Advertisment

ଗୁଡ୍‌ ନ୍ୟୁଜ୍‌ ଦେଲେ ଗୁରମିତ୍‌, ୧୧ ବର୍ଷ ପରେ ମା' ହେବେ ଦେବିନା

ମୁମ୍ବାଇ: ଗୁଡ୍‌ ନ୍ୟଜ୍‌ ଦେଲେ ଟେଲିଭିଜନର ରାମ-ସୀତାଙ୍କ ଯୋଡି। ତାଙ୍କ ଘରକୁ ଆସିବେ ନୂଆ ଅତିଥି। ଖୁବ୍‌ଶୀଘ୍ର ବାପା-ମା’ ହେବାକୁ ଯାଉଛନ୍ତି ଗୁରମିତ ଓ ଦେବିନା। ଏନେଇ ଦେବିନାଙ୍କ ଏକ ଫଟୋ ଶେଆର କରି ଗୁରମିତ ଖୋଦ୍‌ ସୂଚନା ଦେଇଛନ୍ତି। ଗୁରମିତ ଯେଉଁ ଫଟୋ ଶେଆର କରିଛନ୍ତି, ସେଥିରେ ଦେବିନା ଏକ ମିନି ସ୍କର୍ଟ ପିନ୍ଧିଥିବା ବେଳେ ସେ ତାଙ୍କ ବେବି ବମ୍ପ ସହ ନଜର ଆସିଛନ୍ତି। ଫଟୋ ଶେଆର ଗୁରମିତ କ୍ୟାପସନରେ ଲେଖିଛନ୍ତି –‘ବର୍ତ୍ତମାନ ଆମେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଗୁଡ୍‌ ନ୍ୟୁଜ୍‌ ଦେଲେ ଗୁରମିତ୍‌, ୧୧ ବର୍ଷ ପରେ ମା' ହେବେ ଦେବିନା

Gurumit and devina

ମୁମ୍ବାଇ: ଗୁଡ୍‌ ନ୍ୟଜ୍‌ ଦେଲେ ଟେଲିଭିଜନର ରାମ-ସୀତାଙ୍କ ଯୋଡି। ତାଙ୍କ ଘରକୁ ଆସିବେ ନୂଆ ଅତିଥି। ଖୁବ୍‌ଶୀଘ୍ର ବାପା-ମା' ହେବାକୁ ଯାଉଛନ୍ତି ଗୁରମିତ ଓ ଦେବିନା। ଏନେଇ ଦେବିନାଙ୍କ ଏକ ଫଟୋ ଶେଆର କରି ଗୁରମିତ ଖୋଦ୍‌ ସୂଚନା ଦେଇଛନ୍ତି।

Advertisment

ଗୁରମିତ ଯେଉଁ ଫଟୋ ଶେଆର କରିଛନ୍ତି, ସେଥିରେ ଦେବିନା ଏକ ମିନି ସ୍କର୍ଟ ପିନ୍ଧିଥିବା ବେଳେ ସେ ତାଙ୍କ ବେବି ବମ୍ପ ସହ ନଜର ଆସିଛନ୍ତି। ଫଟୋ ଶେଆର ଗୁରମିତ କ୍ୟାପସନରେ ଲେଖିଛନ୍ତି –‘ବର୍ତ୍ତମାନ ଆମେ ଦୁଇରୁ ତିନି ହେବାକୁ ଯାଉଛୁ। ଜୁନିୟର ଚୌଧୁରୀ ଆସିବାକୁ ଯାଉଛି। ତୁମ ସମସ୍ତଙ୍କ ଆଶୀର୍ବାଦ ଆବଶ୍ୟକ।'

Debina and Gurmeet to represent India at world summit

ଦୁହେଁ ତାଙ୍କ ପିଲାଙ୍କୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି। ଦେବିନା ତାଙ୍କ ଗର୍ଭବତୀ ସମୟକୁ ଖୁବ୍‌ ଆନନ୍ଦର ସହ ଅତିବାହିତ କରୁଛନ୍ତି। ଦେବିନାଙ୍କର ଏହି ଖୁସି ଖବର ପାଇ ପ୍ରଶଂସକମାନେ ବହୁତ ଖୁସି ହୋଇ ଯାଇଛନ୍ତି। ଏହି ଷ୍ଟାର କପଲଙ୍କୁ ତାଙ୍କ ଫ୍ୟାନ୍‌ମାନେ ଶୁଭେଚ୍ଛା ଜଣାଇଛନ୍ତି।

Advertisment

Gurmeet Choudhary And Debina Bonnerjee Tie The Knot Again In A Bengali Wedding After 10 Years

ଟିଭି ଅଭିନେତା ଗୁରମିତ ଚୌଧୁରୀ ଏବଂ ଦେବିନା ବାନାର୍ଜୀ ଟେଲି ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଯୋଡି। ଦୁହିଁଙ୍କ ଯୋଡିକୁ ପ୍ରାୟ ସମସ୍ତ ପସନ୍ଦ କରିଥିାନ୍ତି। ୨୦୦୮ରେ ରାମାୟଣ ସିରିଏଲ୍‌ର ଶୁଟିଂ ସେଟ୍‌ରେ ଏଦୁହିଁଙ୍କ ସମ୍ପର୍କ ଆରମ୍ଭ ହୋଇଥିଲା। ଦୁହେଁ ରାମ ସୀତା ରୂପେ ଏଥିରେ ଅଭିନୟ କରିଥିଲେ। ୨୦୧୧ରେ ଗୁରମିତ ଏବଂ ଦେବିନା ବିବାହ କରିଥିଲେ।