କରୋନା ପଜିଟିଭ ହେଲେ ଅଭିନେତ୍ରୀ, ଟେଷ୍ଟ କିଟ୍‌କୁ ନେଇ ପ୍ରଶ୍ନ ଉଠାଇଲେ

ମୁମ୍ବାଇ: କରୋନା ଟେଷ୍ଟ କିଟ୍‌କୁ ନେଇ ପ୍ରଶ୍ନ ଉଠାଇଲେ ଟେଲିଭିଜନର ପ୍ରସିଦ୍ଧ ଅଭିନେତ୍ରୀ ଏରିକା ଫର୍ଣ୍ଣାଣ୍ଡିଜ। ଘରେ ରହି କୋଭିସେଲ୍ଫ କିଟ୍‌ ଜରିଆରେ ଟେଷ୍ଟ ଉପରେ ବିଶ୍ୱାସ ନକରିବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରକୃତରେ ‘କସୌଟି ଜିନ୍ଦଗୀ କି-୨’ର ମୁଖ୍ୟ ଅଭିନେତ୍ରୀ ଏରିକା ଫର୍ଣ୍ଣାଣ୍ଡିଜ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସହ ତାଙ୍କ ମା’ଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି। ଏନେଇ ସେ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତ, ଜାନୁଆରୀ ୨ ତାରିଖରେ […]

erica-fernandes

Madhupriya Mistry
  • Published: Wednesday, 05 January 2022
  • , Updated: 05 January 2022, 05:23 PM IST

ମୁମ୍ବାଇ: କରୋନା ଟେଷ୍ଟ କିଟ୍‌କୁ ନେଇ ପ୍ରଶ୍ନ ଉଠାଇଲେ ଟେଲିଭିଜନର ପ୍ରସିଦ୍ଧ ଅଭିନେତ୍ରୀ ଏରିକା ଫର୍ଣ୍ଣାଣ୍ଡିଜ। ଘରେ ରହି କୋଭିସେଲ୍ଫ କିଟ୍‌ ଜରିଆରେ ଟେଷ୍ଟ ଉପରେ ବିଶ୍ୱାସ ନକରିବାକୁ ସେ ପରାମର୍ଶ ଦେଇଛନ୍ତି।

ପ୍ରକୃତରେ 'କସୌଟି ଜିନ୍ଦଗୀ କି-୨'ର ମୁଖ୍ୟ ଅଭିନେତ୍ରୀ ଏରିକା ଫର୍ଣ୍ଣାଣ୍ଡିଜ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସହ ତାଙ୍କ ମା'ଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି। ଏନେଇ ସେ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

ସେ କହିଛନ୍ତ, ଜାନୁଆରୀ ୨ ତାରିଖରେ ତାଙ୍କୁ କାଶ ଓ ଗଳାରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ଏହାପରେ ସେ କୋଭିସେଲ୍ଫ କିଟ୍‌ ଆଣି ଘରେ କରୋନା ଟେଷ୍ଟ କରିଥିଲେ। ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ଏହାପରେ ଦୁଇ ଥର ପୁଣି ଏହି ଟେଷ୍ଟ କରିଥିଲେ କିନ୍ତୁ ପ୍ରତିଥର ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ଏରିକାଙ୍କ ମା’ଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ଆସିଥିଲା।

ଏରିକା କହିଛନ୍ତି ଯେ, ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡି ଯାଇଥିଳା।  ତାଙ୍କ ଗଳା ଯନ୍ତ୍ରଣା ବଢ଼ିବାରେ ଲାଗିଥିଲା। ଏହାପରେ ସେ ଲ୍ୟାବ ଯାଇ କରୋନା ଟେଷ୍ଟ କରିଥିଲେ, ସେଠି ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା।  ତାଙ୍କ ମା’ଙ୍କଠାରେ ମଧ୍ୟ ଗୋଡ ହାତ ଯନ୍ତ୍ରଣା, କାଶ, ଥଣ୍ଡା, ମୁଣ୍ଡବିନ୍ଧା ଏବଂ ଜ୍ୱର ଭଳି ଲକ୍ଷଣ ରହିଛି।

ଉଭୟ ଆଇସୋଲେସନରେ ଅଛନ୍ତି ଏବଂ ସେମାନଙ୍କର ଚିକିତ୍ସା ଚାଲିଛି। ଗତ ଏକ ସପ୍ତାହ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଥିଲେ ତାଙ୍କୁ କରୋନା ଟେଷ୍ଟ କରିବା ପାଇଁ ଅନୁରୋଧ କରିଛନ୍ତି। ଏଥିସହ ଏରିକା କୋଭିସେଲ୍ଫ କିଟ୍ ସହାୟତାରେ ଘରେ କରାଯାଇଥିବା କୋଭିଡ୍ ପରୀକ୍ଷାକୁ ବିଶ୍ୱାସ ନକରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ସମଗ୍ର ଦେଶରେ କରୋନା ମାମଲା ପୁଣି ଥରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟକ କରୋନା ମାମଲା ଚିହ୍ନଟ ହୋଇଛନ୍ତି। ଅନେକ ଫିଲ୍ମ ଏବଂ ଟିଭି ସେଲେବ୍ରିଟି ମଧ୍ୟ କୋଭିଡ ପଜିଟିଭ୍ ଥିବାବେଳେ ଜଣାଶୁଣା ଟିଭି ଅଭିନେତ୍ରୀ ଏରିକା ଫର୍ଣ୍ଣାଣ୍ଡିଜ ମଧ୍ୟ କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି।

 

View this post on Instagram

 

A post shared by ERICA JENNIFER FERNANDES (@iam_ejf)

Related story