Advertisment

ହସ୍ପିଟାଲରେ 'ଗୁଥି', କରାଇଲେ ହାର୍ଟ ସର୍ଜରୀ

ମୁମ୍ବାଇ: ହସ୍ପିଟାଲରେ ଗୁଥି ତଥା କମେଡିଆନ ସୁନୀଲ ଗ୍ରୋଭର। ଦ କପିଲ ଶର୍ମା ଶୋ’ରୁ ଗୁଥି ଏବଂ ଡକ୍ଟର ମସହୁର ଗୁଲାଟି ଚରିତ୍ରରେ ଅଭିନୟ କରି ଲକ୍ଷ ଲକ୍ଷ ଫ୍ୟାନ୍‌ଙ୍କ ହୃଦୟ ଜିତିଥିବା ସୁନୀଲ ଗ୍ରୋଭର ହଠାତ୍‌ ଅସୁସ୍ଥ ହୋଇପଡିଛନ୍ତି। ମୁମ୍ବାଇର ଏସିଆନ୍‌ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ରେ ତାଙ୍କର ହାର୍ଟ ସର୍ଜରୀ ହୋଇଛି। ଏନେଇ ପ୍ରସିଦ୍ଧ ଅଭିନେତ୍ରୀ ସିମି ଗରେୱାଲ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଅଭିନେତ୍ରୀ ସିମି ଏହି କମେଡି ଷ୍ଟାରଙ୍କ ଜଣେ ବଡ ଫ୍ୟାନ୍‌। ସେ […]

ଅଦ୍ୟତନ ହୋଇଛି
ହସ୍ପିଟାଲରେ 'ଗୁଥି', କରାଇଲେ ହାର୍ଟ ସର୍ଜରୀ

Sunil Grover

Advertisment

ମୁମ୍ବାଇ: ହସ୍ପିଟାଲରେ ଗୁଥି ତଥା କମେଡିଆନ ସୁନୀଲ ଗ୍ରୋଭର। ଦ କପିଲ ଶର୍ମା ଶୋ'ରୁ ଗୁଥି ଏବଂ ଡକ୍ଟର ମସହୁର ଗୁଲାଟି ଚରିତ୍ରରେ ଅଭିନୟ କରି ଲକ୍ଷ ଲକ୍ଷ ଫ୍ୟାନ୍‌ଙ୍କ ହୃଦୟ ଜିତିଥିବା ସୁନୀଲ ଗ୍ରୋଭର ହଠାତ୍‌ ଅସୁସ୍ଥ ହୋଇପଡିଛନ୍ତି। ମୁମ୍ବାଇର ଏସିଆନ୍‌ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ରେ ତାଙ୍କର ହାର୍ଟ ସର୍ଜରୀ ହୋଇଛି। ଏନେଇ ପ୍ରସିଦ୍ଧ ଅଭିନେତ୍ରୀ ସିମି ଗରେୱାଲ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

Advertisment

ଅଭିନେତ୍ରୀ ସିମି ଏହି କମେଡି ଷ୍ଟାରଙ୍କ ଜଣେ ବଡ ଫ୍ୟାନ୍‌। ସେ ଟ୍ୱିଟ୍‌ କରି ଲେଖିଛନ୍ତି, 'ସୁନୀଲଙ୍କ ହାର୍ଟ ସର୍ଜରୀ ହୋଇଛି। ମୁଁ ଜାଣିବା ପରେ ମୋତେ ଶକ୍ତ ଝଟ୍‌କା ଲାଗିଥିଲା। ଯେଉଁ ବ୍ୟକ୍ତି ଆମକୁ ହସାଉଛି ସେ ଆଜି ଅସୁସ୍ଥ ହୋଇପଡିଛି। ଏହା ଶୁଣି ମୁଁ ଭାଙ୍ଗି ପଡିଛି। ସେ ଶୀଘ୍ର ସୁସ୍ଥ ହେବାକୁ ମୁଁ ପ୍ରାର୍ଥନା କରୁଛି। ତାଙ୍କ ଟ୍ୟାଲେଣ୍ଟ ବେଶ୍‌ ଅଦ୍ଭୁତ।'

https://twitter.com/Simi_Garewal/status/1488794115793850372?s=20&t=r9GHMqNOZXuZh6aC_baNMQ

Advertisment

ହାର୍ଟ ସର୍ଜରୀ ପରେ ସନୀଲ ବର୍ତ୍ତମାନ ସୁସ୍ଥ ଅଛନ୍ତି। ଡାକ୍ତରଙ୍କ କହିବା ମୁତାବକ ସେ ଏବେ ବିପଦ ମୁକ୍ତ। ତାଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ସୁଧାର ଆସିଛି। ସୁନୀଲଙ୍କ ଶୀଘ୍ର ଆରୋଗ୍ୟ କାମନା ପାଇଁ ପ୍ରାର୍ଥନ କରିବାକୁ ଫ୍ୟାନ୍‌ମାନଙ୍କୁ  ଭିରଲ ଭୟାନୀ ନିଜ ଇନ୍‌ଷ୍ଟାଗ୍ରାମରେ ହ୍ୟାଣ୍ଡେଲରେ ଏକ ଫଟୋ ପୋଷ୍ଟ କରି ସୂଚନା ଦେଇଛି। ସୁନୀଲ ଅସୁସ୍ଥ ଥିବା ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନେ ମଧ୍ୟ ଚିନ୍ତିତ ହୋଇପଡିଛନ୍ତି। ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ଗତ କିଛି ଦିନ ତଳେ ସୁନୀଲ ଗ୍ରୋଭର ନିଜ ଇନଷ୍ଟାଗ୍ରାମରେ 'ଇନ୍‌ଫ୍ଲୁଏନ୍ସରର୍ସ'କୁ ନେଇ ଏକ ମଜାଳିଆ ପୋଷ୍ଟ କରିଥିଲେ। ସେ ପ୍ରାୟତଃ ନିଜ ମଜାଦାର ପୋଷ୍ଟ ଜରିଆରେ ଦର୍ଶକଙ୍କୁ ମନୋରଞ୍ଜନ କରନ୍ତି। ନିକଟରେ ସେ ତାଙ୍କ ଅପ୍‌କମିଂ ୱେବ ସିରିଜ୍‌ର ଶୁଟିଂ ପାଇଁ ସିମଲା ଯାଇଥିଲେ, ଶୁଟିଂ ସେଟ୍‌ରୁ ସେ କିଛି ଫଟୋ ମଧ୍ୟ ଶେଆର କରିଥିଲେ।

ଗତବର୍ଷ ସୁନୀଲ ଗ୍ରୋଭର ଲିଡ୍‌ ଅଭିନେତା ରୂପେ ନିଜ ଡିଜିଟାଲ ଡେବ୍ୟୁ ମଧ୍ୟ କରିଥିଲେ। ଜି-୫ର କ୍ରାଇମ୍‌-କମେଡି ସିରିଜ 'ସନ୍‌ଫ୍ଲାଭର'ରେ ସୁନୀଲ ନଜର ଆସିଥିଲେ। ବିକାଶ ବେହଲ ଏହି ସିରିଜର ନିର୍ଦ୍ଦେଶନା ଦେଇଥିଲେ। ଏହାବ୍ୟତୀତ ସୁନୀଲ ବଲିଉଡ ସୁପରଷ୍ଟାର ସଲମାନ ଖାନ୍‌ଙ୍କ ସହ ଫିଲ୍ମ 'ଭାରତ'ରେ ମଧ୍ୟ ନଜର ଆସିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe