ସଲମାନଙ୍କ ଶୋ'ରେ ଏଣ୍ଟ୍ରି କରିବେ ଜେଲ୍‌ ଯାଇସାରିଥିବା ଏହି ନେତା

ମୁମ୍ବାଇ: ବହୁ ଚର୍ଚ୍ଚିତ ରିଆଲିଟି ଶୋ’ ବିଗ୍‌ ବସ-୧୫ରେ ଏଣ୍ଟ୍ରି କରିବେ ଜେଲ୍‌ରେ ସଜା କାଟି ଫେରିଥିବା ନେତା। ମରାଠୀ ନେତା ଅଭିଜିତ ବିଚୁକଲେ ଏବେ ଭାଇଜାନ ସଲମାନ ଖାନ୍‌ଙ୍କ ଶୋ’ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ନିଜ ବୟାନକୁ ନେଇ ସର୍ବଦା  ଚର୍ଚ୍ଚାରେ ରହୁଥିବା ଥିବା ଅଭିଜିତ୍ ‘ୱିକେଣ୍ଡ୍ କା ୱାର’ ଏପିସୋଡରେ ରଶ୍ମୀ ଦେଶାଇ ଏବଂ ଦେବୋଲିନା ଭଟ୍ଟାଚାର୍ଜୀଙ୍କ ସହ ଶୋ’ରେ ପ୍ରବେଶ କରିବେ। ସଲମାନ ଖାନଙ୍କ ଶୋ’ରେ ଅଭିନୟ କରିବା ପୂର୍ବରୁ ଅଭିଜିତ ବିଗ୍ […]

Abhijeet bichukale

Abhijeet bichukale

Madhupriya Mistry
  • Published: Saturday, 20 November 2021
  • Updated: 20 November 2021, 03:43 PM IST

Sports

Latest News

ମୁମ୍ବାଇ: ବହୁ ଚର୍ଚ୍ଚିତ ରିଆଲିଟି ଶୋ' ବିଗ୍‌ ବସ-୧୫ରେ ଏଣ୍ଟ୍ରି କରିବେ ଜେଲ୍‌ରେ ସଜା କାଟି ଫେରିଥିବା ନେତା। ମରାଠୀ ନେତା ଅଭିଜିତ ବିଚୁକଲେ ଏବେ ଭାଇଜାନ ସଲମାନ ଖାନ୍‌ଙ୍କ ଶୋ'ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି।

ନିଜ ବୟାନକୁ ନେଇ ସର୍ବଦା  ଚର୍ଚ୍ଚାରେ ରହୁଥିବା ଥିବା ଅଭିଜିତ୍ 'ୱିକେଣ୍ଡ୍ କା ୱାର' ଏପିସୋଡରେ ରଶ୍ମୀ ଦେଶାଇ ଏବଂ ଦେବୋଲିନା ଭଟ୍ଟାଚାର୍ଜୀଙ୍କ ସହ ଶୋ’ରେ ପ୍ରବେଶ କରିବେ। ସଲମାନ ଖାନଙ୍କ ଶୋ’ରେ ଅଭିନୟ କରିବା ପୂର୍ବରୁ ଅଭିଜିତ ବିଗ୍ ବସ୍ ମରାଠୀ -୨ ର ଅଂଶ ରହିସାରିଛନ୍ତି।

ତେବେ ବିଗ୍‌ ବସ୍‌ ମରାଠୀ-୨ରେ ପ୍ରତିଯୋଗୀ ଥିବା ବେଳେ ଅଭିଜିତଙ୍କୁ ପୁଲିସ ଗିରଫ କରିଥିଲା। ଚେକ୍‌ ବାଉଂସ୍‌ ମାମଲାରେ ଅଭିଜିତଙ୍କୁ ପୁଲିସ ସୁଟିଂ ସେଟ୍‌ରୁ ଗିରଫ କରି ଜେଲ୍‌ ପଠାଇଥିଲା। ଅଭିଜିତଙ୍କ ବିରୋଧରେ ସତରା କୋର୍ଟ ଦ୍ୱାରା ଗିରଫ ୱାରେଣ୍ଟ ଜାରି କରାଯାଇଥିଲା। ପୁଲିସ ଅଭିଜିତଙ୍କୁ ସେଟରୁ ହିଁ ଉଠାଇ ନେଇଯିବା ପରେ ତାଙ୍କ ପରିବାର ସଦସ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

୨୦୧୫ର ଏକ ମାମଲାରେ ପୁଲିସ ଅଭିଜିତଙ୍କୁ ଗିରଫ ପୂର୍ବରୁ ଅନେକ ଥର ସମନ କରିଥିଲା। କିନ୍ତୁ ବାରମ୍ବାର ସମନ ସତ୍ତ୍ୱେ ସେ ହାଜର ହେଉନଥିଲେ। ଏହାପରେ ତାଙ୍କ ବିରୋଧରେ ଗିରଫ ୱରେଣ୍ଟ ଜାରି କରାଯାଇଥିଲା।

ସବୁଠୁ ମଜା କଥା ଯେ, ଅଭିଜିତ ପୌର ନିର୍ବାଚନ ଠାରୁ ଆରମ୍ଭ କରି ସଂସଦ ସବୁ ନିର୍ବାଚନ ଲଢ଼ିସାରିଛନ୍ତି, କିନ୍ତୁ ବର୍ତ୍ତମାନ ଯାଏଁ ତାଙ୍କୁ କୌଣସିରେ ବି ବିଜୟ ହାସଲ ହୋଇନାହିଁ। ବିଗ୍‌ ବସ୍‌ ମରାଠିରେ ଅଭଦ୍ର ଭାଷା ପ୍ରୟୋଗ ଏବଂ ଜବରଦସ୍ତ ହଙ୍ଗମାକୁ ନେଇ ସେ ଚର୍ଚ୍ଚାରେ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos