/odisha-reporter/media/post_attachments/uploads/2021/12/Niel-and-aishwariya.jpg)
Niel and aishwariya
ମୁମ୍ବାଇ: ସାତ ଜନ୍ମର ସାଥୀ ହେଲେ ରିଲ ଲାଇଫ୍ର ଭାଉଜ-ଦିଅର। ରିଅଲ ଲାଇଫରେ ସାଜିଲେ ପତି-ପତ୍ନୀ। ପାଖି ଓରଫ ଐଶ୍ୱର୍ଯ୍ୟାଙ୍କ ମଥାରେ ସିନ୍ଦୂର ଦେଲେ ବିରାଟା ଓରଫ ନୀଲ ଭଟ୍ଟ। 'ଗୁମ୍ ହୈ କିସି କେ ପ୍ୟାର୍ ମେଁ'ର ଲିଡ୍ ଅଭିନେତା ନୀଲ ଭଟ୍ଟ ଓ ଅଭିନେତ୍ରୀ ଐଶ୍ୱର୍ଯ୍ୟା ଶର୍ମାଙ୍କ ପଡ଼ିଲା ହାତ ଗଣ୍ଠି। ଧୂମ୍ଧାମରେ ସରିଲା ବିବାହ।
ଗତକାଲି ଉଜ୍ଜେୟୀନରେ ନୀଲ ଏବଂ ଐଶ୍ୱର୍ଯ୍ୟାଙ୍କ ବିବାହ ହୋଇଛି। ହୋମ ନିଆଁକୁ ସାକ୍ଷୀ ରଖି ଦୁହେଁ ନେଇଛନ୍ତି ସାତ ଫେରା। ଏହି ଦୁଇ ସେଲେବ୍ରିଟିଙ୍କ ବିବାହ ବେଳର ଓ ହଳଦି ଏବଂ ମେହେନ୍ଦି ସେରିମୋନିର କିଛି ଫଟୋ ଏବେ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
କେବଳ ସେତିକି ନୁହେଁ ହଳଦି ଓ ମେହନ୍ଦି ଫଙ୍କସନ୍ର ଭିଡିଓ, ସଙ୍ଗୀତ ଓ ବାରାତ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓରେ ନୀଲ ଏବଂ ଐଶ୍ୱର୍ଯ୍ୟ ବେଶ୍ ଖୁସି ନଜର ଆସିଛନ୍ତି। ନିକଟ ନୀଲ ନିଜ ୟୁଟ୍ୟୁବ ଚ୍ୟାନେଲରେ ପ୍ରି-ୱେଡିଂ ଭିଡିଓ ଶେଆର କରିଥିଲେ। ଏଥିରେ ଦୁହିଁଙ୍କୁ ଅନେକ ଡେଷ୍ଟିନେସନ ସ୍ଥାନରେ ରୋମାନ୍ସ କରୁଥିବା ଦେଖିବାକୁ ମିଳିଥିଲା।
'ଗୁମ୍ ହୈ କିସି କେ ପ୍ୟାର୍ ମେଁ'ର ସିରିଏଲ ଶୁଟିଂ ସେଟ୍ରେ ହିଁ ନୀଏ ଓ ଐଶ୍ୱର୍ଯ୍ୟା ପରସ୍ପର ପ୍ରେମରେ ପଡିଥିଲେ। କିଛି ଦିନ ଉଭୟ ପରସ୍ପରକୁ ଡେଟିଂ କରିବା ପରେ ଚଳିତ ବର୍ଷ ପ୍ରଥମରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିଲା। ହେଲେ କରୋନା ପାଇଁ ଘୁଞ୍ଚି ଯାଇଥିଲା ବିବାହ। ଏବେ ସ୍ଥିତି ସ୍ୱାଭାବିକ ହେବା ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
