Advertisment

ଝଲକ୍ ଦିଖଲା ଜା-୧୦ର ଟ୍ରଫି ହାତେଇଲେ ଗୁଞ୍ଜନ

ମୁମ୍ବାଇ: ଲୋକପ୍ରିୟ ଡ୍ୟାନ୍ସିଂ ରିଆଲିଟି ଶୋ’ ଝଲକ ଦିଖଲା ଜା-୧୦ରେ ବାଜି ମାରିନେଲେ କୁନି ଡ୍ୟାନ୍ସର୍ ଗୁଞ୍ଜନ ସିହ୍ନା । ବଡ ବଡ ଡ୍ୟାନ୍ସର୍ ମାନଙ୍କୁ ପଛରେ ପକାଇ ହାତେଇନେଲେ ଟ୍ରଫି। ରବିବାର ଏହି ଶୋ’ର ଗ୍ରାଣ୍ଡ ଫାଇନାଲ ଥିଲା। ଗୁଞ୍ଜନଙ୍କ ବ୍ୟତୀତ ଶୋ’ରେ ଫାଇନାଲିଷ୍ଟ ଥିଲେ ରୁବିନା ଦିଲାଇକ, ଶ୍ରୀତି ଝା, ନିଶାନ୍ତ ଭଟ୍ଟ, ଫୈସଲ ଶେଖ ଏବଂ ଗଶ୍ମୀର ମହାଜନୀ। ଏସମସ୍ତଙ୍କୁ ପଛରେ ପକାଇ ଶୋ’ର ୱିନର ହେଲେ ଗୁଞ୍ଜନ ସିହ୍ନା। ବିଜେତା ଗୁଞ୍ଜନ […]

author-image
Madhupriya Mistry
ଝଲକ୍ ଦିଖଲା ଜା-୧୦ର ଟ୍ରଫି ହାତେଇଲେ ଗୁଞ୍ଜନ

gunjan-sinha-tejas-verma-won-jhalak-dikhhla-jaa-

ମୁମ୍ବାଇ: ଲୋକପ୍ରିୟ ଡ୍ୟାନ୍ସିଂ ରିଆଲିଟି ଶୋ’ ଝଲକ ଦିଖଲା ଜା-୧୦ରେ ବାଜି ମାରିନେଲେ କୁନି ଡ୍ୟାନ୍ସର୍ ଗୁଞ୍ଜନ ସିହ୍ନା । ବଡ ବଡ ଡ୍ୟାନ୍ସର୍ ମାନଙ୍କୁ ପଛରେ ପକାଇ ହାତେଇନେଲେ ଟ୍ରଫି।

Advertisment

ରବିବାର ଏହି ଶୋ’ର ଗ୍ରାଣ୍ଡ ଫାଇନାଲ ଥିଲା। ଗୁଞ୍ଜନଙ୍କ ବ୍ୟତୀତ ଶୋ’ରେ ଫାଇନାଲିଷ୍ଟ ଥିଲେ ରୁବିନା ଦିଲାଇକ, ଶ୍ରୀତି ଝା, ନିଶାନ୍ତ ଭଟ୍ଟ, ଫୈସଲ ଶେଖ ଏବଂ ଗଶ୍ମୀର ମହାଜନୀ। ଏସମସ୍ତଙ୍କୁ ପଛରେ ପକାଇ ଶୋ’ର ୱିନର ହେଲେ ଗୁଞ୍ଜନ ସିହ୍ନା। ବିଜେତା ଗୁଞ୍ଜନ ସିହ୍ନା ଏବଂ ତେଜସ୍ ବର୍ମା ଶୋ’ର ଟାଇଟଲ୍ ପାଇଛନ୍ତି।

ଗୁଞ୍ଜନ ସିହ୍ନା ଏବଂ ତେଜସ୍ ବର୍ମା ଖୁବ୍ କମ୍ ବୟସରେ ରିଅଲିଟି ଶୋ ଜିତିଛନ୍ତି। ଶୋ ’ରେ ଗୁଞ୍ଜନଙ୍କୁ ଟ୍ରଫି ସହିତ ତେଜସଙ୍କୁ ୨୦ ଲକ୍ଷ ଟଙ୍କା ମିଳିଛି। ରୁବିନା-ଫୈସଲ ପ୍ରଥମ ଏବଂ ଦ୍ଵିତୀୟ ରନର୍ସଅପ୍ ହୋଇଛନ୍ତି।

Advertisment
View this post on Instagram

A post shared by ColorsTV (@colorstv)

ଏହି ଶୋ’କୁ କରଣ ଜୋହର, ମାଧୁରୀ ଦୀକ୍ଷିତ ଏବଂ ନୋରା ଫତେହି ଜଜ କରିଥିଲେ। ଶୋ’ର ହୋଷ୍ଟ ଥିଲେ ମନୀଷ ପଲ୍। ଶୋ’ର ଫାଇନାଲ୍ ରାଉଣ୍ଡରେ ଭେଡିଆ ଷ୍ଟାରକାଷ୍ଟ ମଧ୍ୟ ପ୍ରମୋସନ୍‌ରେ ଆସିଥିଲେ। ଜଜ୍ ପ୍ୟାନେଲରେ ବରୁଣ ଧାୱନ ଏବଂ କ୍ରିତି ସାନନ୍ ମଧ୍ୟ ଯୋଗ ଦେଇଥିଲେ।

ଗୁଆହାଟୀରେ ଜନ୍ମ ହୋଇଥିବା ଗୁଞ୍ଜନଙ୍କ ବୟସ ମାତ୍ର ୮ ବର୍ଷ। ଖୁବ୍ କମ୍ ବୟସରେ ବି-ଟାଉନରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଗୁଞ୍ଜନ। ଝଲକ ଦିଖଲା ଜା ପୂର୍ବରୁ ଗୁଞ୍ଜନ ଡ୍ୟାନ୍ସ ଦିୱାନରେ ନଜର ଆସିଥିଲେ।