Advertisment

ଚାଲୁଥିଲା ଶୁଟିଂ, କୁମକୁମ ଭାଗ୍ୟ ସେଟରେ ଲାଗିଲା ନିଆଁ

ମୁମ୍ବାଇ: ଏକତା କପୁରଙ୍କ ଟେଲି ଧାରାବାହିକ ‘କୁମକୁମ ଭାଗ୍ୟ’ର ସେଟରେ ଶନିବାର ନିଆଁ ଲାଗିଯାଇଛି। ମୁମ୍ବାଇର ଚାନ୍ଦିବାଲିରେ ଥିବା କିଲିକ ନିକ୍ସନ ଷ୍ଟୁଡ଼ିଓରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ଶର୍ଟସର୍କିଟରୁ ନିଆଁ ଲାଗିଥିବା ଜଣାପଡ଼ିଛି। ଶୁଟିଂ ଚାଲୁଥିବା ସମୟରେ ନିଆଁ ଲାଗିଥିଲା। ହେଲେ ସମସ୍ତ କ୍ରୁ-ମେମ୍ବର ଓ କଳାକାରଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। କୁମକୁମ ଭାଗ୍ୟ ବାଲାଜି ପ୍ରଡକ୍ସନର ସବୁଠାରୁ ଲୋକପ୍ରିୟ ମେଗା ଧାରାବାହିକ, ଯାହାକୁ ଟିଭିରେ ଦର୍ଶକେ […]

ଚାଲୁଥିଲା ଶୁଟିଂ, କୁମକୁମ ଭାଗ୍ୟ ସେଟରେ ଲାଗିଲା ନିଆଁ

kumkum-bhagya

Advertisment

ମୁମ୍ବାଇ: ଏକତା କପୁରଙ୍କ ଟେଲି ଧାରାବାହିକ 'କୁମକୁମ ଭାଗ୍ୟ'ର ସେଟରେ ଶନିବାର ନିଆଁ ଲାଗିଯାଇଛି। ମୁମ୍ବାଇର ଚାନ୍ଦିବାଲିରେ ଥିବା କିଲିକ ନିକ୍ସନ ଷ୍ଟୁଡ଼ିଓରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ଶର୍ଟସର୍କିଟରୁ ନିଆଁ ଲାଗିଥିବା ଜଣାପଡ଼ିଛି।

Advertisment

ଶୁଟିଂ ଚାଲୁଥିବା ସମୟରେ ନିଆଁ ଲାଗିଥିଲା। ହେଲେ ସମସ୍ତ କ୍ରୁ-ମେମ୍ବର ଓ କଳାକାରଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।

କୁମକୁମ ଭାଗ୍ୟ ବାଲାଜି ପ୍ରଡକ୍ସନର ସବୁଠାରୁ ଲୋକପ୍ରିୟ ମେଗା ଧାରାବାହିକ, ଯାହାକୁ ଟିଭିରେ ଦର୍ଶକେ ଖୁବ ପସନ୍ଦ କରିଥାନ୍ତି। ଏହି ମେଗା ଧାରାବାହିକରେ ଶବିର ଆହଲୁବାଲିୟା, ସ୍ମୃତି ଝା, ମୁଗ୍ଧା ଚାଫେକର ଓ କୃଷ୍ଣ କୈଲଙ୍କ ଭଳି କଳାକାର ଅଭିନୟ କରୁଛନ୍ତି। ତେବେ ଅଗ୍ନିକାଣ୍ଡ ଯୋଗୁଁ ଏହାର ଶୁଟିଂକୁ ୩ ଦିନ ପାଇଁ ସ୍ଥଗିତ ରଖାଯାଇଛି।

Advertisment

କରୋନା ଲକଡାଉନ୍ ପରେ କିଛି ଦିନ ତଳେ ସିରିଏଲର ଶୁଟିଂ ଆରମ୍ଭ ହୋଇଥିଲା। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସେଟରେ ୧୦ ବର୍ଷରୁ କମ ଓ ୬୦ ବର୍ଷରୁ ଅଧିକ ଲୋକଙ୍କୁ ଅଭିନୟ ପାଇଁ ବାରଣ କରାଯାଇଛି।

ସୂଚନାଯୋଗ୍ୟ, ଏକତାଙ୍କ ଅନ୍ୟ ଏକ ଶୋ' 'କସୌଟି ଜିନ୍ଦଗୀ ୨'ର ଲିଡ୍ ଆକ୍ଟର ପାର୍ଥ ସମଥାନ କରୋନାରେ ସଂକ୍ରମିତ ହୋଇଥିଲେ। ତେଣୁ ସଂକ୍ରମଣ ରୋକିବା ପାଇଁ ଏକତା ଶୁଟିଂ ସମୟରେ କିଛି ନିର୍ଦ୍ଦେଶାବଳୀ ଜାରି କରିଥିଲେ।

Ekta Kapoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe