Advertisment

ଇଂଲିଶ କହିବେ କପିଲ, OTTରେ ବଖାଣିବେ ନିଜ କାହାଣୀ

ମୁମ୍ବାଇ: ନୂଆ ରୂପରେ କମେଡି କିଙ୍ଗ କପିଲ ଶର୍ମା। ଇଂଲିଶକୁ ଡରୁଥିବା କପିଲ ଏବେ ଫଟାଫଟ କହିଲେ ଇଂଲିଶ। ନିଜ ଢ଼ଙ୍ଗରେ ଆଉ ନିଜ ଷ୍ଟାଇଲରେ ବଖଣିବେ ନିଜ କାହାଣୀ। ଏଥର ଆଉ ଟିଭି ନୁହେଁ OTT ପ୍ଲାଟଫର୍ମରେ ଦେଖାଇବେ ନିଜ କମେଡିର ଜାଦୁ। ଟିଭି ଓ ଫିଲ୍ମ ପରେ ଏବେ କପିଲ ଶର୍ମା ଓଟିଟି ପ୍ଳାଟଫର୍ମରେ ଡେବ୍ୟୁ କରିବେ। ନେଟ୍‌ଫ୍ଲିକ୍ସରେ ନିଜର କାହାଣୀ ବଖାଣିବେ, ସେ ମଧ୍ୟ ଇଂଲିଶରେ। କପିଲ ଏକ କମେଡି ସ୍ପେଶାଲ୍ କିମ୍ବା […]

ଇଂଲିଶ କହିବେ କପିଲ, OTTରେ ବଖାଣିବେ ନିଜ କାହାଣୀ

Kapil Sharma

Advertisment

ମୁମ୍ବାଇ: ନୂଆ ରୂପରେ କମେଡି କିଙ୍ଗ କପିଲ ଶର୍ମା। ଇଂଲିଶକୁ ଡରୁଥିବା କପିଲ ଏବେ ଫଟାଫଟ କହିଲେ ଇଂଲିଶ। ନିଜ ଢ଼ଙ୍ଗରେ ଆଉ ନିଜ ଷ୍ଟାଇଲରେ ବଖଣିବେ ନିଜ କାହାଣୀ। ଏଥର ଆଉ ଟିଭି ନୁହେଁ OTT ପ୍ଲାଟଫର୍ମରେ ଦେଖାଇବେ ନିଜ କମେଡିର ଜାଦୁ।

Advertisment

ଟିଭି ଓ ଫିଲ୍ମ ପରେ ଏବେ କପିଲ ଶର୍ମା ଓଟିଟି ପ୍ଳାଟଫର୍ମରେ ଡେବ୍ୟୁ କରିବେ। ନେଟ୍‌ଫ୍ଲିକ୍ସରେ ନିଜର କାହାଣୀ ବଖାଣିବେ, ସେ ମଧ୍ୟ ଇଂଲିଶରେ। କପିଲ ଏକ କମେଡି ସ୍ପେଶାଲ୍ କିମ୍ବା ନିଜ ଟାଇଟଲ୍‌ର ସିରିଜ୍ ତିଆରି କରିବାରେ ଏବେ ବ୍ୟସ୍ତ।  ନିକଟରେ କପିଲ ଶର୍ମା ଏହା ସହ ଜଡିତ ଏକ ଭିଡିଓ ପୋଷ୍ଟ କରିଛନ୍ତି। ନେଟଫ୍ଲିକ୍ସ ସହିତ ମିଶି ଏହି ଭିଡିଓକୁ କପିଲ ପ୍ରସ୍ତୁତ କରିଛନ୍ତି। ଏହି ଶୋ’ରେ ସେ ନିଜ କାହାଣୀକୁ ନିଜ ଶୈଳୀରେ କହୁଥିବା ନଜର ଆସିବେ।

ଏହି ଭିଡିଓକୁ ଶେଆର କରି କପିଲ କ୍ୟାପସନ୍‌ରେ ଲେଖିଛନ୍ତି, 'ନେଟ୍‌ଫ୍ଲିକ୍ସ ପରଦାରେ ଜାନୁଆରୀ ୨୮ରେ ଦେଖାହେବା। ମୋର ପ୍ରଥମ ଷ୍ଟାଣ୍ଡଅପ୍‌ ସ୍ପେଶାଲ ସହ ମୁଁ ନଜର ଆସିବି, ଯାହାର ନାଁ Kapil Sharma : I am not done yet’।'

Advertisment

OTTରେ ପ୍ରସାରିତ ହେବାକୁ ଯାଉଥିବା ଏହି ଶୋ' ମାଧ୍ୟମରେ କପିଲ ନିଜ କାହାଣୀ ବଖାଣିବା ସହ ଏକ ଗୀତ ମଧ୍ୟ ଗାଇଛନ୍ତି, ତାହା ମଧ୍ୟ ଇଂରାଜୀରେ। ଏନେଇ ସେ ଖୋଦ୍‌ ସୂଚନା ଦେଇଛନ୍ତି।

ଟେଲିଭିଜନର ସବୁଠାରୁ ଲୋକପ୍ରିୟ ଶୋ' 'ଦ କପିଲ ଶର୍ମା ଶୋ' ସର୍ବଦା ଦର୍ଶକଙ୍କ ମନୋରଞ୍ଜନ କରିବାରେ ସଫଳ ରହିଛି। ଗତ କିଛି ମାସ ତଳେ ହିଁ ଏହି ଶୋ'ର ନୂଆ ସିଜିନ୍‌ ଆରମ୍ଭ ହୋଇଥିଲା। ପ୍ରତି ୱିକେଣ୍ଡରେ ଶୋ'କୁ ନୂଆ ନୂଆ ଅତିଥି ଆସୁଥିଲେ। କିନ୍ତୁ ଏବେ ଓମିକ୍ରନ୍‌ ଯୋଗୁଁ ଶୋ'ର ଶୁଟିଂକୁ ପୁଣି ଥରେ ଅଟକାଇ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe