Advertisment

ଅଢ଼େଇ ହଜାର ଟଙ୍କା ଟିକଟ କାଟି ଦର୍ଶକ ନିରାଶ: ଆଇଟମ୍‌ ଡ୍ୟାନ୍ସର ସ୍ୱପ୍ନାଙ୍କ ବିରୋଧରେ ମାମଲା

ଲକ୍ଷ୍ନୌ:ଲକ୍ଷ୍ନୌର ଜଣାଶୁଣା ତଥା ଆଇଟମ୍‌ ଡ୍ୟାନ୍ସରଭାବେ ପରିଚିତ ସ୍ୱପ୍ନା ଚୌଧୁରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଇଛି। ଏକ କାର୍ଯ୍ୟକ୍ରମକୁ ଯିବା ପାଇଁ ଚୁକ୍ତି ହୋଇଥିବା ବେଳେ ଯାଇ ନଥିବାରୁ ତାଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ଲୋକମାନେ ସ୍ୱପ୍ନା ଚୌଧୁରୀ ଏବଂ କାର୍ଯ୍ୟକ୍ରମର ଆୟୋଜକଙ୍କ ବିରୋଧରେ ଲକ୍ଷ୍ନୌର ଆଶିୟାଣା ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ପ୍ରକାଶ ଯେ, ଗତ ଶନିବାର ସନ୍ଧ୍ୟାରେ ଲକ୍ଷ୍ନୌରେ ଆଶିୟାନା ସ୍ଥିତ ସ୍ମୁତି ଉପବନରେ ସ୍ୱପ୍ନାଙ୍କ ଲାଇଭ୍‌ କନସର୍ଟ ଥିଲା। କାର୍ଯ୍ୟକ୍ରମର ନାଁ […]

ଅଦ୍ୟତନ ହୋଇଛି
ଅଢ଼େଇ ହଜାର ଟଙ୍କା ଟିକଟ କାଟି ଦର୍ଶକ ନିରାଶ: ଆଇଟମ୍‌ ଡ୍ୟାନ୍ସର ସ୍ୱପ୍ନାଙ୍କ ବିରୋଧରେ ମାମଲା

sapna-choudhary-7

Advertisment

ଲକ୍ଷ୍ନୌ:ଲକ୍ଷ୍ନୌର ଜଣାଶୁଣା ତଥା ଆଇଟମ୍‌ ଡ୍ୟାନ୍ସରଭାବେ ପରିଚିତ ସ୍ୱପ୍ନା ଚୌଧୁରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଇଛି। ଏକ କାର୍ଯ୍ୟକ୍ରମକୁ ଯିବା ପାଇଁ ଚୁକ୍ତି ହୋଇଥିବା ବେଳେ ଯାଇ ନଥିବାରୁ ତାଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି।

Advertisment

ଲୋକମାନେ ସ୍ୱପ୍ନା ଚୌଧୁରୀ ଏବଂ କାର୍ଯ୍ୟକ୍ରମର ଆୟୋଜକଙ୍କ ବିରୋଧରେ ଲକ୍ଷ୍ନୌର ଆଶିୟାଣା ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ପ୍ରକାଶ ଯେ, ଗତ ଶନିବାର ସନ୍ଧ୍ୟାରେ ଲକ୍ଷ୍ନୌରେ ଆଶିୟାନା ସ୍ଥିତ ସ୍ମୁତି ଉପବନରେ ସ୍ୱପ୍ନାଙ୍କ ଲାଇଭ୍‌ କନସର୍ଟ ଥିଲା। କାର୍ଯ୍ୟକ୍ରମର ନାଁ ଥିଲା ‘ଇଣ୍ଡିଆ ଉଇଥ୍‌ ସ୍ୱପ୍ନା ଚୌଧୁରୀ’

publive-image

ତେବେ ଆୟୋଜକ ଏବଂ ସ୍ୱପ୍ନାଙ୍କ ମଧ୍ୟରେ ବିବାଦ ଉପୁଜିବାରୁ ସେ ଏହି କାର୍ଯ୍ୟକ୍ରମକୁ ଆସି ନଥିଲେ। ସେପଟେ ଟିକଟ ନେଇ କାର୍ଯ୍ୟକ୍ରମକୁ ଉପଭୋଗ ପାଇଁ ଆସିଥିବା ଦର୍ଶକ ନିରାଶ ହୋଇଥିଲେ। ଏହାପରେ ଦର୍ଶକମାନେ ହଙ୍ଗାମା କରିଥିଲେ। ସୂଚନାମୁତାବକ ଏହି କାର୍ଯ୍ୟକ୍ରମ ପାଇଁ ଦର୍ଶକମାନେ ଅଢ଼େଇ ହଜାର ଟଙ୍କାର ଟିକେଟ କାଟିଥିଲେ। ଏହାସତ୍ୱେ କାର୍ଯ୍ୟକ୍ରମରେ ସ୍ୱପ୍ନା ପହଞ୍ଚି ନଥିଲେ।

Advertisment

ଅନ୍ୟପକ୍ଷରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏ ସମ୍ପର୍କରେ ଦର୍ଶକଙ୍କ ପାଖରେ ଖବର ନଥିଲେ ମଧ୍ୟ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଥିଲେ। ହେଲେ ପରେ ଆୟୋଜକମାନେ ଆସି ପ୍ରକୃତ ଖବର ବିଷୟରେ ଜଣାଇଥିଲେ।

ଏହା ପରେ ଦର୍ଶକମାନେ ରାଗିଯାଇ ପାଟିତୁଣ୍ଡ ଓ ହଟ୍ଟଗୋଲ କରିଥିଲେ। ଏଥିସହ ଆୟୋଜକଙ୍କ ସହ ମୁହାଁମୁହିଁ ହୋଇ ମାରପିଟ୍‌ ହୋଇଥିଲା। ପରେ ଦର୍ଶକମାନେ ସ୍ୱପ୍ନା ଚୌଧୁରୀ ଏବଂ ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।  ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ପାଖାପାଖି ୫୦୦୦ ଦର୍ଶକ ଆସିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe