asim4
ମୁମ୍ୱାଇ : ବିଗ୍ ବସ୍-୧୩ର ଫେମ୍ ଅସିମ୍ ରିଆଜ୍ଙ୍କ ଉପରେ ବୁଧବାର ଆକ୍ରମଣ ହୋଇଛି। ସାଇକେଲ୍ ଚଲାଇବା ସମୟରେ ପଛରୁ କିଛି ଦୁର୍ବୁତ୍ତ ତାଙ୍କୁ ଧକ୍କା ଦେଇଛନ୍ତି। ଧକ୍କା ଖାଇବା ପରେ ଅସିମ୍ଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି।
ସୋଶାଲ ମିଡିଆ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେଆର୍ କରି ତାଙ୍କ ଉପରକୁ ଆକ୍ରମଣ ହୋଇଥିବା ସୂଚନା ଅସିମ୍ ଫ୍ୟାନ୍ସଙ୍କୁ ଦେଇଛନ୍ତି।
ଭିଡିଓରେ ଅସିମ୍ କହିଛନ୍ତି, ‘ସାଇକେଲ୍ ଚଲାଉଥିବା ସମୟରେ କିଛି ଲୋକ ମୋତେ ଆଗପଟୁ ନୁହେଁ ପଛପଟୁ ଆକ୍ରମଣ କରିଥିଲେ। ମୋ ଆଣ୍ଠୁ, କାନ୍ଧ ଓ ହାତରେ ଆଘାତ ଲାଗିଛି। ହେଲେ ସବୁ ଠିକ୍ ଅଛି।’
ଭିଡିଓଟି ସୋଶାଲ ମିଡିଆରେ ଶେଆର୍ କରିବା ପରେ ଫ୍ୟାନ୍ସ ତାଙ୍କୁ ଶୀଘ୍ର ସୁସ୍ଥ ହେବା ପାଇଁ କହିଛନ୍ତି। ଏପରିକି ଟ୍ୱିଟରରେ #GetWellSoonAsim ଟ୍ରେଣ୍ଡ ମଧ୍ୟ ହେଉଛି।
ସୂଚନାଯୋଗ୍ୟ, ବିଗବସ୍-୧୩ରେ ଅସିମ୍ ରିଆଜ୍ଙ୍କୁ ଅଧିକ ଲୋକପ୍ରିୟତା ମିଳିଥିଲା। ସେ ଶୋ’ର ପ୍ରଥମ ରନର୍ସଅଫ୍ ରହିଥିଲେ। ବର୍ତ୍ତମାନ ଅସିମ୍ ଏକ ମ୍ୟୁଜିକ ଭିଡିଓରେ କାମ କରୁଛନ୍ତି। ଯାହାର ପୋଷ୍ଟର ରିଲିଜ୍ ହୋଇସାରିଛି। ଏଥିରେ ହିମାଂଶି ଖୁରାନା ତାଙ୍କ ଅପୋଜିଟ୍ରେ ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/08/asim4.jpg)