Advertisment

ଚେତାବନୀ ପରେ ବି ସିଗାରେଟ୍ ଟାଣିଲେ ସାଜିଦ, ବର୍ଷିିଲେ ୟୁଜର୍ସ

ମୁମ୍ବାଇ: ଅମାନିଆ ସାଜିଦ ଖାନ୍। ବାରମ୍ବାର ଚେତାବନୀ ପରେ ବି ଖୁଲମଖୁଲା ସିଗାରେଟ୍ ଟାଣିଲେ ଫିଲ୍ମ ନିର୍ମାତା ସାଜିଦ। କ୍ୟାମେରା ଆଗରେ ଓ ସବୁ ପ୍ରତିଯୋଗୀଙ୍କ ଆଗରେ ଟାଣିଲେ ସିଗାରେଟ୍। ବିଗ୍‌ବସ୍‌ର ଚେତାବନୀକୁ ଫି’ କରି ଉଡାଇଦେଲେ। ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌-୧୬ରେ ପ୍ରତିଯୋଗୀ ଭାବେ ଭାଗ ନେଇଛନ୍ତି ସାଜିଦ ଖାନ୍। ମିଠୁ ଅଭିଯୁକ୍ତ ସାଜିଦ ଖାନ ଏହି ଶୋ’ରେ ଭାଗ ନେବାକୁ ନେଇ ପୂର୍ବରୁ ହିଁ ବିବାଦ ଉପୁଜିଛି। ଏଭଳି ସ୍ଥିତିରେ ସେ ଏବେ ଶୋ’ର […]

ଚେତାବନୀ ପରେ ବି ସିଗାରେଟ୍ ଟାଣିଲେ ସାଜିଦ, ବର୍ଷିିଲେ ୟୁଜର୍ସ

sajid-khan

Advertisment

ମୁମ୍ବାଇ: ଅମାନିଆ ସାଜିଦ ଖାନ୍। ବାରମ୍ବାର ଚେତାବନୀ ପରେ ବି ଖୁଲମଖୁଲା ସିଗାରେଟ୍ ଟାଣିଲେ ଫିଲ୍ମ ନିର୍ମାତା ସାଜିଦ। କ୍ୟାମେରା ଆଗରେ ଓ ସବୁ ପ୍ରତିଯୋଗୀଙ୍କ ଆଗରେ ଟାଣିଲେ ସିଗାରେଟ୍। ବିଗ୍‌ବସ୍‌ର ଚେତାବନୀକୁ ଫି’ କରି ଉଡାଇଦେଲେ।

Advertisment

ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌-୧୬ରେ ପ୍ରତିଯୋଗୀ ଭାବେ ଭାଗ ନେଇଛନ୍ତି ସାଜିଦ ଖାନ୍। ମିଠୁ ଅଭିଯୁକ୍ତ ସାଜିଦ ଖାନ ଏହି ଶୋ’ରେ ଭାଗ ନେବାକୁ ନେଇ ପୂର୍ବରୁ ହିଁ ବିବାଦ ଉପୁଜିଛି। ଏଭଳି ସ୍ଥିତିରେ ସେ ଏବେ ଶୋ’ର ନୂଆ କ୍ୟାପଟେନ୍ ହେବା ପରେ କରିଛନ୍ତି ନିଜ ମନମାନି। ବାରମ୍ବାର ଖୋଲାରେ ସିଗାରେଟ୍ ଟାଣିବାକୁ ବିଗ୍‌ବସ୍ ମନା କରିଥିବା ବେଳେ ସାଜିଦ କିନ୍ତୁ ଏହାକୁ ମାନି ନାହାନ୍ତି। ଯାହାର ଫଟୋ ଏବେ ସାମ୍ନାକୁ ଆସିଛି। ଏହକୁ ନେଇ ୟୁଜର୍ସମାନେ ସାଜିଦଙ୍କ ଉପରେ ଜୋରଦାର ବର୍ଷିଛନ୍ତି।

https://twitter.com/mahi_khan4/status/1592377875059322880?s=20&t=28QyyBEq-lgg6ceBy440RQ

Advertisment

ବିଗ୍‌ବସ୍ ପୂର୍ବରୁ ସାଜିଦଙ୍କ ସମତେ ଅନ୍ୟ ପ୍ରତିଯୋଗୀଙ୍କୁ ଖୋଲାରେ ସିଗାରେଟ୍ ଟାଣିବାକୁ ନେଇ ଚେତାବନୀ ଦେଇସାରିଛନ୍ତି। କେବଳ ସେତିକି ନୁହେଁ ୱିକେଣ୍ଡ କା ୱାର୍ ଏପିସୋଡ୍‌ରେ ସଲମାନ ସମସ୍ତଙ୍କୁ ୱାର୍ଣ୍ଣିଂ ମଧ୍ୟ ଦେଇଥିଲେ। ଏହାପରେ ବି ସୁଧୁରିନାହାନ୍ତି ସାଜିଦ। ନୂଆ କ୍ୟାପଟେନ୍ ହେବା ପରେ ସେ ନିଜ ମନମୁତାବକ କାମ କରିଛନ୍ତି।

ଏହାକୁ ଅନେକ ୟୁଜର୍ସ ବିଗ୍‌ବସ୍‌-୧୬ର ମେକର୍ସଙ୍କୁ ସମାଲୋଚିତ କରିଛନ୍ତି। ମେକର୍ସମାନେ ଜାଣିଶୁଣି ସାଜିଦଙ୍କୁ ସପୋର୍ଟ କରୁଥିବା ଅଭିଯୋଗ ଉଠିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe