Advertisment

ହଠାତ୍‌ ଜଳିଗଲା କାର୍‌, ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ

ମୁମ୍ବାଇ: ଦେଖୁ ଦେଖୁ ଜଳିଗଲା କାର୍‌। ନିଆଁ ଲାଗି ପୂରା ପାଉଁଶ ହେଲା କାର୍‌। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ। ଲୋକପ୍ରିୟ ଟିଭି ସିରିଏଲ୍‌ ‘ଗୁମ୍‌ ହୈ କିସି କେ ପ୍ୟାର୍‌ ମେଁ’ର ଅଭିନେତ୍ରୀ ୟାମିନୀ ମଲହୋତ୍ରାଙ୍କ କାର୍‌ ଜଳି ଯାଇଛି। ମଙ୍ଗଳବାର ରାତିରେ ଏହି ଦୁର୍ଘଟଣା ଘଟିଛି।  ସବୁ ଦିନ ଭଳି ସେ ସୁଟିଂ ସେଟ୍‌ରୁ କାର୍‌ ଡ୍ରାଇଭ କରି ଘରକୁ ଫେରୁଥିଲେ। ତେବେ ମଙ୍ଗଳବାର ହଠାତ୍‌ ତାଙ୍କ କାର୍‌ ବୋନେଟ୍‌ରୁ ଧୂଆଁ ବାହାରିଥିଲା। ସେ […]

ଅଦ୍ୟତନ ହୋଇଛି
ହଠାତ୍‌ ଜଳିଗଲା କାର୍‌, ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ

Yamini Malhotra

Advertisment

ମୁମ୍ବାଇ: ଦେଖୁ ଦେଖୁ ଜଳିଗଲା କାର୍‌। ନିଆଁ ଲାଗି ପୂରା ପାଉଁଶ ହେଲା କାର୍‌। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ। ଲୋକପ୍ରିୟ ଟିଭି ସିରିଏଲ୍‌ 'ଗୁମ୍‌ ହୈ କିସି କେ ପ୍ୟାର୍‌ ମେଁ'ର ଅଭିନେତ୍ରୀ ୟାମିନୀ ମଲହୋତ୍ରାଙ୍କ କାର୍‌ ଜଳି ଯାଇଛି।

Advertisment

ମଙ୍ଗଳବାର ରାତିରେ ଏହି ଦୁର୍ଘଟଣା ଘଟିଛି।  ସବୁ ଦିନ ଭଳି ସେ ସୁଟିଂ ସେଟ୍‌ରୁ କାର୍‌ ଡ୍ରାଇଭ କରି ଘରକୁ ଫେରୁଥିଲେ। ତେବେ ମଙ୍ଗଳବାର ହଠାତ୍‌ ତାଙ୍କ କାର୍‌ ବୋନେଟ୍‌ରୁ ଧୂଆଁ ବାହାରିଥିଲା। ସେ କିଛି ବୁଝିବା ପୂର୍ବରୁ ଦେଖୁ ଦେଖୁ ତାଙ୍କ କାର୍‌ରେ ନିଆଁ ଲାଗିଯାଇଥିଲା। ଏହା ଦେଖି ସେ ଭୟଭୀତ ହୋଇଯାଇଥିଲେ। ପରେ ଗାଡିରୁ ବାହାରିବା ପାଇଁ ଚେଷ୍ଟା କରିଥିଲେ। ରାସ୍ତାରେ ଯାଉଥିବା କିଛି ଯାତ୍ରୀଙ୍କ ସହାୟତାରେ ମଉକା ଦେଖି ସେ ଜଳନ୍ତା କାର୍‌ ଭିତରୁ ବାହାରି ଆସିଥିଲେ ବୋଲି ୟାମିନୀ କହିଛନ୍ତି।

[caption id="attachment_666035" align="aligncenter" width="650"]Car fire ମଙ୍ଗଳବାର ହଠାତ୍‌ ତାଙ୍କ କାର୍‌ ବୋନେଟ୍‌ରୁ ଧୂଆଁ ବାହାରିଥିଲା ପରେ ଜଳି ଯାଇଥିଲା[/caption]

Advertisment

ପୁଲିସ ଏବଂ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ କାର୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ସେ ତାଙ୍କ କାର୍‌କୁ ବଞ୍ଚାଇବା ପାଇଁ କିଛି ବି କରିପାରିଲେ ନାହିଁ ବୋଲି ଅଭିନେତ୍ରୀ କହିଛନ୍ତି।

ଏହି ଦୁର୍ଘଟଣାର କିଛି ଫଟୋକୁ ନିଜ ଇନଷ୍ଟାଗ୍ରାମରେ ୟାମିନୀ ଶେଆର କରିଛନ୍ତି। ଫଟୋରେ କାର୍‌ର ଅବସ୍ଥା ଦେଖିବାକୁ ମିଳିଛି। ନିଆଁ ଲାଗିବା ଫଳରେ ତାଙ୍କ କାର୍‌ଟି ସମ୍ପୂର୍ଣ୍ଣ ଜଳି ପୋଡି ନଷ୍ଟ ହୋଇଯାଇଛି। ତାଙ୍କ କାର୍‌କୁ ଏଭଳି ଅବସ୍ଥାରେ ଦେଖିବା ବେଶ୍‌ ଦୁଃଖଦାୟକ। ଶୁବ୍‌ଶୀଘ୍ର ତାଙ୍କୁ ଏକ କାର୍‌ କିଣିବାକୁ ପଡିବ। କରୋନା କାଳରେ ପବ୍ଲିକ ଟ୍ରାନ୍ସପୋର୍ଟରେ ଯିବା ସୁରକ୍ଷିତ ନୁହେଁ  ବୋଲି ୟାମିନୀ କହିଛନ୍ତି।

ସୂଚନା ମୁତାବକ ୟାମିନୀ ଏବେ ଷ୍ଟାର୍‌ ପ୍ଲସରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଶୋ' 'ଗୁମ୍‌ ହୈ କିସି କେ ପ୍ୟାର୍‌ ମେଁ'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ସେ ଲିଡ୍‌ କ୍ୟରେକ୍ଟରର ପିଉସୀ ଚରିତ୍ରରେ ଅଭିନୟ କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe