/odisha-reporter/media/post_attachments/uploads/2021/12/Bharti-singh-and-Harsh.jpg)
Bharti singh and Harsh
ମୁମ୍ବାଇ: ବିବାହର ଦୀର୍ଘ ଦିନ ପରେ ଗୁଡ୍ ନ୍ୟୁଜ୍ ଦେଲେ କମେଡି କୁଇନ୍ ଭାରତୀ ସିଂହ। ହର୍ଷ ଓ ଭାରତୀଙ୍କ ଘରକୁ ଆସିବେ ନୂଆ ଅତିଥି। ଖୁବଶୀଘ୍ର ମା' ହେବେ ଭାରତୀ। ଏନେଇ ସେ ନିଜେ ସୂଚନା ଦେଇଛନ୍ତି।
ନିଜ ଇନ୍ଷ୍ଟାଗ୍ରାମରେ ଭାରତୀ ଏକ ଫଟୋ ପୋଷ୍ଟ କରି ସେ ଗର୍ଭବତୀ ଥିବା କହିଛନ୍ତି। ଫଟୋରେ ନିଜ ସାଙ୍ଗମାନଙ୍କ ସହ ନଜର ଆସିଛନ୍ତି ଭାରତୀ। ସ୍ୱାମୀ ହର୍ଷ ଲିମ୍ବାଚିଆ, ଜାସ୍ମୀନ ଭସିନ, ଅଲ୍ଲି ଗୋନି, ପୁନୀତ ପାଠକଙ୍କ ସହ ଭାରାତୀ ନିଜ ଫ୍ୟାନ୍ମାନଙ୍କ ସହ ଗୁଡ୍ ନ୍ୟୁଜ୍ ଶେୟାର କରିଛନ୍ତି। ଏହି ଫଟୋରେ ଭାରତୀ ନିଜ ବେବି ବମ୍ପ ଦେଖାଇଛନ୍ତି। ଏଥିସହ 'ବେବି ଲିମ୍ବାଚିଆ କମିଂ ସୁନ୍' ବୋଲି ଲେଖାହୋଇଛି।
ତେବେ ଭାରତୀଙ୍କ ପୂର୍ବରୁ ତାଙ୍କର ଜଣେ ନିକଟ ସମ୍ପର୍କୀୟ ସେ ଗର୍ଭବତୀ ଥିବା ଖବର ମିଡିଆକୁ ଦେଇଥିଲେ। ଏଥିପାଇଁ ସେ ଏବେ ନିଜ କାମରୁ ବ୍ରେକ୍ ନେଇଛନ୍ତି। ଘରେ ରହି ସେ ରେଷ୍ଟ କରୁଥିବା କହିଛନ୍ତି।
ଖବର ଅନୁଯାୟୀ, ଭାରତୀ ଖୁବ୍ ଶୀଘ୍ର କାମ ଆରମ୍ଭ କରିବ। ସେ କପିଲ ଶର୍ମାଙ୍କ ଶୋ’ରେ ଯୋଗଦେବାକୁ ଯାଉଛନ୍ତି। ବିରତି ପରେ ଭାରତୀ ତାଙ୍କ ଗେମ୍ ଶୋ' ଉପରେ ମଧ୍ୟ ଧ୍ୟାନ ଦେବାକୁ ଚାହୁଁଛନ୍ତି, ଯାହା କିଛି ସପ୍ତାହ ମଧ୍ୟରେ ଆରମ୍ଭ ହୋଇପାରେ। ଭାରତୀ ସିଂହ ଏବଂ ହର୍ଷ ଲିମ୍ବାଚିଆ କିଛି ଦିନ ପୂର୍ବରୁ ଦୁବାଇରୁ ଛୁଟି କାଟି ମୁମ୍ବାଇ ଫେରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
