Advertisment

ନାଗୁଣୀ ଖୋଜୁଛନ୍ତି ଏକ୍‌ତା

ମୁମ୍ବାଇ: ନାଗୁଣୀ ସନ୍ଧାନରେ ଟେଲିଭିଜନ କୁଇନ୍‌ ଏକ୍‌ତା କପୁର। ସେ କରୋନାରୁ ସୁସ୍ଥ ହେବା ପରେ ନାଗୁଣୀ ସନ୍ଧାନରେ ବାହାରି ପଡିଛନ୍ତି। ସେ ତାଙ୍କ ଅପ୍‌କମିଂ ସିରିଏଲ୍‌ ‘ନାଗୀନ୍‌-୬’ ପାଇଁ ଖୋଜୁଛନ୍ତି ନାଗୁଣୀ। ଏକ୍‌ତା କପୁର ନିଜ ସୁପରହିଟ୍‌ ଶୋ’ ନାଗୀନର ନୂଆ ସିଜିନ୍‌ ଆଣିବାକୁ ଯାଉଛନ୍ତି। ତେବେ ଏହି ସିରିଏଲ୍‌ର ଲିଡ୍‌ ଅଭିନେତ୍ରୀ କିଏ ହେବ? ତାକୁ ନେଇ ଚାଲିଛି ସନ୍ଧାନ। ନିକଟରେ ଏକତା ଇନ୍‌ଷ୍ଟାଗ୍ରାମରେ ନାଗୀନ-୬ର ଏକ ପ୍ରମୋ ଭିଡିଓ ଶେଆର କରିଥିଲେ। ଏଥିରେ […]

ନାଗୁଣୀ ଖୋଜୁଛନ୍ତି ଏକ୍‌ତା

Ekta Kapoor

Advertisment

ମୁମ୍ବାଇ: ନାଗୁଣୀ ସନ୍ଧାନରେ ଟେଲିଭିଜନ କୁଇନ୍‌ ଏକ୍‌ତା କପୁର। ସେ କରୋନାରୁ ସୁସ୍ଥ ହେବା ପରେ ନାଗୁଣୀ ସନ୍ଧାନରେ ବାହାରି ପଡିଛନ୍ତି। ସେ ତାଙ୍କ ଅପ୍‌କମିଂ ସିରିଏଲ୍‌ 'ନାଗୀନ୍‌-୬' ପାଇଁ ଖୋଜୁଛନ୍ତି ନାଗୁଣୀ।

Advertisment

ଏକ୍‌ତା କପୁର ନିଜ ସୁପରହିଟ୍‌ ଶୋ' ନାଗୀନର ନୂଆ ସିଜିନ୍‌ ଆଣିବାକୁ ଯାଉଛନ୍ତି। ତେବେ ଏହି ସିରିଏଲ୍‌ର ଲିଡ୍‌ ଅଭିନେତ୍ରୀ କିଏ ହେବ? ତାକୁ ନେଇ ଚାଲିଛି ସନ୍ଧାନ। ନିକଟରେ ଏକତା ଇନ୍‌ଷ୍ଟାଗ୍ରାମରେ ନାଗୀନ-୬ର ଏକ ପ୍ରମୋ ଭିଡିଓ ଶେଆର କରିଥିଲେ। ଏଥିରେ ୨୦୧୯ ପରେ ୨୦୨୦ରେ କିଭଳି ଦୁନିଆ କରୋନା କବଳରେ ଆସିଥିଲା, ଆଉ ସବୁ କିଛି କିଭଳି ବଦଳି ଯାଇଥିଲା ତାହା ଦେଖିବାକୁ ମିଳିଥିଲା। 'ଗୋଟିଏ ମହାମାରୀ କିଭଳି ପୂରା ବିଶ୍ୱକୁ କବଳିତ କରିନେଇଛି, ବଦଳିଛି ଦେଶ ଆଉ ବଦଳି ଯାଇଛି ନାଗୀନ'। ଏଭଳି କିଛି ପଞ୍ଚ ଲାଇନ୍‌ ସହ ଏହି ପ୍ରମୋଟି ରିଲିଜ ହୋଇଥିଲା।

ଏବେ ଏକ୍‌ତା କରୋନାରୁ ସୁସ୍ଥ ହେବା ପରେ ସୋଶାଲ ମିଡିଆରେ ନାଗୀନ-୬ର ଆଉ ଏକ ଟିଜର ଶେଆର କରିଛନ୍ତି। ଏଥିସହ ଏକତା ଲେଖିଛନ୍ତି, 'ନାଗୀନ-୬'! ଆପଣ ସମସ୍ତଙ୍କ ଠାରୁ ମୁଁ ମତାମତ ମାଗୁଛି। ମୁଁ ବର୍ତ୍ତମାନ କରୋନାରୁ ସୁସ୍ଥ ହୋଇଛି। କିନ୍ତୁ ଏବେବି ମୋ ଶରୀରରେ ଯନ୍ତ୍ରଣା ଅଛି। ପେଟରେ ଇନ୍‌ଫେକ୍‌ସନ୍‌ ରହିଛି। ତେବେ ନାଗୀନ ପାଇଁ କିଏ ଲିଡ୍‌ ଅଭିନେତ୍ରୀ ହେବେ ସେ ନେଇ କିଛି ନିଷ୍ପତ୍ତି ନେଇନାହିଁ। ମୋତେ ଆପଣଙ୍କ ମତାମତର ଆବଶ୍ୟକତା ରହିଛି।'

Advertisment

ଏକ୍‌ତାଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ଫ୍ୟାନ୍‌ମାନଙ୍କ ମନରେ ଉତ୍ସାହ ବଢ଼ିଯାଇଛି। ଅନେକ ଫ୍ୟାନ୍‌ ନିଜ ନିଜ ମତାମତା ମଧ୍ୟ ଦେବା ଆରମ୍ଭ କରିଦେଇଛନ୍ତି। ନାଗୀନ-୬ର ଲିଡ୍‌ ଅଭିନେତ୍ରୀ ପାଇଁ ରୁବିନା ସିଲୈକ ଫ୍ୟାନ୍‌ମାନଙ୍କ ପ୍ରଥମ ପସନ୍ଦ ଥିବା କମେଣ୍ଟରୁ ଜଣାପଡିଛି।  ବିଗ୍ ବସ୍‌-୧୪ ବିଜେତା ରୁବିନାଙ୍କ ଫ୍ୟାନ୍‌ ନାଗୀନ୍‌ ରୂପେ ଦେଖିବାକୁ ଚାହୁଁଛନ୍ତି।

ସେପଟେ ଲିଡ୍‌ ଅଭିନେତା ରୂପେ ଧୀରଜ ଧୁପରଙ୍କ ନାଁକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ଲାଗି ରହିଛି। ଏହାବ୍ୟତୀତ ଲିଡ୍‌ ଅଭିନେତ୍ରୀ ପାଇଁ କେତେକ ଫ୍ୟାନ୍‌ ଶ୍ରର୍ଦ୍ଧା ଆର୍ଯ୍ୟା, ଜେନିଫର ୱିଙ୍ଗେଟ୍‌, ନଆ ଶର୍ମା ଏବଂ ତେଜସ୍ୱୀ ପ୍ରକାଶଙ୍କ ନାଁକୁ ମଧ୍ୟ ସଜେଷ୍ଟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe