Advertisment

ରାତିସାରା ଯନ୍ତ୍ରଣାରେ ଛଟପଟ ହେଉଥିଲେ ଭାରତୀ, ଘର ଲୋକଙ୍କୁ ଲୁଚାଇଥିଲେ

ମୁମ୍ବାଇ: ରାତିସାରା ଯନ୍ତ୍ରଣାରେ ଛଟପଟ ହେଉଥିଲେ କମେଡି କୁଇନ୍‌ ଭାରତୀ। ତଥାପି ସହ୍ୟ କରିଯାଇଥିଲେ। କାହାକୁ କିଛି ଜଣାଇନଥିଲେ। ଏପରିକି ସେ ନିଜ ଘର ଲୋକଙ୍କୁ ମଧ୍ୟ କିଛି କହିନଥିଲେ। ଡେଲିଭରୀ ପୂର୍ବରୁ କିଛି ଏଭଳି ଥିଲା କମେଡି କୁଇନ୍‌ ଭାରତୀ ସିଂହଙ୍କ ଅବସ୍ଥା। ନିକଟରେ ଭାରତୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ସେ ଗର୍ଭବତୀ ଥାଇ ମଧ୍ୟ ଡେଲିଭରୀ ପୂର୍ବଦିନ ଯାଏଁ କାମ କରି ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ଦୀର୍ଘ ୯ […]

author-image
Madhupriya Mistry
ରାତିସାରା ଯନ୍ତ୍ରଣାରେ ଛଟପଟ ହେଉଥିଲେ ଭାରତୀ, ଘର ଲୋକଙ୍କୁ ଲୁଚାଇଥିଲେ

Bharti Singh-1

ମୁମ୍ବାଇ: ରାତିସାରା ଯନ୍ତ୍ରଣାରେ ଛଟପଟ ହେଉଥିଲେ କମେଡି କୁଇନ୍‌ ଭାରତୀ। ତଥାପି ସହ୍ୟ କରିଯାଇଥିଲେ। କାହାକୁ କିଛି ଜଣାଇନଥିଲେ। ଏପରିକି ସେ ନିଜ ଘର ଲୋକଙ୍କୁ ମଧ୍ୟ କିଛି କହିନଥିଲେ। ଡେଲିଭରୀ ପୂର୍ବରୁ କିଛି ଏଭଳି ଥିଲା କମେଡି କୁଇନ୍‌ ଭାରତୀ ସିଂହଙ୍କ ଅବସ୍ଥା।

Advertisment

ନିକଟରେ ଭାରତୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ସେ ଗର୍ଭବତୀ ଥାଇ ମଧ୍ୟ ଡେଲିଭରୀ ପୂର୍ବଦିନ ଯାଏଁ କାମ କରି ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ଦୀର୍ଘ ୯ ମାସ ଯାଏଁ ସେ ଶୁଟିଂ କରିଛନ୍ତି। ତେବେ ଡେଲିଭରୀର ପୂର୍ବ ଦିନ ରାତିରେ ତାଙ୍କ ଅବସ୍ଥା କିଭଳି ଥିଲା ତାହା ଏବେ ସାମ୍ନାକୁ ଆସିଛି। ଭାରତୀ ନିଜ ସୋଶାଲ ମିଡିଆ ବ୍ଲଗ ଜରିଆରେ ଏହି ସୂଚନା ଦେଇଛନ୍ତି। ବ୍ଲଗ୍‌ରେ ଡେଲିଭରୀର ଦୁଇ ଦିନ ପୂର୍ବରୁ ଏବଂ ହସ୍ପିଟାଲ ଯିବା ଯାଏଁ କିଭଳି ଥିଲା ତାଙ୍କ ଅବସ୍ଥା ସେ ସବୁ ବଖାଣିଛନ୍ତି।

Bharti Singh shares video documenting her journey from labour pain to giving  birth to her baby boy. Watch | The Indies Times

ସେ କିହଛନ୍ତି ଛୁଆ ଜନ୍ମ ହେବାର ଦୁଇ ଦିନ ପୂର୍ବରୁ ତାଙ୍କ ପ୍ରବଳ ଯନ୍ତ୍ରଣା ହୋଇଥିଲା। ତେବେ ଏହା ପ୍ରସବ ଯନ୍ତ୍ରଣା ଥିଲା ନା ଆଉ କିଛି ତାହା ସେ ଜାଣି ପାରିନଥିଲେ। କଳେ ଘର ଲୋକ ଚିନ୍ତିତ ହୋଇପଡିବେ ସେ ଏନେଇ କାହାକୁ ଜଣାଇନଥିଲେ। ଏହାପରେ ସେ ସ୍ୱାମୀ ହର୍ସ ଲିମ୍ବାଚିୟାଙ୍କ ସହ କାର୍‌ରେ ବସି ହସ୍ପିଟାଲ ଯାଇଥିଲେ। ତେବେ ହସ୍ପିଟାଲ ଯିବା ଯାଏଁ ମଧ୍ୟ ସେ ନିଜ ଘର ଲୋକଙ୍କୁ କିଛି ଜଣାଇନଥିଲେ। ଏ ସମସ୍ତ ଘଟଣାକୁ ଭାରତୀ ନିଜ କ୍ୟାମେରାରେ କଏଦ୍‌ କରିଛନ୍ତି। ଏହା ତାଙ୍କ ଜୀବନର ସବୁଠୁ ବଡ ଶୁଟ୍‌ ଥିଲା ବୋଲି ସେ କହିଛନ୍ତି।

Advertisment

ହସ୍ପିଟାଲ ଯିବା ସମୟରେ ବେଶ୍‌ ଭୟଭୀତ ହୋଇପଡିଥିଲେ ଭାରତୀ। ସେ କାନ୍ଦିବାକୁ ଲାଗିଥିଲେ। ଏହାପରେ ରାତିସାରା ଯନ୍ତ୍ରଣାରେ ଛଟପଟ ହେବା ପରେ ଶେଷରେ ଭାରତୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଭାରତୀ ଏବଂ ପୁଅ ପୂର ସୁସ୍ଥ ଥିବା ନେଇ ହର୍ଷ ଟ୍ୱିଟ୍‌ କରି ନିଜ ଫ୍ୟାନ୍‌ମାନଙ୍କୁ ଜଣାଇଥିଲେ।