Advertisment

ପୁଅକୁ କୋଳରେ ଧରି ଶୋ'ରେ ଏଣ୍ଟ୍ରି କଲେ ଭାରତୀ

ମୁମ୍ବାଇ: ନିକଟରେ ମା’ ହୋଇଛନ୍ତି କମେଡି କୁଇନ୍‌ ଭାରତୀ ସିଂହ। ଭାରତୀ ଓ ହର୍ଷଙ୍କ ଘରକୁ ଆସିଛି କୁନି ପୁଅ। ଏଥିପାଇଁ କିଛି ଦିନ ହେବ ଭାରତୀ ଟିଭି ଇଣ୍ଡଷ୍ଟ୍ରିରୁ ବ୍ରେକ୍‌ ନେଇଛନ୍ତି। ତେବେ ପୁଅ ଜନ୍ମ ହେବାର ମାସେ ନପୂରିବା ପୂର୍ବରୁ ପୁଣି ଥରେ ଟିଭି ଇଣ୍ଡଷ୍ଟ୍ରିକୁ କମ୍‌ବ୍ୟାକ୍‌ କରିଛନ୍ତି ଭାରତୀ। ପୁଅକୁ କୋଳରେ ଧରି ‘ହୁନରବାଜ’ ଶୋ’ରେ ଏଣ୍ଟ୍ରି ମାରିଛନ୍ତି କମେଡି କୁଇନ୍‌। ପ୍ରକୃତରେ ହୁନରବାଜ ଶୋ’କୁ ହୋଷ୍ଟ କରୁଥିବା ଭାରତୀ ଭିଡିଓ କଲ୍‌ […]

ପୁଅକୁ କୋଳରେ ଧରି ଶୋ'ରେ ଏଣ୍ଟ୍ରି କଲେ ଭାରତୀ

Bharti Singh

Advertisment

ମୁମ୍ବାଇ: ନିକଟରେ ମା' ହୋଇଛନ୍ତି କମେଡି କୁଇନ୍‌ ଭାରତୀ ସିଂହ। ଭାରତୀ ଓ ହର୍ଷଙ୍କ ଘରକୁ ଆସିଛି କୁନି ପୁଅ। ଏଥିପାଇଁ କିଛି ଦିନ ହେବ ଭାରତୀ ଟିଭି ଇଣ୍ଡଷ୍ଟ୍ରିରୁ ବ୍ରେକ୍‌ ନେଇଛନ୍ତି। ତେବେ ପୁଅ ଜନ୍ମ ହେବାର ମାସେ ନପୂରିବା ପୂର୍ବରୁ ପୁଣି ଥରେ ଟିଭି ଇଣ୍ଡଷ୍ଟ୍ରିକୁ କମ୍‌ବ୍ୟାକ୍‌ କରିଛନ୍ତି ଭାରତୀ। ପୁଅକୁ କୋଳରେ ଧରି 'ହୁନରବାଜ' ଶୋ'ରେ ଏଣ୍ଟ୍ରି ମାରିଛନ୍ତି କମେଡି କୁଇନ୍‌।

Advertisment

ପ୍ରକୃତରେ ହୁନରବାଜ ଶୋ'କୁ ହୋଷ୍ଟ କରୁଥିବା ଭାରତୀ ଭିଡିଓ କଲ୍‌ ଜରିଆରେ ଏହି ଶୋ'ରେ ସାମିଲ ହୋଇଛନ୍ତି। ଯାହାର ପ୍ରମୋ ଏବେ ସାମ୍ନାକୁ ଆସିଛି। ସେ ପୁଅକୁ କୋଳରେ ଧରି ଏହି ଶୋ'ରେ ଭିଡିଓ କଲ୍‌ ଜରିଆରେ ସମସ୍ତଙ୍କୁ ଭେଟିଛନ୍ତି। ଏହି ଶୋ'ର ମେକର୍ସମାନେ ଏକ ମଜାଦାର ଭିଡିଓ ଶେଆର କରି ଭାରତୀଙ୍କୁ ସମସ୍ତେ ମିସ୍‌ କରୁଥିବା କହିଛନ୍ତି।

ବାସ୍ତବରେ, ଭେଟେରାନ୍‌ ଅଭିନେତା ମିଥୁନ ଶୋ'ର ନୂଆ ହୋଷ୍ଟ ସୁରଭି ଚାନ୍ଦନାଙ୍କୁ କହୁଛନ୍ତି ଯେ 'ତାଙ୍କୁ ବିରକ୍ତ କରୁଥିବା ମହିଳା ପୁଅକୁ ଜନ୍ମ ଦେଇଥିବାରୁ ଏବେ ସେ ଘରେ ଅଛି। ଏଥିପାଇଁ ମୁଁ ଶାନ୍ତିରେ ସମୟ ବିତାଉଛି।' ମିଥୁନ ଏହା କହିବା କ୍ଷଣି ହଠାତ୍‌ ଭିଡିଓ ସ୍କ୍ରିନ୍‌ରେ ପ୍ରକଟ ହୋଇଯାଉଛନ୍ତି ଭାରତୀ। ସେ ମଜାଦାର ଢ଼ଙ୍ଗରେ ମିଥୁନଙ୍କୁ କହୁଛନ୍ତି, 'ମୁଁ ଏଠାରେ ଛୁଆ ଖେଳାଉଛି ଏବଂ ତୁମର ସେଠୁ ଖେଳ ଚାଲିଛି। ଆପଣ କଣ କରୁଛନ୍ତି ସାର୍? ଏହି ଝିଅଟି (ସୁରଭି ଚାନ୍ଦନା) ଆପଣଙ୍କ ଠାରୁ ଅତି କମରେ ୬୨ ବର୍ଷ ସାନ ହେବ।'

Advertisment

ଏହାପରେ ଭାରତୀ ନିଜ ପୁଅକୁ କୋଳରେ ଧରିଥିବା ଦେଖି ସମସ୍ତେ ଖୁସିରେ ହସି ଉଠୁଥିବା ଦେଖିବାକୁ ମିଳିଛି । ଶୋ'ର ଜଜ୍‌ ବନିଥିବା କରଣ ଜୋହର୍‌ ଭାରତୀଙ୍କ ପୁଅକୁ ଦେଖି ଏକ ଗୀତ ମଧ୍ୟ ଗାଉଛନ୍ତି। ଏହାଶୁଣି ଭାରତୀ ମୋ ପୁଅକୁ କରଣ ଲଞ୍ଚ କରିବେ ବୋଲି କହୁଛନ୍ତି। ଏହାପରେ ସମସ୍ତେ ଭାରତୀ ଓ ହର୍ଷଙ୍କୁ ଶିଶୁ ପତ୍ର ଜନ୍ମ ପାଇଁ ଶୁଭେଚ୍ଛା ଜଣାଉଛନ୍ତି।

View this post on Instagram

A post shared by ColorsTV (@colorstv)

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe