Advertisment

ଭୟଙ୍କର ସଡକ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ

ମୁମ୍ବାଇ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ। ଷ୍ଟାର ପ୍ଲସ୍‌ର ଲୋକପ୍ରିୟ ସିରିଏଲ ‘ଗୁମ୍‌ ହୈ କିସି କେ ପ୍ୟାର୍‌ ମେଁ’ର ଭବାନୀ କାକୁ ଓରଫ କିଶୋରୀ ଶହାଣେଙ୍କ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି। ଏକ ଟ୍ରକ୍‌ ସହ ତାଙ୍କ କାର୍ ଧକ୍କା ହୋଇଛି। ତେବେ ଭାଗ୍ୟବଶତଃ ଏଥିରୁ ବର୍ତ୍ତି ଯାଇଛନ୍ତି ଅଭିନେତ୍ରୀ କିଶୋରୀ। ଏନେଇ ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସେ ନିଜେ ସୂଚନା ଦେଇଛନ୍ତି। ଶନିବାର କିଶୋରୀ ଏବଂ ତାଙ୍କ ପରିବାର ମିଶି କାର୍‌ରେ କେଉଁ […]

ଭୟଙ୍କର ସଡକ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ

kishori-shahane

Advertisment

ମୁମ୍ବାଇ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ। ଷ୍ଟାର ପ୍ଲସ୍‌ର ଲୋକପ୍ରିୟ ସିରିଏଲ 'ଗୁମ୍‌ ହୈ କିସି କେ ପ୍ୟାର୍‌ ମେଁ'ର ଭବାନୀ କାକୁ ଓରଫ କିଶୋରୀ ଶହାଣେଙ୍କ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି। ଏକ ଟ୍ରକ୍‌ ସହ ତାଙ୍କ କାର୍ ଧକ୍କା ହୋଇଛି। ତେବେ ଭାଗ୍ୟବଶତଃ ଏଥିରୁ ବର୍ତ୍ତି ଯାଇଛନ୍ତି ଅଭିନେତ୍ରୀ କିଶୋରୀ। ଏନେଇ ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସେ ନିଜେ ସୂଚନା ଦେଇଛନ୍ତି।

Advertisment

ଶନିବାର କିଶୋରୀ ଏବଂ ତାଙ୍କ ପରିବାର ମିଶି କାର୍‌ରେ କେଉଁ ଆଡେ ଯାଉଥିଲେ। ଏତିକି ବେଳେ ଏକ ଟ୍ରକ୍‌ ସହ ତାଙ୍କ କାରର ଧକ୍କା ହୋଇଥିଲେ। ଏଥିରେ ତାଙ୍କ କାର୍‌ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେ ଏବଂ ତାଙ୍କ ପରିବାର ସୁରକ୍ଷିତ ଅଛନ୍ତି। କିଶୋରୀ ଫଟୋ ଶେଆର କରି, ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବାରୁ ଭଗବାନଙ୍କୁ ଧନ୍ୟବାଦ ଜଣାଛନ୍ତି।

ଅଭିନେତ୍ରୀଙ୍କ ଦୁର୍ଘଟଣା ଖବର ସାମ୍ନାକୁ ଆସିବା ପରେ ତାଙ୍କ କୋ-ଷ୍ଟାର୍‌ର୍ସ ଏବଂ ଫ୍ୟାନ୍‌ମାନେ ଚିନ୍ତିତ ହୋଇପଡିଛନ୍ତି। ନିଜର ଧ୍ୟାନ ରଖିବାକୁ ତାଙ୍କୁ ତାଙ୍କର ଜଣେ ଫ୍ୟାନ୍‌ ସୋଶାଲ ମିଡିଆ ଜରିଆରେ ପରାମର୍ଶ ଦେଇଛନ୍ତି।

Advertisment

ସୂଚନା ମୁତାବକ, କିଶୋରୀ ସାହାଣେ ସିରିଏଲ 'ଗୁମ ହୈ କିସି କେ ପ୍ୟାର୍‌ ମେଁ'ରେ ଭବାନୀ କାକୁ ଚରିତ୍ରରେ ଅଭିନୟ କରୁଛନ୍ତି। ତାଙ୍କର ଏହି ଚରିତ୍ରଟି ଦର୍ଶକଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ। ଏହି ଅଭିନେତ୍ରୀ ଜଣକ ଟିଭି ଏବଂ ଫିଲ୍ମ ଉଭୟରେ କାମ କରିଛନ୍ତି। ସେ ଟେଲିଭିଜନ ଏବଂ ବିଲିଉଡ ଇଣ୍ଡଷ୍ଟ୍ରି ଉଭୟ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି। ସେ ମରାଠି ଫିଲ୍ମରେ ମଧ୍ୟ କାମ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe