/odisha-reporter/media/post_attachments/uploads/2022/11/gurmeet-choudhary-and-debina-bonnerjee.jpg)
gurmeet-choudhary-and-debina-bonnerjee
ମୁମ୍ବାଇ: ପୁଣି ଥରେ ମା’ ହେଲେ ଟେଲିଭିଜନର ଷ୍ଟାର୍ ଦେବୀନା ବାନାର୍ଜୀ। ଗୁରମିତ ଚୌଧୁରୀ ଓ ଦେବୀନା ବାନାର୍ଜୀଙ୍କୁ ଘରୁ ଆସିଲା କୁନି ଅତିଥି। ଗତକାଲି ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏନେଇ ଗୁରମିତ ଓ ଦେବିନା ଇନ୍ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ଜଣାଇଛନ୍ତି।
Advertisment
ଫଟୋ ପୋଷ୍ଟ କରି ଅଭିନେତା କ୍ୟାପସନରେ ଲେଖିଛନ୍ତି, ଆମ ଶିଶୁ କନ୍ୟାକୁ ଏ ଦୁନିଆକୁ ସ୍ୱାଗତ। ଆମେ ପୁଣି ଥରେ ମା-ବାପା ହୋଇଥିବାରୁ ଉତ୍ସାହିତ।
/odisha-reporter/media/post_attachments/onecms/images/uploaded-images/2022/09/09/1481d0f70e9bf3e5562eeaad4bdc332a1662704431346454_original.jpg)
ଏ ଦୁଇ ଷ୍ଟାର୍ କପଲଙ୍କ ପୂର୍ବରୁ ଲିଆନା ନାମକ ଏକ ଝିଅ ଅଛନ୍ତି, ଯାହାର ଜନ୍ମ ଚଳିତ ବର୍ଷ ପ୍ରାରମ୍ଭରେ ହୋଇଥିଲା। ତେବେ ପ୍ରଥମ ଝିଅ ଜନ୍ମ ହେବାର ଠିକ୍ ଚାରି ମାସ ପରେ ପୁଣି ଥରେ ଗର୍ଭବତୀ ଥିବା ନେଇ ଘୋଷଣା କରିଥିଲେ ଦେବୀନା। ୨୦୧୧ରେ ଦେବୀନା ଓ ଗୁରମିତ ବିବାହ କରିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
