Advertisment

CID ଫେମ୍‌ ଅଭିନେତାଙ୍କ ଠାରୁ ଲୁଟ୍‌

ମୁମ୍ବାଇ: ରିଲ୍‌ର ପୁଲିସ ଅଫିସରଙ୍କ ଠାରୁ ରିଅଲ୍‌ ଲାଇଫ୍‌ରେ ହେଲା ଲୁଟ୍‌। ସିଆଇଡି ଫେମ୍‌ ଅଭିନେତା ଋଷିକେଶ ପାଣ୍ଡେ ଲୁଟ୍‌ର ଶିକାର ହୋଇଛନ୍ତି। ବସ୍‌ରେ ଯାତ୍ରା କରିବା ବେଳେ ତାଙ୍କ ପର୍ସ, ଟଙ୍କା ଓ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ଚୋରି ହୋଇଯାଇଥିବା ଅଭିଯୋଗ ଆଣିଛନ୍ତି। ସୋନି ଟିଭର ଲୋକପ୍ରିୟ ଶୋ’ ସିଆଇଡିରେ ଋଷିକେଶ ପାଣ୍ଡେ ପୁଲିସ ଅଫିସର ‘ସଚିନ’ ଚରିତ୍ରରେ ଅଭିନୟ କରିଥିଲେ। ସେ ନିଜ ପରିବାର ସହ ମୁମ୍ବାଇର ଭ୍ରମଣରେ ବାହାରିଥିଲେ। ସେମାନେ ବସ୍‌ରେ ଯାଉଥିଲେ। […]

ଅଦ୍ୟତନ ହୋଇଛି
CID ଫେମ୍‌ ଅଭିନେତାଙ୍କ ଠାରୁ ଲୁଟ୍‌

hrishikesh-pandey

Advertisment

ମୁମ୍ବାଇ: ରିଲ୍‌ର ପୁଲିସ ଅଫିସରଙ୍କ ଠାରୁ ରିଅଲ୍‌ ଲାଇଫ୍‌ରେ ହେଲା ଲୁଟ୍‌। ସିଆଇଡି ଫେମ୍‌ ଅଭିନେତା ଋଷିକେଶ ପାଣ୍ଡେ ଲୁଟ୍‌ର ଶିକାର ହୋଇଛନ୍ତି। ବସ୍‌ରେ ଯାତ୍ରା କରିବା ବେଳେ ତାଙ୍କ ପର୍ସ, ଟଙ୍କା ଓ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ଚୋରି ହୋଇଯାଇଥିବା ଅଭିଯୋଗ ଆଣିଛନ୍ତି।

Advertisment

ସୋନି ଟିଭର ଲୋକପ୍ରିୟ ଶୋ' ସିଆଇଡିରେ ଋଷିକେଶ ପାଣ୍ଡେ ପୁଲିସ ଅଫିସର 'ସଚିନ' ଚରିତ୍ରରେ ଅଭିନୟ କରିଥିଲେ। ସେ ନିଜ ପରିବାର ସହ ମୁମ୍ବାଇର ଭ୍ରମଣରେ ବାହାରିଥିଲେ। ସେମାନେ ବସ୍‌ରେ ଯାଉଥିଲେ। ତେବେ ବସ୍‌ରେ ତାଙ୍କ ଜରୁରୀ ସାମାନ ଚୋରି ହୋଇଯାଇଛି। ସେ ଏକ ସ୍ଲିଙ୍ଗ ବ୍ୟାଗ୍‌ ଧରିଥିଲେ, ଯେଉଁଥିରେ ଟଙ୍କା ଓ ଅନ୍ୟାନ୍ୟ ଜିନିଷ ଥିଲା ବୋଲି ସେ କହିଛନ୍ତି। ସେସବୁ ଚୋରି ହୋଇଯାଇଛି।

ଋଷିକେଶଙ୍କ କହିବା କଥା ହେଲା, ଜୁନ୍‌ ୫ ତାରିଖରେ ତାଙ୍କଠାରୁ ଏହି ଲୁଟ୍‌ ହୋଇଥିଲା। ସେ ଆଉ ତାଙ୍କ ପରିବାର ଲୋକେ ଏଲିଫେଣ୍ଟା ଗୁମ୍ଫା ବୁଲିବାକୁ ଯାଉଥିଲେ। ଏଥିପାଇଁ ସେ କୋଲାବାରୁ Tardeo ପାଇଁ ବସ୍‌ ଟିକେଟ୍‌ ନେଇଥିଲେ। ଏହା ଏକ ଏସି' ବସ୍‌ ଥିଲା। ସନ୍ଧ୍ୟା ସାଢ଼େ ୬ଟା ବେଳେ ସେମାନେ ଏହି ବସ୍‌ରେ ବସିଥିଲେ। ବସ୍‌ରୁ ଓହ୍ଲାଇବା ପରେ ସେ ତାଙ୍କ ବ୍ୟାଗ୍ ଚେକ୍ କରିଥିଲେ। ତାଙ୍କ ବ୍ୟାଗ୍‌ରୁ ଟଙ୍କା, କ୍ରେଡିଟ୍‌ କାର୍ଡ, ଆଧାର କାର୍ଡ, ପ୍ୟାନ୍‌ କାର୍ଡ ଓ  କିଛି ଜରୁରୀ କାବଗପତ୍ର ଗାଏବ ହୋଇଯାଇଥିଲା।

Advertisment

ଏହି ଘଟଣା ନେଇ ଋଷିକେଶ କୋଲାବା ଏବଂ ମଲାଡ ପୁଲିସ ଷ୍ଟେସନରେ ଏତଲା ଦେଇଛନ୍ତି। ପୁଲିସ ଖୁବଶୀଘ୍ର ଉକ୍ତ ଚୋରକୁ ଖୋଜି ବାହାର କରିବ ବୋଲି ସେ ଆଶା କରିଛନ୍ତି।

ଋଷିକେଶ ପାଣ୍ଡେ ଜୁନ୍‌ ମାସରେ ସିଆଇଡିର ରି-ୟୁନିୟନ ପାର୍ଟିରେ ନଜର ଆସିଥିଲେ। ଏହି ପାର୍ଟିରେ ଦୟାନନ୍ଦ ଶେଟ୍ଟୀ, ଆଦିତ୍ୟ ଶ୍ରୀବାସ୍ତବ, ଦୀନେଶ ଫଡ୍‌ନିସ୍‌, ଶ୍ରଦ୍ଧା ମୁସଲେ, ଜାହ୍ନବୀ ଚଡ୍ଡା ଓ ଅଜୟ ନାଗାର୍ଥ ମଧ୍ୟ ସାମିଲ ହୋଇଥିଲେ। ଏହି ପାର୍ଟିର ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଋଷିକେଶ କେବଳ ସିଆଇଡି ନୁହେଁ, ଆହୁରି ଅନେକ ଟେଲିଭିଜନ ଶୋ'ରେ କାମ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe