Advertisment

‘ୟେ ରିସ୍ତା କ୍ୟା କେହଲାତା ହେ’ ଶୁଟିଂ ସେଟରେ ବାତ୍ୟାର ତାଣ୍ଡବ

ମୁମ୍ବାଇ: ଆରବ ସାଗରରେ ସୃଷ୍ଟ ବାତ୍ୟା ‘ତଉକତେ’ ଅତି ଭୟଙ୍କର ହେବାରେ ଲାଗିଛି । ରବିବାର ‘ତଉକତେ’ ବାତ୍ୟା ମହାରାଷ୍ଟ୍ର ଓ ଗୁଜରାଟର ଅନେକ ଅଞ୍ଚଳରେ ପ୍ରବଳ କ୍ଷୟକ୍ଷତି କରିଛି । ଲୋକପ୍ରିୟ ଟିଭି ସିରିଏଲ୍ ‘ୟେ ରିସ୍ତା କ୍ୟା କେହଲାତା ହେ’ର ଶୁଟିଂ ସେରେ ମଧ୍ୟ ଏହି ବାତ୍ୟା ର ତାଣ୍ଡବ ଦେଖିବାକୁ ମିଳିଛି । ‘ୟେ ରିସ୍ତା କ୍ୟା କେହଲାତା ହେ’ର ଶୁଟିଂ ଗୁଜରାଟ ନିକଟସ୍ଥ ସିଲଭାସାରେ ଚାଲିଥିଲା ଏବଂ ସେଠାରେ ବାତ୍ୟା ‘ତଉକତେ’ […]

author-image
Ranjit Kumar Jena
‘ୟେ ରିସ୍ତା କ୍ୟା କେହଲାତା ହେ’ ଶୁଟିଂ ସେଟରେ ବାତ୍ୟାର ତାଣ୍ଡବ

yeh-rishta-kya-kehlata-hai

ମୁମ୍ବାଇ: ଆରବ ସାଗରରେ ସୃଷ୍ଟ ବାତ୍ୟା ‘ତଉକତେ’ ଅତି ଭୟଙ୍କର ହେବାରେ ଲାଗିଛି । ରବିବାର ‘ତଉକତେ’ ବାତ୍ୟା ମହାରାଷ୍ଟ୍ର ଓ ଗୁଜରାଟର ଅନେକ ଅଞ୍ଚଳରେ ପ୍ରବଳ କ୍ଷୟକ୍ଷତି କରିଛି । ଲୋକପ୍ରିୟ ଟିଭି ସିରିଏଲ୍ ‘ୟେ ରିସ୍ତା କ୍ୟା କେହଲାତା ହେ’ର ଶୁଟିଂ ସେରେ ମଧ୍ୟ ଏହି ବାତ୍ୟା ର ତାଣ୍ଡବ ଦେଖିବାକୁ ମିଳିଛି ।

Advertisment

‘ୟେ ରିସ୍ତା କ୍ୟା କେହଲାତା ହେ’ର ଶୁଟିଂ ଗୁଜରାଟ ନିକଟସ୍ଥ ସିଲଭାସାରେ ଚାଲିଥିଲା ଏବଂ ସେଠାରେ ବାତ୍ୟା ‘ତଉକତେ’ ଲ୍ୟାଣ୍ଡଫଲ୍ କରିବା ପରେ ଶୁଟିଂ ସେଟକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି । ସିରିଏଲରେ ଅଭିନୟ କରୁଥିବା ଅଭିନେତା କରନ୍ କୁନ୍ଦ୍ରା କ୍ଷତିଗ୍ରସ୍ତ ଶୁଟିଂ ସେଟର କିଛି ଫଟୋ ଶେଆର୍ କରିଛନ୍ତି ।

Advertisment

କରନ୍ ଏହି ଟିଭି ସିରିଏଲରେ ରଣବୀର ରୋଲରେ ନଜର ଆସୁଛନ୍ତି ଏବହଂ ସେ ନିଜର ଇନଷ୍ଟାଗ୍ରାମ ଷ୍ଟୋରୀରେ କିଛି ଭିଡିଓ ଶେଆର୍ କରିଛନ୍ତି, ଯେଉଁଥିରେ ‘ୟେ ରିସ୍ତା କ୍ୟା କେହଲାତା ହେ’ର ସେଟରେ ‘ତଉକତେ’ ବାତ୍ୟାର ପ୍ରକୋପରେ ହୋଇଥିବା ତାଣ୍ଡବର ଦୃଶ୍ୟ ଦେଖିବାକ ମିଳିଛି ।ଭିଡିଓରେ ଦେଖିବାକୁ ମିଳିଛି ଯେ ସେଟରେ ଉପସ୍ଥିତ ଥିବା ଲୋକେ ଶୀଘ୍ର ଶୀଘ୍ର ଉପକରଣକୁ ଉଠାଇବାକୁ ପ୍ରୟାସ କରୁଛନ୍ତି ଏବଂ ଦୌଡ଼ିବା ପାଇଁ ଚିତ୍କାର କରୁଛନ୍ତି ।

ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ମହାରାଷ୍ଟ୍ର ସରକାର ଲକଡାଉନ୍ ଘୋଷଣା କରିଥିଲେ । ଫିଲ୍ମଠାରୁ ଆରମ୍ଭ କରି ଟିଭି ଶୋ’ ଏବଂ ୱେବ ସିରିଜର ଶୁଟିଂକୁ ବନ୍ଦ କରିଦିଆଯାଇଛି । ତେବେ କିଛି ଟିଭି ଶୋ’ ନିଜର ଶୁଟିଂ ଲୋକେଶନକୁ ଅନ୍ୟ ସହରକୁ ସ୍ଥାନାନ୍ତର କରିଛନ୍ତି । ଆଉ କିଛି ଶୋ’ର ଶୁଟିଂ ବନ୍ଦ ରହିଛି ।