Advertisment

ବିଗ୍‌ ବସ୍‌ ଫେମ୍‌ ପ୍ରିୟଙ୍କ ଶର୍ମାଙ୍କ ଉପରେ ଆକ୍ରମଣ

ମୁମ୍ବାଇ: ବିଗ୍‌ ବସ୍‌ ଫେମ୍‌ ଅଭିନେତା ପ୍ରିୟଙ୍କ ଶର୍ମାଙ୍କ ଉପରେ ଆକ୍ରମଣ। ଜଣେ ଅଜଣା ବ୍ୟକ୍ତି ଏହି ଅଭିନେତାଙ୍କ ଉପରେ ଆକ୍ରମଣ କରିଛନ୍ତି। ଗାଜିଆବାଦର ଏକ ହସ୍ପିଟାଲରେ ଏହି ଆକ୍ରମଣ ହୋଇଛି। ତେବେ ଏଥିରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏନେଇ ଅଭିନେତା ପୁଲିସରେ ଅଜ୍ଞାତ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରିଛନ୍ତି। ସୂଚନା ମୁତାବକ, ପ୍ରିୟଙ୍କ ନିଜ ମା’ଙ୍କ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଯାଉଥିଲେ। ଏହି ସମୟରେ ତାଙ୍କ ବାପା ମଧ୍ୟ ସାଙ୍ଗରେ ଥିଲେ। […]

author-image
Madhupriya Mistry
ବିଗ୍‌ ବସ୍‌ ଫେମ୍‌ ପ୍ରିୟଙ୍କ ଶର୍ମାଙ୍କ ଉପରେ ଆକ୍ରମଣ

priyank sharma

ମୁମ୍ବାଇ: ବିଗ୍‌ ବସ୍‌ ଫେମ୍‌ ଅଭିନେତା ପ୍ରିୟଙ୍କ ଶର୍ମାଙ୍କ ଉପରେ ଆକ୍ରମଣ। ଜଣେ ଅଜଣା ବ୍ୟକ୍ତି ଏହି ଅଭିନେତାଙ୍କ ଉପରେ ଆକ୍ରମଣ କରିଛନ୍ତି। ଗାଜିଆବାଦର ଏକ ହସ୍ପିଟାଲରେ ଏହି ଆକ୍ରମଣ ହୋଇଛି। ତେବେ ଏଥିରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏନେଇ ଅଭିନେତା ପୁଲିସରେ ଅଜ୍ଞାତ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରିଛନ୍ତି।

Advertisment

ସୂଚନା ମୁତାବକ, ପ୍ରିୟଙ୍କ ନିଜ ମା'ଙ୍କ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଯାଉଥିଲେ। ଏହି ସମୟରେ ତାଙ୍କ ବାପା ମଧ୍ୟ ସାଙ୍ଗରେ ଥିଲେ। ଚିକିତ୍ସା ପରେ ସେ ହସ୍ପିଟାଲ ପରିସରରୁ ବାହାରକୁ ବହାରିବା ବେଳେ ହଠାତ ତାଙ୍କ ଉପରେ ଜଣେ ବ୍ୟକ୍ତି ଆକ୍ରମଣ କରିଥିଲେ। କେବଳ ସେତିକି ନୁହେଁ ତାଙ୍କୁ ମାରିବା ଆରମ୍ଭ କରିଥିଲା ଉକ୍ତ ବ୍ୟକ୍ତି। ଏହାପରେ ଅଭିନେତା ଜଣ ତାଙ୍କୁ ଧକ୍କା ଦେଇଥିଲେ। ପରେ ହସ୍ପିଟାଲ ପରିସରେ ଥିବା କିଛି ବ୍ୟକ୍ତି ଆଗକୁ ଆସି ପ୍ରିୟଙ୍କଙ୍କୁ ଆକ୍ରମଣରୁ ରକ୍ଷା କରିଥିଲେ। ଏହାପରେ ଯେଉଁ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ ସେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଏକ ସାକ୍ଷାତକାର୍‌ରେ ପ୍ରିୟଙ୍କ କହିଛନ୍ତି।

ମାମଲା ରୁଜୁ ହେବା ପରେ ସିସିଟିଭି ଫୁଟେଜ ଆଧାରରେ ଉକ୍ତ ଆକ୍ରମଣକାରୀଙ୍କୁ ଖୋଜିବାକୁ ଚେଷ୍ଟା ଚଳାଇଛି ପୁଲିସ। କୁହାଯାଉଛି ଯେ, ହସ୍ପିଟାଲର କିଛି ଲୋକ ମଧ୍ୟ ଏହି ଆକ୍ରମଣରେ ସାମିଲ ଅଛନ୍ତି। କାରଣ ପ୍ରଥମେ ହସ୍ପିଟାଲର କିଛି ଲୋକ ଅଭିନେତା ପ୍ରିୟଙ୍କ ସହ ଫଟୋ ଉଠାଇବା ପାଇଁ କହିଥିଲେ କିନ୍ତୁ ସେ ମନା କରିଦେଇଥିଲେ। ଗତ ଜୁଲାଇ ୩୦ ତାରିଖରେ ଏହି ଘଟଣା ଘଟିଥିଲା।

Advertisment

ଉଲ୍ଲେଖଯୋଗ୍ୟ, ଏମ୍‌ଟିଭି ରୋଡିଜ୍‌ରେ ପ୍ରଥମେ ନଜର ଆସିଥିଲେ ଅଭିନେତା ପ୍ରିୟଙ୍କ ଶର୍ମା। ଏହି ଶୋ'ରେ ପ୍ରିୟଙ୍କ ଟପ୍‌-୩ରେ ସାମିଲ ଥିଲେ। ଏହାପରେ ତାଙ୍କୁ ଏମ୍‌ଟିଭିର ହିଁ ଦ୍ୱିତୀୟ ରିଆଲିଟି ଶୋ' 'ସ୍ପିଲ୍ଟଭିଲ୍ଲା'ରେ ଦେଖିବାକୁ ମିଳିଥିଲା। ଯେଉଁଠି ତାଙ୍କ ଲଭ୍‌ ଷ୍ଟୋରୀ ଦିବ୍ୟା ଅଗ୍ରୱାଲଙ୍କ ସହ ବେଶ୍‌ ଚର୍ଚ୍ଚାକୁ ଆସିଥିଲା। ଏହି ଶୋ'ରେ ମଧ୍ୟ ପ୍ରିୟଙ୍କ ଟପ୍‌-୨ରେ ପହଞ୍ଚିଥିଲେ। କେବଳ ସେତିକି ନୁହେଁ କଲର୍ସ ଚ୍ୟାନେଲର ବହୁ ଚଚ୍ଚିର୍ତ ଶୋ' ବିଗ୍‌ ବସ୍‌ର ୧୧ ସିଜନ୍‌ରେ ମଧ୍ୟ ଭାଗ ନେଇଥିଲେ ପ୍ରିୟଙ୍କ।