Advertisment

ଝିଅ ଜନ୍ମର ୪ ମାସ ପରେ ପୁଣି ମା' ହେବେ ଦେବୀନା

ମୁମ୍ବାଇ: ପୁଣି ମା’ ହେବେ ଟେଲିଭିଜନ ଇଣ୍ଡଷ୍ଟ୍ରିର ସୀତା। ଅଭିନେତା ଗୁରମିତ ଚୌଧରୀ ଓ ଦେବୀନାଙ୍କ ଘରକୁ ଆସିବେ କୁନି ଅତିଥି। ୬ ଜନ୍ମର ୪ ମାସ ପରେ ପୁଣିଥରେ ଗର୍ଭବତୀ ଅଛନ୍ତି ଅଭିନେତ୍ରୀ ଦେବୀନା। ଏନେଇ ଖୋଦ୍‌ ଘୋଷଣା କରିଛନ୍ତି ଏହି ଷ୍ଟାର୍‌ କପଲ୍‌। ନିଜ ଇନ୍‌ଷ୍ଟାଗ୍ରାମରେ ଦେବୀନା ଏକ ଫ୍ୟାମିଲି ଫଟୋ ଶେଆର କରିଛନ୍ତି। ଏଥିରେ ଗୁରମିତ, ଦେବୀନା ଓ ତାଙ୍କ ୪ ମାସର ଝିଆ ଲିଆନା ଅଛନ୍ତି। ଏଥିସହ ଦେବୀନା ନିଜ ହାତରେ […]

ଅଦ୍ୟତନ ହୋଇଛି
ଝିଅ ଜନ୍ମର ୪ ମାସ ପରେ ପୁଣି ମା' ହେବେ ଦେବୀନା

debina-bonnerjee

Advertisment

ମୁମ୍ବାଇ: ପୁଣି ମା' ହେବେ ଟେଲିଭିଜନ ଇଣ୍ଡଷ୍ଟ୍ରିର ସୀତା। ଅଭିନେତା ଗୁରମିତ ଚୌଧରୀ ଓ ଦେବୀନାଙ୍କ ଘରକୁ ଆସିବେ କୁନି ଅତିଥି। ୬ ଜନ୍ମର ୪ ମାସ ପରେ ପୁଣିଥରେ ଗର୍ଭବତୀ ଅଛନ୍ତି ଅଭିନେତ୍ରୀ ଦେବୀନା। ଏନେଇ ଖୋଦ୍‌ ଘୋଷଣା କରିଛନ୍ତି ଏହି ଷ୍ଟାର୍‌ କପଲ୍‌।

Advertisment

ନିଜ ଇନ୍‌ଷ୍ଟାଗ୍ରାମରେ ଦେବୀନା ଏକ ଫ୍ୟାମିଲି ଫଟୋ ଶେଆର କରିଛନ୍ତି। ଏଥିରେ ଗୁରମିତ, ଦେବୀନା ଓ ତାଙ୍କ ୪ ମାସର ଝିଆ ଲିଆନା ଅଛନ୍ତି। ଏଥିସହ ଦେବୀନା ନିଜ ହାତରେ ସୋନୋଗ୍ରାଫିର ଏକ ଫଟୋ ଧରିଥିବା ନଜର ଆସିଛନ୍ତି। ଗୁଡ୍‌ନ୍ୟୁଜର ଘୋଷଣା କରି ଦମ୍ପତ୍ତି କ୍ୟାପସନରେ ଲେଖିଛନ୍ତି, ' କିଛି ନିଷ୍ପତ୍ତି ଭାଗ୍ୟ ନିର୍ଦ୍ଧାରିତ କରିଥାଏ। ଏହାକୁ କେହି ବଦଳାଇ ପାରିବେ ନାହିଁ। ଏହା ତା'ର ଏହି ଏକ ଆଶୀର୍ବାଦ। ଖୁବଶୀଘ୍ର ଆମକୁ ସମ୍ପୂର୍ଣ୍ଣ କରିବା ପାଇଁ ଆସୁଛି।' ତେବେ ଅଭିନେତ୍ରୀ ଦେବିନା ପୁଣି ଥରେ ମା' ହେବାକୁ ଯାଉଥିବା ଖବର ଶୁଣିବା ପରେ କିଛି ଫ୍ୟାନ୍‌ ଚକିତ ହୋଇପଡିଛନ୍ତି। ଆଉ କିଛି ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ଚଳିତ ବର୍ଷ ଏପ୍ରିଲ ୩ ତାରିଖରେ ଦେବୀନା ନିଜର ପ୍ରଥମ ଛୁଆକୁ ଜନ୍ମ ଦେଇଥିଲେ। ତେବେ ପ୍ରଥମ ଛୁଆ ପାଇଁ ଦେବୀନାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ସେ ପ୍ରଥମ ଗର୍ଭଧାରଣ ପାଇଁ ୫ ବର୍ଷ ଚେଷ୍ଟା କରିଥିଲେ। କିନ୍ତୁ ବାରମ୍ବାର ତାଙ୍କୁ ଜଟିଳତା ଦେଇ ଗତି କରିବାକୁ ପଡିଥିଲା।  ସେ ୨ଟି ଆଇଭିଏଫ୍ ଏବଂ ତିନୋଟି IUIs ଚିକିତ୍ସା ଅନୁସରଣ କରିଥିଲେ। ଶେଷରେ, ବିବାହର ୧୧ ବର୍ଷ ପରେ, ଦେବୀନାଙ୍କୁ ମା' ହେବାର ସୌଭାଗ୍ୟ ମିଳିଥିଲା। ଏବେ ପ୍ରଥମ ସନ୍ତାନ ହେବାର ୪ ମାସ ପରେ ଦ୍ୱିତୀୟ ଥର ପାଇଁ ମା' ହେବାର ସୁଯୋଗ ପାଇଛନ୍ତି ସେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe