Advertisment

ଋଷିଙ୍କୁ ମନେପକାଇ ସମସ୍ତଙ୍କ ସାମ୍ନାରେ କାନ୍ଦିଲେ ନୀତୁ

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ଋଷି କପୁର। ସେ ଆଉ ନାହାନ୍ତି। ଦୁଇ ବର୍ଷ ପୂର୍ବେ ତଥା ୨୦୨୦ ଏପ୍ରିଲ ୩୦ ତାରିଖରେ ସେ ଆରପାରିକୁ ଚାଲିଯାଇଥିଲେ। ହେଲେ ଆଜି ବି ତାଙ୍କୁ ତାଙ୍କ ଫ୍ୟାନ୍‌ ଓ ପରିବାର ଲୋକେ ଭୁଲି ନାହାନ୍ତି। ସେ ଆଜି ବି ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟରେ ଜୀବିତ ଅଛନ୍ତି। ନିକଟରେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ନୀତୁ କପୁର ତାଙ୍କୁ ମନେପକାଇ ସମସ୍ତଙ୍କ ସାମ୍ନାରେ କାନ୍ଦି ପକାଇଛନ୍ତି। ନୀତୁ କପୁର […]

author-image
Madhupriya Mistry
ଋଷିଙ୍କୁ ମନେପକାଇ ସମସ୍ତଙ୍କ ସାମ୍ନାରେ କାନ୍ଦିଲେ ନୀତୁ

NEETU KAPOOR

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ଋଷି କପୁର। ସେ ଆଉ ନାହାନ୍ତି। ଦୁଇ ବର୍ଷ ପୂର୍ବେ ତଥା ୨୦୨୦ ଏପ୍ରିଲ ୩୦ ତାରିଖରେ ସେ ଆରପାରିକୁ ଚାଲିଯାଇଥିଲେ। ହେଲେ ଆଜି ବି ତାଙ୍କୁ ତାଙ୍କ ଫ୍ୟାନ୍‌ ଓ ପରିବାର ଲୋକେ ଭୁଲି ନାହାନ୍ତି। ସେ ଆଜି ବି ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟରେ ଜୀବିତ ଅଛନ୍ତି। ନିକଟରେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ନୀତୁ କପୁର ତାଙ୍କୁ ମନେପକାଇ ସମସ୍ତଙ୍କ ସାମ୍ନାରେ କାନ୍ଦି ପକାଇଛନ୍ତି।

Advertisment

ନୀତୁ କପୁର ଏବେ କଲର୍ସ ଚ୍ୟାନେଲର ଆରମ୍ଭ ହୋଇଥିବା ନୂଆ ରିଆଲିଟି ଶୋ' 'ଡ୍ୟାନ୍ସ ଦିୱାନେ ଜୁନିୟର୍ସ'ରେ ଜଜ୍‌ ଚୌକିରେ ବସିଛନ୍ତି। ଏହି ଶୋ'ର ଆଗାମୀ ଏପିସୋଡ୍‌ରେ ପିଲାମାନେ ଋଷି କପୁରଙ୍କୁ ସେମାନଙ୍କ ଅଭିନୟ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେବେ। ଯାହାର ଏକ ଝଲ୍‌କ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ନୀତୁ କପୁରଙ୍କୁ ଭାବୁକ ହୋଇପଡିଥିବା ଦେଖିବାକୁ ମିଳିଛି।

ଡ୍ୟାନ୍ସ ଦିୱାନେ ଜୁନୟର୍ସ ଶୋ'ରେ ଆସନ୍ତାକାଲି ତଥା ଶନିବାର ଋଷି କପୁରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ। ଏହି ଏପିସୋଡର ଶୁଟିଂ ସରିଛି। ଶୁଟିଂ ସରିଥିବା ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ନୀତୁ କପୁର ଋଷିଙ୍କୁ ମନେପକାଇ ଇମୋସନାଲ ହୋଇପଡୁଥିବା ନଜର ଆସିଛନ୍ତି।

Advertisment

ଲୁହ ଭିଜା ଆଖିରେ ନୀତୁ କହୁଛନ୍ତି, 'ଋଷି ଜୀ ଆଉ ନାହାଁନ୍ତି, କିନ୍ତୁ ପ୍ରତିଦିନ କେହି ନା କେହି ମୋତେ ତାଙ୍କ କଥା ମନେ ପକାଇଦିଅନ୍ତି। ତାଙ୍କ ସହିତ ସମସ୍ତଙ୍କର ଏକ କାହାଣୀ ଅଛି ଏବଂ ସମସ୍ତେ ତାକୁ ବହୁତ ଖୁସିର ସହ ମନେ ପକାନ୍ତି। ଋଷି ଜୀ ମୋ ସହିତ ଆଜି ବି ଜଡିତ ଅଛନ୍ତି।'

ଉଲ୍ଲେଖ ଯୋଗ୍ୟ ଯେ ୨୦୨୦ ଏପ୍ରିଲ ୩୦ ତାରିଖରେ ଅଭିନେତା ଋଷି କପୁରଙ୍କ ଦେହାନ୍ତ ହୋଇଥିଲା। ୬୭ ବର୍ଷ ବୟସରେ ସେ ଆରପାରିକୁ ଚାଲିଯାଇଥିଲେ। ୨୦୧୮ରୁ ସେ କ୍ୟାନ୍‌ସରରେ ପୀଡିତ ଥିଲେ। କ୍ୟାନ୍‌ସର ସହ ସଙ୍ଘର୍ଷ କରିବା ବେଳେ ଋଷିଙ୍କ ସହ ନୀତି ପ୍ରତି ମହୂର୍ତ୍ତରେ ତାଙ୍କ ସହ ରହୁଥିଲେ। ନ୍ୟୁୟର୍କରେ ବର୍ଷେ କାଳ ଚିକିତ୍ସା କରାଯାଇବା ପରେ ସେ ୨୦୧୯ରେ ଭାରତ ଫେରିଥିଲେ।