଥିଲେ। 'ଭାବିଜୀ ଘର ପର ହୈ' ବ୍ୟତୀତ ଦୀପେଶ 'କମେଡି କିଙ୍ଗ କୌନ୍', 'କମେଡି କ୍ଲବ', 'ଭୂତୱାଲା', 'ଏଫ୍ଆଇଆର୍', ସମେତ 'ସୁନ ୟାର ଚିଲ୍ ମାର୍' ଭଳି ଶୋ'ରେ କାମ କରିଥିଲେ।
ସୂଚନା ମୁତାବକ, ଦୀପେଶ ଦିଲ୍ଲୀରେ ପାଠ ପଢ଼ିବା ପରେ ୨୦୦୫ରେ ମୁମ୍ବାଇ ଆସିଥିଲେ। ସେ ୨୦୧୯ରେ ବିବାହ କରିଥିଲେ। ଜାନୁଆରୀ ୨୦୨୧ରେ ସେ ପୁତ୍ର ସନ୍ତାନାର ବାପା ହୋଇଥିଲେ। ତାଙ୍କ ମୃତ୍ୟୁରେ ପୂରା ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ବହୁ ଅଭିନେତା ଅଭିନେତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/07/deepesh-bhan-passes-away.jpg)