ଏଥର ଅଭିନୟ ଛାଡ଼ି ଷ୍ଟଣ୍ଟ କରିବେ ଦିବ୍ୟାଙ୍କା!

ମୁମ୍ବାଇ: ଟିଭି ସିରିଏଲ୍‌ର ଲୋକପ୍ରିୟ ବୋହୂ ତଥା ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ। ସେ ଏବେ ଆଦର୍ଶ ବୋହୂ ଓ ସ୍ତ୍ରୀର ଅଭିନୟ ଛାଡି କରିବେ ଆକ୍ସନ, ତା` ସହ ଷ୍ଟଣ୍ଟ ମଧ୍ୟ। ଖୁବଶୀଘ୍ର ସେ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ଶୋ’ `ଖତରୋଁ କେ ଖିଲାଡି-୧୧’ରେ ନଜର ଆସିବେ। ନିକଟରେ ଏକ ସାକ୍ଷାତକାର୍‌ରେ, ଦିବ୍ୟାଙ୍କା `ଖତରୋଁ କେ ଖିଲାଡୀ’ରେ ଭାଗ ନେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏବେ ସେ ଏହି ଷ୍ଟଣ୍ଟ ରିଆଲିଟି ଶୋ’ରେ ସାମିଲ ହେବା […]

Divyanka Tripathi

Madhupriya Mistry
  • Published: Thursday, 22 April 2021
  • , Updated: 22 April 2021, 05:37 PM IST

ମୁମ୍ବାଇ: ଟିଭି ସିରିଏଲ୍‌ର ଲୋକପ୍ରିୟ ବୋହୂ ତଥା ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ। ସେ ଏବେ ଆଦର୍ଶ ବୋହୂ ଓ ସ୍ତ୍ରୀର ଅଭିନୟ ଛାଡି କରିବେ ଆକ୍ସନ, ତା` ସହ ଷ୍ଟଣ୍ଟ ମଧ୍ୟ। ଖୁବଶୀଘ୍ର ସେ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ଶୋ' `ଖତରୋଁ କେ ଖିଲାଡି-୧୧'ରେ ନଜର ଆସିବେ।

ନିକଟରେ ଏକ ସାକ୍ଷାତକାର୍‌ରେ, ଦିବ୍ୟାଙ୍କା `ଖତରୋଁ କେ ଖିଲାଡୀ'ରେ ଭାଗ ନେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏବେ ସେ ଏହି ଷ୍ଟଣ୍ଟ ରିଆଲିଟି ଶୋ'ରେ ସାମିଲ ହେବା ପାଇଁ ସାଇନ୍‌ କରିଥିବା ସୂଚନା ମିଳିଛି।

ଟାଇମ୍ସ ଅଫ ଇଣ୍ଡିଆର ଏକ ସୋର୍ସ ମୁତାବକ, `ଖତରୋଁ କେ ଖିଲାଡି-୧୧'ରେ ଭାଗ ନେବା ପାଇଁ  ଦିବ୍ୟାଙ୍କାଙ୍କ ସହ ଗତ କିଛି ଦିନ ଧରି କଥାବାର୍ତ୍ତା ଚାଲିଥିଲା। ଏବେ ଡିଲ୍‌ ଫାଇନାଲ୍‌ ହୋଇଛି। ସେ `ଖତରୋଁ କେ ଖିଲାଡି-୧୧' ସିଜିନ୍‌ରେ ଭାଗ ନେବେ। ପ୍ରଥମ ଥର ପାଇଁ ଦିବ୍ୟାଙ୍କାଙ୍କୁ ଏହି ଶୋ'ରେ ହାର୍ଡ କୋର୍‌ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିବ।

ସୂଚନା ମୁତାବକ ପୂର୍ବରୁ ଦିବ୍ୟାଙ୍କାଙ୍କୁ ସୁଇମିଂ ଓ ସ୍ଲିପ୍‌ ଡିକ୍ସ ଆସୁନଥିଲା। କିନ୍ତୁ ଏହି ଶୋ'ରେ ଭାଗ ନେବା ପାଇଁ ଏବେ ସେ ଏହି ଦୁଇଟିରେ ପାରଙ୍ଗମ ହୋଇ ସାରିଲେଣି। ଗତବର୍ଷ ଲକଡାଉନ୍‌ ବେଳେ ସେ ସୁଇମିଂ ଶିଖିଥିବା ସୂଚନା ମିଳିଛି।

`ଖତରୋଁ କେ ଖିଲାଡି-୧୧'ରେ ଦିବ୍ୟାଙ୍କାଙ୍କ ବ୍ୟତୀତ ସିଙ୍ଗର ରାହୁଲ ବୈଦ୍ୟ, ଅଭିନବ ଶୁକ୍ଲା, ନିକ୍କି ତାମ୍ବେଲା, ଅର୍ଜୁନ ବିଜଲାନି, ସୌରଭ ରାଜ ଜୈନ୍‌, ଉର୍ବଶୀ ଢ଼ୋଲକିଆ ଏବଂ ସିଙ୍ଗର ଆସ୍ଥା ଗିଲ୍‌ ମଧ୍ୟ ନଜର ଆସିବେ। କଣ୍ଟା ଲଗା ଗାର୍ଲ ସେଫାଲି ଜରିୱାଲା ଓ ଏଜାଜ ଖାନ୍‌ଙ୍କ ନାଁ ମଧ୍ୟ ଏହି ଲିଷ୍ଟରେ ସାମିଲ୍‌ ଅଛି।

ସ୍ପଟ୍‌ବୟର ରିପୋର୍ଟ ମୁତାବକ ଆସନ୍ତା ମେ' ମାସରେ ସାଉଥ ଆଫ୍ରିକାର କେପ୍‌ଟାଉନ୍‌ରେ ଏହି ରିଆଲିଟି ଶୋ'ର ସୁଟିଂ ଆରମ୍ଭ ହେବ। ପ୍ରଥମେ ଏହାର ସୁଟିଂ ଆବୁଧାବିରେ ହେବ ବୋଲି ସୂଚନା ଥିଲା। କିନ୍ତୁ ପରେ କରୋନା ଯୋଗୁଁ ଏହାକୁ ସାଉଥ ଆଫ୍ରିକାକୁ ସିଫ୍ଟ କରାଯାଇଛି।

Related story