'ଶାଢ଼ୀ ପିନ୍ଧାଇ ରେପ୍‌ କରୁଥିଲେ ଅଙ୍କଲ୍‌', ଯନ୍ତ୍ରଣା ବଖାଣିଲେ ଫ୍ୟାଶନ ଡିଜାଇନର୍‌

ମୁମ୍ବାଇ: ପ୍ରଥମେ ଶାଢ଼ୀ ପିନ୍ଧାଉଥିଲେ। ତା’ ପରେ ଗରମ ମହମ ଢ଼ାଳୁଥିଲେ। ଏହାପରେ ହେଉଥିଲା ଦୁଷ୍କର୍ମ। ଥରେ କି ଦୁଇ ଥର ନୁହେଁ ବାରମ୍ବାର ହୋଇଥିଲା ଏଭଳି କୁକର୍ମ। ଖୋଦ୍‌ ନିଜ ଅଙ୍କଲ ହିଁ କରିଥିଲେ ଦୁଷ୍କର୍ମ। ଏଭଳି କିଛି ଯନ୍ତ୍ରଣା ବଖାଣିଛନ୍ତି ଜଣାଶୁଣା ଫ୍ୟାଶନ ଡିଜାଇନର୍‌ ତଥା ପୂର୍ବତନ ବିଗ୍‌ବସ୍‌ ଫେମ୍ ରୋହିତ ବର୍ମା। ସିଦ୍ଧାର୍ଥ କନନ୍‌ଙ୍କ ଟକ୍‌ ଶୋ’ରେ ରୋହିତ ବର୍ମା ନିଜ ବ୍ୟକ୍ତିଗତ ଜୀବନ ଉପରକୁ ଅନେକ ପରଦା ଉଠାଇଛନ୍ତି। ଲଭ୍‌, ଧୋକା, […]

Rohit Verma

Madhupriya Mistry
  • Published: Wednesday, 07 September 2022
  • , Updated: 07 September 2022, 03:11 PM IST

ମୁମ୍ବାଇ: ପ୍ରଥମେ ଶାଢ଼ୀ ପିନ୍ଧାଉଥିଲେ। ତା' ପରେ ଗରମ ମହମ ଢ଼ାଳୁଥିଲେ। ଏହାପରେ ହେଉଥିଲା ଦୁଷ୍କର୍ମ। ଥରେ କି ଦୁଇ ଥର ନୁହେଁ ବାରମ୍ବାର ହୋଇଥିଲା ଏଭଳି କୁକର୍ମ। ଖୋଦ୍‌ ନିଜ ଅଙ୍କଲ ହିଁ କରିଥିଲେ ଦୁଷ୍କର୍ମ। ଏଭଳି କିଛି ଯନ୍ତ୍ରଣା ବଖାଣିଛନ୍ତି ଜଣାଶୁଣା ଫ୍ୟାଶନ ଡିଜାଇନର୍‌ ତଥା ପୂର୍ବତନ ବିଗ୍‌ବସ୍‌ ଫେମ୍ ରୋହିତ ବର୍ମା।

ସିଦ୍ଧାର୍ଥ କନନ୍‌ଙ୍କ ଟକ୍‌ ଶୋ'ରେ ରୋହିତ ବର୍ମା ନିଜ ବ୍ୟକ୍ତିଗତ ଜୀବନ ଉପରକୁ ଅନେକ ପରଦା ଉଠାଇଛନ୍ତି। ଲଭ୍‌, ଧୋକା, ଓ ଦୁଷ୍କର୍ମକୁ ନେଇ ସେ କରିଛନ୍ତି ଖୁଲାସା। ତାଙ୍କ କହିବା ମୁତାବକ, ତାଙ୍କର ଜଣେ ଅଙ୍କଲ୍‌ ୮ ବର୍ଷ ବୟସରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ।

ସେହି ଭୟଙ୍କର ଘଟଣାକୁ ମନେ ପକାଇ ରୋହିତ କହିଛନ୍ତି, ତାଙ୍କ ଅଙ୍କଲ ଅନେକ ଥର ତାଙ୍କ ଘରକୁ ଆସୁଥିଲେ। ଅଙ୍କଲ ତାଙ୍କୁ ପ୍ରଥମେ ଶାଢ଼ୀ ପିନ୍ଧାଉଥିଲେ। ଏହାପରେ ତାଙ୍କ ଶରୀର ଉପରେ ଢ଼ାଳୁଥିଲେ ଗରମ ମହମ। ଶାରୀରିକ ରୂପେ ତାଙ୍କୁ ନିର୍ଯାତନା ଦେଉଥିଲେ। ଏହାପରେ ବାରମ୍ବାର ତାଙ୍କ ସହ କରୁଥିଲେ ଦୁଷ୍କର୍ମ। ଏନେଇ ସେ ତାଙ୍କ ମା'ଙ୍କୁ ବି କିଛି କହିପରିନଥିଲେ।

ରୋହିତ କହିଛନ୍ତି ଯେ ସେ ଏକ ବୌଦ୍ଧିକ ପରିବାରରୁ ଆସିଛନ୍ତି, କିନ୍ତୁ ସେ ପାଠପଢ଼ାରେ ଭଲ ନଥିଲେ। ସେଥିପାଇଁ ଘରେ ଅନେକ ଲୋକ ତାଙ୍କୁ ବାରମ୍ବାର ନିର୍ଯାତନା ଦେଉଥିଲେ। କାହିଁକି ସେ ଜଣେ ମହିଳାଙ୍କ ପରି ଅନୁଭବ କରୁଥିଲେ ତାହା ଜାଣିନଥିଲେ।

ମୁଁ ବହୁତ ଡରି ଯାଇଥିଲି କାରଣ ମୁଁ ଏହି ଘଟଣାକୁ ମୋର ବାପା-ମା'ଙ୍କ ନିକଟରେ କହିପାରୁନଥିଲି। ମୁଁ ଏହି ଜିନିଷ କାହା ସହିତ ବାଣ୍ଟି ନଥିଲି କାରଣ ଜାଣିଥିଲି ଯେ କେହି ମୋତେ ବିଶ୍ୱାସ କରିବେ ନାହିଁ। ଯେତେବେଳେ ମୋତେ ଆଠ ବର୍ଷ ହୋଇଥିଲା, ମୋର ନିଜର ଜଣେ ଅଙ୍କଲ ମୋ ସହ ଏସବୁ କରିଥିଲେ। ସେ ମୋ ସହିତ ସେ ସବୁକିଛି କରୁଥିଲେ, ଯାହା ଭୟଙ୍କର ଥିଲା ବୋଲି କହି କାନ୍ଦି ପକାଇଛନ୍ତି ଡିଜାଇନ୍‌ର ରୋହିତ୍‌।

ଡିଜାଇନ୍‌ର ରୋହିତ ନିଜର ଜଣେ ଷ୍ଟାର୍‌ ବୟଫ୍ରେଣ୍ଡ ବିଷୟରେ ମଧ୍ୟ ଖୁଲାସା କରିଛନ୍ତି। ସେ କିଭଳି ତାଙ୍କୁ ଧୋକା ଦେଇଥିଲା ସେ ନେଇ ମଧ୍ୟ ସେ ମୁହଁ ଖୋଲିଛନ୍ତି। ସେ ତାଙ୍କ ବୟଫ୍ରେଣ୍ଡ ପାଇଁ କରବାଚୌଥ ବ୍ରତ ରଖିଥିଲେ। କିନ୍ତୁ ଏତେ ସବୁ ପରେ ବି ତାଙ୍କୁ ଧୋକା ଦେଇ ଅନ୍ୟଜଣଙ୍କ ସହ ତାଙ୍କ ବୟଫ୍ରେଣ୍ଡ ଚାଲିଯାଇଥିବା କହିଛନ୍ତି ରୋହିତ। ତାଙ୍କର ଏହି ଖୁଲାସା ଏବେ ବି-ଟାଉନ୍‌ରେ ହଇଚଇ ସୃଷ୍ଟି କରିଛି। ତାଙ୍କର ଏଭଳି ଯନ୍ତ୍ରଣା ଶୁଣି ସମସ୍ତେ ଚକିତ ହୋଇପଡିଛନ୍ତି।

Related story