Advertisment

ହସ୍ପିଟାଲ ବେଡ୍‌ରୁ ଝିଅର ପ୍ରଥମ ଫଟୋ ଶେଆର କଲେ ଦେବୀନା

ମୁମ୍ବାଇ: ଦ୍ୱିତୀୟ ଥର ପାଇଁ ବାପା-ମାଆ ହୋଇଛନ୍ତି ଟେଲିଭିଜନ ଇଣ୍ଡଷ୍ଟ୍ରିର ଷ୍ଟାର କପଲ୍ ଦେବୀନା ବାନାର୍ଜୀ ଓ ଗୁରମିତ ଚୌଧୁରୀ। ନିକଟରେ ଏଦୁହିଁଙ୍କ ଘରକୁ ପୁଣି ଥରେ ଆସିଛନ୍ତି ଲକ୍ଷ୍ମୀ। କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଦେବୀନା। ଦ୍ୱିତୀୟ ଝିଅ ଜନ୍ମ ହେବା ପରେ ପ୍ରଥମ ଥର ପାଇଁ ହସ୍ପିଟାଲରୁ ତା’ ଫଟୋ ଶେଆର କରିଛନ୍ତି ଏହି ଟେଲି ଅଭିନେତ୍ରୀ। ସମୟ ପୂର୍ବରୁ ଦେବୀନାଙ୍କ ଦ୍ୱିତୀୟ ଝିଅ ଜନ୍ମ ନେଇଛନ୍ତି। ଏଥିପାଇଁ ତାଙ୍କ ଝିଅ ବେଶ ଦୁର୍ବଳ […]

ଅଦ୍ୟତନ ହୋଇଛି
ହସ୍ପିଟାଲ ବେଡ୍‌ରୁ ଝିଅର ପ୍ରଥମ ଫଟୋ ଶେଆର କଲେ ଦେବୀନା

debina-bonnerjee

Advertisment

ମୁମ୍ବାଇ: ଦ୍ୱିତୀୟ ଥର ପାଇଁ ବାପା-ମାଆ ହୋଇଛନ୍ତି ଟେଲିଭିଜନ ଇଣ୍ଡଷ୍ଟ୍ରିର ଷ୍ଟାର କପଲ୍ ଦେବୀନା ବାନାର୍ଜୀ ଓ ଗୁରମିତ ଚୌଧୁରୀ। ନିକଟରେ ଏଦୁହିଁଙ୍କ ଘରକୁ ପୁଣି ଥରେ ଆସିଛନ୍ତି ଲକ୍ଷ୍ମୀ। କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଦେବୀନା। ଦ୍ୱିତୀୟ ଝିଅ ଜନ୍ମ ହେବା ପରେ ପ୍ରଥମ ଥର ପାଇଁ ହସ୍ପିଟାଲରୁ ତା’ ଫଟୋ ଶେଆର କରିଛନ୍ତି ଏହି ଟେଲି ଅଭିନେତ୍ରୀ।

Advertisment

ସମୟ ପୂର୍ବରୁ ଦେବୀନାଙ୍କ ଦ୍ୱିତୀୟ ଝିଅ ଜନ୍ମ ନେଇଛନ୍ତି। ଏଥିପାଇଁ ତାଙ୍କ ଝିଅ ବେଶ ଦୁର୍ବଳ ଅଛି। ତାକୁ ଡାକ୍ତରଖାନାର ସ୍ପେଶାଲ ୱାର୍ଡରେ ରଖାଯାଇଛି। ସେଠାରୁ ହିଁ ଦେବୀନା ନିଜ ଝିଅର ଫଟୋ ଶେଆର କରି ପ୍ରଥମ ଝଲକ ଦେଖାଇଛନ୍ତି।

ଦେବୀନା ବାନାର୍ଜୀ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭିଡିଓ ଶେଆର କରିଛନ୍ତି। ଭିଡିଓରେ ଗୁରୁମିତ ହସ୍ପିଟାଲର ଫର୍ମାଲିଟି ପୂରଣ କରୁଥିବା ଦେଖିବାକୁ ମିଳିଛି। ପରେ ଝିଅ ପାଖରେ ନଜର ଆସଛିନ୍ତି। ଏବେ ଝିଅର ଅବସ୍ଥା ବର୍ତ୍ତମାନ ସଂପୂର୍ଣ୍ଣ ଠିକ ଅଛି ଏବଂ ସେ ସମସ୍ତେ ତାଙ୍କ ବାପା ମାଆଙ୍କ ସହିତ ତାଙ୍କ ଘରକୁ ଯିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଦେବୀନା ନିଜ କ୍ୟାପସନରେ ଲେଖିଛନ୍ତି।

Advertisment

ଅଭିନେତ୍ରୀ ଲେଖିଛନ୍ତି, ‘ଆମର ଏହି ମ୍ୟାଜିକାଲ ଶିଶୁ ଦୁନିଆକୁ ପ୍ରବେଶ କରିବାକୁ ତତ୍ପର ଥିଲା। ଈଶ୍ୱର ଦୟାଳୁ ହୋଇଥିବାରୁ ଧନ୍ୟବାଦ। ସେ ସୁସ୍ଥ ଅଛି। ଡାକ୍ତରମାନେ ଯାହା କଲେ ତାହା ପାଇଁ ବହୁତ ବହୁତ ଧନ୍ୟବାଦ। ବାପା ଗୁରୁମିତ ଏବଂ ମମି ତୁମକୁ ଘରକୁ ନେବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।’

୨୦୧୦ରେ ଦେବୀନା ଓ ଗୁରମିତ ବିବାହ କରିଥିଲେ। ତେବେ ବିବାହର ୧୨ ବର୍ଷ ପରେ ଚଳିତ ବର୍ଷ ଦେବୀନା ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ। ତାଙ୍କ ପ୍ରଥମ ଝିଅର ନାଁ ସେ ଲିଆନା ରଖିଛନ୍ତି। ତେବେ ପ୍ରଥମ ଝିଅ ଜନ୍ମ ହେବାର ୪ ମାସ ପରେ ସେ ପୁଣି ଥରେ ଗର୍ଭବତୀ ଥିବା ନେଇ ଘୋଷଣା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe