Advertisment

ଫ୍ୟାଟ୍‌ରୁ ଫିଟ୍‌ ହୋଇଗଲେଣି ଭାରତୀ

ମୁମ୍ବାଇ: ଚର୍ଚ୍ଚାରେ ଟେଲିଭିଜନର କମେଡି କୁଇନ୍‌। ନୂଆ ଲୁକ୍‌ରେ ନଜର ଆସିଛନ୍ତି ଭାରତୀ ସିଂ। ସେ ହୋଇଯାଇଛନ୍ତି ଫ୍ୟାଟ୍‌ରୁ ଫିଟ୍‌ । ନିଜ ଓଜନକୁ ନେଇ କମେଡି କରୁଥିବା ଭାରତୀ ଏବେ ବନି ଯାଇଛନ୍ତି ସ୍ଲିମ୍‌ ଟ୍ରିମ୍‌। ନିଜର ୧୫ କିଲୋ ଓଜନ କମାଇ ସେ ସମସ୍ତଙ୍କୁ କରିଦେଇଛନ୍ତି ଚକିତ। ନିକଟରେ କପିଲ ଶର୍ମା ଶୋ’ରେ ଭାରତୀ ସିଂହ ନିଜେ ନିଜ ଓଜନ କମାଇଥିବା କଥା ସ୍ୱୀକାର କରିଛନ୍ତି। ସେ ପ୍ରଥମେ ୯୧ କିଲୋ ଥିଲେ। ଏବେ […]

ଫ୍ୟାଟ୍‌ରୁ ଫିଟ୍‌ ହୋଇଗଲେଣି ଭାରତୀ

Bharti singh

Advertisment

ମୁମ୍ବାଇ: ଚର୍ଚ୍ଚାରେ ଟେଲିଭିଜନର କମେଡି କୁଇନ୍‌। ନୂଆ ଲୁକ୍‌ରେ ନଜର ଆସିଛନ୍ତି ଭାରତୀ ସିଂ। ସେ ହୋଇଯାଇଛନ୍ତି ଫ୍ୟାଟ୍‌ରୁ ଫିଟ୍‌ । ନିଜ ଓଜନକୁ ନେଇ କମେଡି କରୁଥିବା ଭାରତୀ ଏବେ ବନି ଯାଇଛନ୍ତି ସ୍ଲିମ୍‌ ଟ୍ରିମ୍‌। ନିଜର ୧୫ କିଲୋ ଓଜନ କମାଇ ସେ ସମସ୍ତଙ୍କୁ କରିଦେଇଛନ୍ତି ଚକିତ।

Advertisment

ନିକଟରେ କପିଲ ଶର୍ମା ଶୋ'ରେ ଭାରତୀ ସିଂହ ନିଜେ ନିଜ ଓଜନ କମାଇଥିବା କଥା ସ୍ୱୀକାର କରିଛନ୍ତି। ସେ ପ୍ରଥମେ ୯୧ କିଲୋ ଥିଲେ। ଏବେ କିନ୍ତୁ ତାଙ୍କ ଓଜନ କମି ୭୬ କିଲୋ ହୋଇଯାଇଛି। ତେବେ ତାଙ୍କର ଏହି ଓଜନ କମାଇବା ରାଜ୍‌ ହେଉଛି ତାଙ୍କ ଡାଇଟିଂ। ଖାଦ୍ୟପେୟରେ ପରିବର୍ତ୍ତନ କରି ସେ ଏଭଳି ପତଳା ହୋଇଥିବା କଥା କହିଛନ୍ତି ଭାରତୀ।

ସମସ୍ତେ ଜାଣନ୍ତି ଭାରତୀ ଖାଇବାକୁ ବେଶ୍‌ ଭଲପାଆନ୍ତି। ହେଲେ ସେ ଏବେ ବେଳେବେଳେ ଇଣ୍ଟରମିଟେଣ୍ଟ ଫାଷ୍ଟିଂ ଅର୍ଥାତ ରାତି ୭ଟାରୁ ତା'ପରଦିନ ୧୨ଟା ଯାଏଁ କିଛି ଖାଦ୍ୟ ଗ୍ରହଣ କରୁନାହାନ୍ତି। ଏପରି କରିବା ଦ୍ୱାରା ତାଙ୍କ ଓଜନ କମିଯାଇଛି। ଏବେ ସେ ନିଜକୁ ଫିଟ୍‌ ଏବଂ ସୁସ୍ଥ ଅନୁଭବ କରୁଛନ୍ତି।

Advertisment

ପୂର୍ବରୁ ଭାରତୀଙ୍କ ଆସ୍ଥମା ଏବଂ ଡାଇବେଟିସ ସମସ୍ୟା ଥିଲା। ହେଲେ ଏବେ ସେ ସବୁ କିଛି ନିୟନ୍ତ୍ରଣରେ ରହିଛି। ୩୦-୩୨ ବର୍ଷ ଯାଏଁ ବହୁତ ଖାଇଛି। ଏବେ ବର୍ଷେ ଧରି ସେ ନିଜ ଶରୀର ପାଇଁ ସମୟ ଦେଇଛନ୍ତି। ନଜକୁ ପତଳା ଦେଖି ବହୁତ ଖୁସି ଲାଗୁଛି। ନିଜ ଉପରେ ଗର୍ବ ଅନୁଭବ ହେଉଛି ବୋଲି କମେଡି କୁଇନ୍‌ କହିଛନ୍ତି।

ସେପଟେ ସ୍ୱାମୀ ହର୍ଷ ଲିମ୍ବାଚିଆ ମଧ୍ୟ ଭାରତୀଙ୍କ ନୂଆ ଟ୍ରାନ୍ସଫର୍‌ମେସନକୁ ଦେଖି ଖୁସି ଅଛନ୍ତି। ସେ ଭାରତୀଙ୍କ ମୋଟା ଗାଲକୁ ମିସ୍‌ କରୁଥିବା କଥା ସେ କହିଛନ୍ତି। ଭାରତୀ ନିଜ ଡାଇଟିଂ ପାଇଁ ବେଳେ ବେଳେ ତାଙ୍କ ସହ ଡିନର ଡେଟ୍‌ରେ ଯିବା ପାଇଁ ମଧ୍ୟ ମନା କରି ଦେଉଥିବା ହର୍ଷ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe