Advertisment

ଆଉ ନାହାନ୍ତି ‘ନଟୁ କାକା’

ମୁମ୍ବାଇ: ଆଉ ନାହାନ୍ତି ଲୋକପ୍ରିୟ କମେଡି ସିରିଏଲ୍ ‘ତାରକ ମେହତା କା ଉଲଟା ଚଷମା’ର ‘ନଟୁ କାକା’। ‘ନଟୁ କାକା’ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଘନଶ୍ୟାମ ନାୟକଙ୍କର ଦେହାନ୍ତ ହୋଇଛି। ଘନଶ୍ୟାମ ନାୟକ ଦୀର୍ଘ ଦିନ ଧରି କ୍ୟାନସରରେ ଆକ୍ରାନ୍ତ ଥିଲେ। ଶୋ’ର ପ୍ରଡ୍ୟୁସର ଅସିତ୍ ମୋଦି ଏହି ଦୁଃଖଦ ଖବରର ସୂଚନା ଦେଇଛନ୍ତି। ଆଜି ସନ୍ଧ୍ୟା ୫.୩୦ ବେଳେ ଟିଭି ଇଣ୍ଡଷ୍ଟ୍ରୀର ଏହି ଭେଟେରାନ୍ ଅଭିନେକା ଆଖି ବୁଜିଛନ୍ତି। ତାଙ୍କ ଦେହାନ୍ତ ଖବର ପ୍ରକାଶ […]

author-image
Ranjit Kumar Jena
ଆଉ ନାହାନ୍ତି ‘ନଟୁ କାକା’

ghanshyam-nayak

ମୁମ୍ବାଇ: ଆଉ ନାହାନ୍ତି ଲୋକପ୍ରିୟ କମେଡି ସିରିଏଲ୍ ‘ତାରକ ମେହତା କା ଉଲଟା ଚଷମା’ର 'ନଟୁ କାକା’। 'ନଟୁ କାକା’ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଘନଶ୍ୟାମ ନାୟକଙ୍କର ଦେହାନ୍ତ ହୋଇଛି। ଘନଶ୍ୟାମ ନାୟକ ଦୀର୍ଘ ଦିନ ଧରି କ୍ୟାନସରରେ ଆକ୍ରାନ୍ତ ଥିଲେ। ଶୋ’ର ପ୍ରଡ୍ୟୁସର ଅସିତ୍ ମୋଦି ଏହି ଦୁଃଖଦ ଖବରର ସୂଚନା ଦେଇଛନ୍ତି। ଆଜି ସନ୍ଧ୍ୟା ୫.୩୦ ବେଳେ ଟିଭି ଇଣ୍ଡଷ୍ଟ୍ରୀର ଏହି ଭେଟେରାନ୍ ଅଭିନେକା ଆଖି ବୁଜିଛନ୍ତି। ତାଙ୍କ ଦେହାନ୍ତ ଖବର ପ୍ରକାଶ ପାଇବା ପରେ ‘ତାରକ ମେହତା କା ଉଲଟା ଚଷମା’ ଶୋ’ର ସବୁ କଳାକାର ଦୁଃକ ପ୍ରକାଶ କରିଛନ୍ତି।

Advertisment

ଘନଶ୍ୟାମ ନାୟକ ମେ ୧୨, ୧୯୪୪ରେ ଜନ୍ମଗ୍ରହଣ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ କ୍ୟାନସର୍ ସହ ଲଢ଼େଇ କରୁଥିଲେ। ତେବେ କେମୋଥେରାପି ଚିକିତ୍ସା ପରେ ସେ ସୁସ୍ଥ ହୋଇଯିବେ ଏବଂ ପୁଣିଥରେ ଶୁଟିଂ ସେଟକୁ ଫେରିବେ ବୋଲି ଆଶବାଦୀ ଥିଲେ। ଏହାରି ଭିତରେ କିଛି ଏପିସୋଡର ଶୁଟିଂ ମଧ୍ୟ କରିଥିଲେ। ୩ ମାସ ପରେ ସେ ନିଜ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କହିଥିଲେ ଯେ, ମୁଁ ସମ୍ପୂର୍ଣ୍ଣ ଠିକ୍ ଅଛି ଏବଂ ସୁସ୍ଥ ଅଛି। ସେଭଳି କୌଣସି ସମସ୍ୟା ନାହିଁ। କିନ୍ତୁ ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପୁଣି ଖରାପ ହୋଇଥିଲା, ଯେଉଁ କାରଣରୁ ସେ ଚିକିତ୍ସାଧୀନ ଥିଲେ।

https://twitter.com/AsitKumarrModi/status/1444649126830870529?s=20

ତାଙ୍କ ଦେହାନ୍ତ ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି। ‘ତାରକ ମେହତା କା ଉଲଟା ଚଷମା’ର ପ୍ରଡ୍ୟୁସର ଅସିତ୍ ମୋଦି ଘନଶ୍ୟାମଙ୍କର ଏକ ଫଟୋ ଶେଆର୍ କରି ଲେଖିଛନ୍ତି, ‘ଆମର ପ୍ରିୟ ନଟୁ କାକା ଆଉ ନାହାନ୍ତି। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ। ତାଙ୍କ ପରିବାରକୁ ଏଭଳି ଏକ ଦୁଃଖଦ ସମୟରେ ସହିବାର ଶକ୍ତି ଦିଅନ୍ତୁ। ନଟୁ କାକା ଆମେ ଆପଣଙ୍କୁ ଭୁଲିପାରିବୁ ନାହିଁ।

Advertisment

https://twitter.com/AsitKumarrModi/status/1444659728756264960?s=20

ଘନଶ୍ୟାମ ନାୟକ କେବଳ ଟିଭି ନୁହେଁ ବରଂ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ ନିଜର ନିଖୁଣ ଅଭିନୟ ଦ୍ୱାରା ଆକର୍ଷିତ କରିଛନ୍ତି। ୧୯୬୦ରେ ଅଶୋକ କୁମାର ଫିଲ୍ମ ‘ମାସୁମ୍’ରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ଏହା ପରେ ସେ ‘ବେଟା’, ‘ଆଖେଁ’, ‘ଲାଡଲା’, ‘କ୍ରାନ୍ତିବୀର’, ‘ଆନ୍ଦୋଳନ’, ‘ବରସାତ୍’, ‘ମାଫିଆ’, ‘ଚାହତ୍’, ‘ଇସ୍କ’, ‘ଚାଇନା ଗେଟ୍’, ‘ତେରେ ନାମ’ ଓ ‘ଖାକି’ ସମେତ ଆଉ କିଛି ଫିଲ୍ମରେ କାମ କରିଥିଲେ। ତେବେ ‘ତାରକ ମେହତା କା ଉଲଟା ଚଷମା’ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲେ। ଶୋ’ରେ ନିଜର କମିକ୍ ଟାଇମିଂ ଦ୍ୱାରା ଦର୍ଶକଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଥିଲେ। ଏବେ ସିରିଏଲରେ ତାଙ୍କର ସେହି ମଜାକିଆ ଭୂମିକା ଆଉ ଦେଖିବାକୁ ମିଳିବନି।