Advertisment

ସଲମାନଙ୍କ ଶୋ'କୁ ନେଇ ସଙ୍ଗୀନ ଅଭିଯୋଗ ଆଣିଲେ ପାକିସ୍ତାନୀ ଅଭିନେତା

ମୁମ୍ବାଇ: ପୁଣିଥରେ ଟିଭି ସ୍କ୍ରିନ୍‌କୁ ଫେରିଛନ୍ତି ବଲିଉଡର ଭାଇଜାନ୍‌ ସଲମାନ ଖାନ୍‌। ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ର ଏକ ନୂଆ ସିଜନ୍‌କୁ ନେଇ ସେ ଛୋଟ ପରଦାକୁ କମ୍‌ବ୍ୟାକ୍‌ କରିଛନ୍ତି। ଆରମ୍ଭ ହୋଇଯାଇଛି ବିଗ୍‌ ବସ୍‌-୧୬। ଏହି ଶୋ’ ଯେତିକି ଲୋକପ୍ରିୟ ସେତିକି ବିବାଦୀୟ ମଧ୍ୟ। ତେବେ ଏହି ଶୋ’କୁ ନେଇ ଏକ ନୂଆ ବିବାଦ ସାମ୍ନାକୁ ଆସିଛି। ପଡୋଶୀ ଦେଶ ପାକିସ୍ତାନୀରୁ ଆସିଛି ସଙ୍ଗୀନ ଅଭିଯୋଗ। ୱିକେଣ୍ଡ କା ୱାର୍‌ ଏପିସୋଡ୍‌ରେ ସଲମାନ ଘର ଲୋକଙ୍କ […]

author-image
Madhupriya Mistry
ସଲମାନଙ୍କ ଶୋ'କୁ ନେଇ ସଙ୍ଗୀନ ଅଭିଯୋଗ ଆଣିଲେ ପାକିସ୍ତାନୀ ଅଭିନେତା

ADNAN SIDDIQUI accuses-salman-khan

ମୁମ୍ବାଇ: ପୁଣିଥରେ ଟିଭି ସ୍କ୍ରିନ୍‌କୁ ଫେରିଛନ୍ତି ବଲିଉଡର ଭାଇଜାନ୍‌ ସଲମାନ ଖାନ୍‌। ଲୋକପ୍ରିୟ ରିଆଲିଟି ଶୋ' ବିଗ୍‌ବସ୍‌ର ଏକ ନୂଆ ସିଜନ୍‌କୁ ନେଇ ସେ ଛୋଟ ପରଦାକୁ କମ୍‌ବ୍ୟାକ୍‌ କରିଛନ୍ତି। ଆରମ୍ଭ ହୋଇଯାଇଛି ବିଗ୍‌ ବସ୍‌-୧୬। ଏହି ଶୋ' ଯେତିକି ଲୋକପ୍ରିୟ ସେତିକି ବିବାଦୀୟ ମଧ୍ୟ। ତେବେ ଏହି ଶୋ'କୁ ନେଇ ଏକ ନୂଆ ବିବାଦ ସାମ୍ନାକୁ ଆସିଛି। ପଡୋଶୀ ଦେଶ ପାକିସ୍ତାନୀରୁ ଆସିଛି ସଙ୍ଗୀନ ଅଭିଯୋଗ।

Advertisment

ୱିକେଣ୍ଡ କା ୱାର୍‌ ଏପିସୋଡ୍‌ରେ ସଲମାନ ଘର ଲୋକଙ୍କ ସହ ମିଶି ଡିନର୍‌ କରିଥିଲେ। ଶୋ'ର ଏହି ଫଟୋ ସୋଶାଲ ମିଡିଆରେ ଜରିଆରେ ସାମ୍ନାକୁ ଆସିଛି। କିନ୍ତୁ ଏହି ଫଟୋକୁ ନେଇ ଭାରତ ଠାରୁ ଅଧିକା ପାକିସ୍ତାନରେ ଚର୍ଚ୍ଚା ହେଉଛି। ବିନା ଅନୁମତିରେ ପାକିସ୍ତାନର ଟିଭି ଶୋ' 'ତମାଶା'ରୁ ଏହାକୁ କପି କରାଯାଇଥିବା ନେଇ ପାକିସ୍ତାନୀ ଅଭିନେତା ଅଦନାନ ସିଦ୍ଦିକି ଦାବି କରିଛନ୍ତି।

ଅଦନାନ୍ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେଆର କରି ଲେଖିଛନ୍ତି, 'ସଲମାନ ଖାନ ବିଗ୍ ବସ୍ ଘର ଭିତରୁ ପ୍ରଥମ ଥର ପାଇଁ ୱିକେଣ୍ଡ୍ କା ୱାର ଆୟୋଜନ କରୁଛନ୍ତି। ପ୍ରତିଯୋଗୀମାନଙ୍କ ସହ ଏକାଠି ବସି ରାତ୍ରି ଭୋଜନ କରୁଛନ୍ତି। ଠିକ୍ ଯେପରି ଅଦନାନ୍ ସିଦ୍ଦିକି 'ତମାଶା'ରେ କରିଥିଲେ।' ଏହି ପୋଷ୍ଟ ସହିତ ଅଦନାନ୍ କ୍ୟାପସନରେ ଲେଖିଛନ୍ତି, 'ମୋର ପ୍ରିୟ ବନ୍ଧୁ / ସମାଲୋଚକ, ମୁଁ ମୋର କେସ୍‌ ହରୁଛି।

Advertisment

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ହିଁ ଅଦନାନଙ୍କ ଶୋ' 'ତମାଶା' ପାକିସ୍ତାନରେ ଆରମ୍ଭ ହୋଇଥିଲା। ଯେତେବେଳେ ଏହି ଶୋ' ଟେଲିକାଷ୍ଟ ହୋଇଥିଲା ସେତେବେଳେ ଏହାକୁ ଭାରତର 'ବିଗ୍‌ ବସ୍‌' ଶୋ'ର କପି କହି ଟ୍ରୋଲ କରାଯାଇଥିଲା।