/odisha-reporter/media/post_attachments/uploads/2022/12/Devoleena-bhattacharjee.jpg)
Devoleena-bhattacharjee
ମୁମ୍ବାଇ: ନାଲି ଶଙ୍ଖା, ହାତରେ ମେହେନ୍ଦି। ଦେହରେ ନାଲି ଲେହେଙ୍ଗା। ପୂରାପୁରି ବଧୂ ବେଶରେ ସଜେଇ ହୋଇଛନ୍ତି ଗୋପି ବୋହୂ ଓରଫ ଟେଲିଭିଜନର ଫେମସ୍ ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ। ଖୁବଶୀଘ୍ର ସେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ତାଙ୍କ ଅନ୍ସ୍କ୍ରିନ ଦିଅରକୁ କରିବେ ବିବାହ। ଦେବୋଲିନାଙ୍କ ହଳଦୀ ଓ ମେହେନ୍ଦିର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରଲ ହେବାରେ ଲାଗିଛି।
ଲୋକପ୍ରିୟ ଟେଲି ସରିଏଲ୍ ‘ସାଥିଆ’ରେ ଗୋପି ବୋହୂଙ୍କ ଦିଅର ସାଜିଥିବା ବିଶାଲ ସିଂହଙ୍କ ହାତ ଧରିବାକୁ ଯାଉଛନ୍ତି ଦେବୋଲିନା। ତେବେ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଫଟୋକୁ ଦେଖି ତାଙ୍କ ଫ୍ୟାନ୍ମାନଙ୍କୁ ଝଟ୍କା ଲାଗିଛି। ଫ୍ୟାନ୍ମାନେ କନ୍ଫ୍ୟୁଜ ହୋଇଯାଇଛନ୍ତି। ଏହା ସତ ସତିକା ବାହାଘର ନା କୌଣସି ଥଟ୍ଟାମଜା ଜାଣିପାରୁ ନାହାନ୍ତି।
ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଦେବୋଲିନା ବିଶାଲଙ୍କ ସହ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ମୁହଁରେ ହଳଦୀ ଓ ହାତରେ ମେହେନ୍ଦୀ ଲଗାଇ ବେଶ୍ ଖୁସ ନଜର ଆସିଛନ୍ତି ଉଭୟ। କେବଳ ସେତିକି ନୁହେଁ ଏହି କପଲ୍ ହଳଦୀ ଫଙ୍କସନର ଆଉଟ୍ଫିଟ୍ରେ ମଧ୍ୟ ନଜର ଆସିଛନ୍ତି।
ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ତଳେ ଦେବୋଲିନା ବିବାହ କରିସାରିଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା। ସେ ତାଙ୍କ ଲଙ୍ଗଟାଇମ ବୟଫ୍ରେଣ୍ଡ ବିଶାଲ ସିଂହଙ୍କୁ ଲୁଚିଛପି ବିବାହ କରିଥିବା ଚର୍ଚ୍ଚା ହେଉଥିଲା। ପରେ ଏହି କଥା ମିଥ୍ୟା ପ୍ରମାଣିତ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
