/odisha-reporter/media/post_attachments/uploads/2021/11/Salman-Khan.1.jpg)
Salman Khan.1
ମୁମ୍ବାଇ: କାମ ଦେଉନି ବଲିଉଡର ଦବଙ୍ଗ ସଲମାନ ଖାନ୍ଙ୍କ ଜଲୱା। ମାଳ ମାଳ ସେଲେବ୍ରିଟି ଥାଇ ବି ଦେଖାଇ ପାରୁନାହାନ୍ତି ଜାଦୁ। ଦର୍ଶକଙ୍କୁ କରିପାରୁ ନାହାନ୍ତି ଆକର୍ଷିତ। ଟିଭିର ସୁପରହିଟ୍ ରିଆଲିଟି ଶୋ' 'ବିଗ୍ ବସ' ଚଳିତ ସିଜିନ୍ରେ ପଡିଯାଇଛି ଥିମା। ଦେଖାଦେଇଛି ଟିଆର୍ପି ସଙ୍କଟ। ଫଳରେ ସମୟ ପୂର୍ବରୁ ସଲମାନଙ୍କ ଏହି ଶୋ'ରେ ତାଲା ପଡିଯିବ ବୋଲି ଶୁଣିବାକୁ ମିଳୁଛି।
ଲୋକପ୍ରିୟ ରିଆଲିଟି ଶୋ' ବିଗ୍ ବସ୍ ଚଳିତ ସିଜିନର ପ୍ରତିଯୋଗୀଙ୍କ ନାଁ ସାମ୍ନାକୁ ଆସିବା ପରେ ଦର୍ଶକଙ୍କ ଉତ୍ସାହ ଚରମରେ ଥିଲା। ଟିଭି ଜଗତର ନାମୀଦାମୀ ଓ ଟ୍ରେଣ୍ଡିଂ ଷ୍ଟାର ଏହି ଶୋ'ର ଭାଗ ନେଇଛନ୍ତି। ଏହାପରେ ବି ହିଟ୍ ହେବା ବଦଳରେ ଏହା ଫ୍ଲପ୍ ହୋଇଯାଇଛି, ଯାହା ସମସ୍ତଙ୍କୁ ଚକିତ କରିଛି। ସିଜିନ୍ ୧୫ର ପ୍ରତିଯୋଗୀମାନେ ଦର୍ଶକଙ୍କୁ ଏଣ୍ଟରେଟନ୍ମେଣ୍ଟ କରିବାରେ ଫେଲ୍ ହୋଇଯାଇଛି।
ପ୍ରତି ସପ୍ତାହରେ ଶୋ'ର ଟିଆରପି ଖସିବାକୁ ଲାଗିଛି। ଏମିତି କି ସଲମାନ ଖାନଙ୍କ ୱିକେଣ୍ଡ କା ୱାର୍ ଏପିସୋଡ ମଧ୍ୟ ଲୋକଙ୍କୁ ପସନ୍ଦ ଆସିନି। ତା'ର ଟିଆରପି ମଧ୍ୟ ଖସି ଯାଉଛି। ବିଗ୍ ବସ୍-୧୫ କୁ ହାଇଏଷ୍ଟ ଟିଆରପି ପାଇଁ ମେକର୍ସମାନେ ହଟକେ ବନାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହା ଏବେ ଦର୍ଶକଙ୍କ ମନ ଜିଣି ପାରି ନାହିଁ। ତେଣୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଏହି ବିଗ୍ ବସ୍-୧୫କୁ ବନ୍ଦ କରିବାକୁ ମେକର୍ସମାନେ ନିଷ୍ପତ୍ତି ନେଇଛନ୍ତି।
ପ୍ରତିଯୋଗୀ, ହୋଷ୍ଟ ଏବଂ ଶୋ' ଉପରେ ମେକର୍ସମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଚଳିତ ଥର ବିଗ୍ ବସ୍ ଘରକୁ ଜଙ୍ଗଲ ଥିମ୍ରେ ତିଆରି କରାଯାଇଛି। ସଲମାନଙ୍କ ଫିସ୍ ଏବଂ ପ୍ରତିଯୋଗୀଙ୍କୁ ମିଶାଇ ଏହି ଶୋ'ରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ମେକର୍ସମାନେ ଶୋ' ସଫଳ କରିବା ପାଇଁ ୧୫ ଜଣ ପ୍ରତିଯୋଗୀଙ୍କ ଉପରେ ଆଶା କରିଥିଲେ, କିନ୍ତୁ ତାଙ୍କ ଆଶା ଏବେ ଧୂଳିସାତ୍ ହୋଇଛି। ଗେଷ୍ଟ ଏବଂ ହୋଷ୍ଟ ସଲମାନଙ୍କ ଦ୍ୱାରା ବାରମ୍ବାର ଚେତାବନୀ ପରେ ବି ପ୍ରତିଯୋଗୀମାନେ ନିଜ ଗେମ୍ରେ ସୁଧାର ଆଣିପାରିନାହାନ୍ତି। ନେହା ଓ ରାକେଶ ବାପ୍ଟାଙ୍କ ୱାଇଲ କାର୍ଡ ଏଣ୍ଟ୍ରି ପରେ ବି ଶୋ' ରେ କିଛି ଫରକ ପଡିନାହିଁ। ଏଥିପାଇଁ ବିଗ୍ ବସ-୧୫କୁ ମେକର୍ସମାନେ ଫେବ୍ରୁଆରୀ ୨୦୨୨ ପୂର୍ବରୁ ବନ୍ଦ କରିବାକୁ ଯୋଜନା କରିଥିବା ଜଣାପଡିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
