hetal-yadav
ମୁୁମ୍ବାଇ: ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ। ଲୋକପ୍ରିୟ ଟିଭି ସିରିଏଲ୍ ଇମଲି ଫେମ୍ ଅଭିନେତ୍ରୀ ହେତଲ ଯାଦବ ବଡ ଦୁର୍ଘଟଣାର ଶିକାର ହୋଇଛନ୍ତି। ଶୁଟିଂରୁ ଫେରିବା ବେଳେ ତାଙ୍କ କାର୍କୁ ଧକ୍କା ଦେଇଛି ଟ୍ରକ୍। କେବଳ ସେତିକି ନୁହେଁ ତାଙ୍କ କାର୍କୁ ଟ୍ରକ୍ ଧକ୍କା ଦେଇ କିଛି ବାଟ୍ ଘୋଷାଡି ମଧ୍ୟ ନେଇଛି। ତେବେ ଏଥିରୁ ବର୍ତ୍ତିଯାଇଛନ୍ତି ଅଭିନେତ୍ରୀ। ତାଙ୍କର ବିଶେଷ କିଛି କ୍ଷତି ହୋଇନାହିଁ।
ସୂଚନା ମୁତାବକ, ରବିବାର ରାତିରେ ଏହି ଦୁର୍ଘଟଣା ଘଟିଛି। ସେ ଶୁଟିଂରୁ ଘରକୁ ଫେରିବା ବେଳେ ରାତି ପ୍ରାୟ ୯ଟା ସମୟରେ JVLR ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା। ଏକ ଟ୍ରକ୍ ତାଙ୍କ କାରକୁ ପଛପଟୁ ଧକ୍କା ଦେଇଥିଲା।
ପରେ ଟ୍ରକ୍ କାରକୁ ଫ୍ଲାଏଓଭର କଡ଼କୁ ଟାଣି ନେଇଯିବାକୁ ଲାଗିଲା। କିନ୍ତୁ କୌଣସି ପ୍ରକାରରେ ସେ ସାହସ କରି ଓଭରବ୍ରିଜ ଉପରୁ ତଳକୁ ପଡିବା ପୂର୍ବରୁ ଭାରସାମ୍ୟ ରକ୍ଷା କରି କାରକୁ ଅଟକାଇ ଦେଇଥିଲେ। ଦୁର୍ଘଟଣା ଘଟିବା ପରେ ତୁରନ୍ତ ସେ ନିଜ ପୁଅକୁ ଓ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ଏହି ଦୁର୍ଘଟଣା ପରେ ଅଭିନେତ୍ରୀଙ୍କୁ ଶକ୍ତ ଝଟ୍କା ଲାଗିଛି । ସେ ସ୍ତବ୍ଧ ଓ ଭୟଭୀତ ହୋଇପଡିଛନ୍ତି।
ହେତଲ ‘ଇମଲି’ ସିରିଏଲ୍ରେ ଶିବାନୀ ରାଣା ଭୂମିକାରେ ଅଭିନୟ କରୁଛନ୍ତି। ଟିଭି ଇଣ୍ଡଷ୍ଟ୍ରିରେ ସେ ଦୀର୍ଘ ବର୍ଷ ଧରି ସକ୍ରିୟ ଅଛନ୍ତି । ସେ ଗତ ୨୫ବର୍ଷ ମଧ୍ୟରେ ବିଭିନ୍ନ ସିରିଏଲରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ହେତଲ ‘ତାରକ ମେହେତା କା ଉଲଟା ଚଷମା’ରେ’ ଜୱାଲା’ରେ ଜଲୱା ଭୂମିକାରେ ଅଭିନୟ କରି ଅଧିକ ଲୋକପ୍ରିୟତା ପାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/12/hetal-yadav.jpg)