Advertisment

‘ବିଗବସ୍‌-୧୪’ରେ ରାଧେ ମା’

ମୁମ୍ୱାଇ : ରିଆଲିଟି ଶୋ’ ‘ବିଗବସ୍‌ -୧୪’ରେ ଖୁବ୍‌ଶୀଘ୍ର ଦର୍ଶକ ଆତ୍ମଘୋଷିତ ମାତା ରାଧେ ମା’ଙ୍କୁ ଦେଖିବାକୁ ପାଇବେ। ଏହି ଶୋ’ରେ ସାମିଲ ହେବା ପାଇଁ ରାଧେ ମା’ ମୋଟା ଅଙ୍କର ଟଙ୍କା ମଧ୍ୟ ନେଉଛନ୍ତି। ସୂଚନା ଅନୁସାରେ ‘ବିଗବସ୍‌ ୧୪’ର ଗୋଟିଏ ସପ୍ତାହ ପାଇଁ ବିବାଦୀୟ ମାତା ରାଧେ ମା’ଙ୍କୁ ୨୫ ଲକ୍ଷ ଟଙ୍କା ଦିଆଯାଉଛି। ରିପୋର୍ଟ ଅନୁସାରେ ବିଗବସ୍‌ରେ ସାମିଲ ହେବା ପାଇଁ ସେଲେବ୍ରିଟିମାନଙ୍କୁ ଭଲ ଅଫର୍‌ ଦିଆଯାଇଥାଏ। ତେଣୁ ଏହି ସିଜନ୍‌ରେ ରାଧେ […]

‘ବିଗବସ୍‌-୧୪’ରେ ରାଧେ ମା’

bb

Advertisment

ମୁମ୍ୱାଇ : ରିଆଲିଟି ଶୋ’ ‘ବିଗବସ୍‌ -୧୪’ରେ ଖୁବ୍‌ଶୀଘ୍ର ଦର୍ଶକ ଆତ୍ମଘୋଷିତ ମାତା ରାଧେ ମା’ଙ୍କୁ ଦେଖିବାକୁ ପାଇବେ। ଏହି ଶୋ’ରେ ସାମିଲ ହେବା ପାଇଁ ରାଧେ ମା’ ମୋଟା ଅଙ୍କର ଟଙ୍କା ମଧ୍ୟ ନେଉଛନ୍ତି। ସୂଚନା ଅନୁସାରେ ‘ବିଗବସ୍‌ ୧୪’ର ଗୋଟିଏ ସପ୍ତାହ ପାଇଁ ବିବାଦୀୟ ମାତା ରାଧେ ମା’ଙ୍କୁ ୨୫ ଲକ୍ଷ ଟଙ୍କା ଦିଆଯାଉଛି।

Advertisment

ରିପୋର୍ଟ ଅନୁସାରେ ବିଗବସ୍‌ରେ ସାମିଲ ହେବା ପାଇଁ ସେଲେବ୍ରିଟିମାନଙ୍କୁ ଭଲ ଅଫର୍‌ ଦିଆଯାଇଥାଏ। ତେଣୁ ଏହି ସିଜନ୍‌ରେ ରାଧେ ମା’ ସବୁଠାରୁ ଅଧିକ କଥା କହୁଥିବା ପ୍ରତିଯୋଗୀ ହେବାକୁ ଯାଉଛନ୍ତି। ୨୦୧୫ ‘ବିଗବସ୍‌ ୯’ରେ ରାଧେ ମା’ ଯୋଗ ଦେଉଛନ୍ତି ବୋଲି ଶୁଣିବାକୁ ମିଳିଥିଲା। ହେଲେ ଏହି ମିଛ ଖବର ପାଇଁ ସେହି ସମୟରେ ରାଧେ ମା’ ନିର୍ମାତାଙ୍କୁ ଲିଗାଲ୍‌ ନୋଟିସ୍‌ ପଠାଇଥିଲେ। Bollywoodlife.comର ରିପୋର୍ଟ ଅନୁସାରେ ଏଥର ରାଧେ ମା’ ଶୋ’ରେ ଭାଗ ନେବା ପାଇଁ ସପ୍ତାହକୁ ୨୫ ଲକ୍ଷ ଦେବା ପାଇଁ ନିର୍ମାତାଙ୍କୁ ଦାବି କରିଛନ୍ତି।

https://www.instagram.com/p/CFuGlcUAWlX/?utm_source=ig_web_copy_link

ସୂଚନାଯୋଗ୍ୟ, ଆତ୍ମଘୋଷିତ ମାତା ରାଧେ ମା’ ପଞ୍ଜାବର ଗୁରଦାସପୁରରେ ରୁହନ୍ତି। ଅତୀତରେ ମୁମ୍ୱାଇ ଓ ପଞ୍ଜାବରେ ସତସଙ୍ଗ କରିବା ଯୋଗୁଁ ସେ ଲୋକପ୍ରିୟ ହୋଇଉଠିଥିଲେ। ଏହି ସତସଙ୍ଗ ପାଇଁ ସେ ବିବାଦରେ ମଧ୍ୟ ଛନ୍ଦି ହୋଇଥିଲେ।

Advertisment

ଏପରିକି ବିଗବସ୍‌ ପ୍ରତିଯୋଗୀ ଡଲି ବିନ୍ଦ୍ରାଙ୍କ ସହିତ ତାଙ୍କର ବିବାଦ ହୋଇଥିଲା। ରାଧେ ମା’ଙ୍କର ବିଗବସ୍‌ ପ୍ରୋମୋ ରିଲିଜ୍‌ ହୋଇସାରିଛି। ଯେଉଁଥିରେ ସେ ତାଙ୍କର ତ୍ରିଶୁଳ ଧରି ଘର ଭିତରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ଏବେ କେବଳ ଦେଖିବାକୁ ବାକି ରହିଲା ଅକ୍ଟୋବର ୪ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ରିଆଲିଟି ଶୋ’ ‘ବିଗବସ୍‌-୧୪’ରେ ରାଧେ ମା’ଙ୍କ ଉପସ୍ଥିତି ଶୋ’କୁ କେଉଁ ମୋଡ଼ ଦେଉଛି ?

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe