Advertisment

ବିଗବସ୍‌କୁ ଚାହତ ପାଣ୍ଡେଙ୍କ ନା’

ମୁମ୍ୱାଇ : ବିଗ ବସ୍‌-୧୪କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସୁକତା ବଢ଼ିବାରେ ଲାଗିଛି। ନିୟା ଶର୍ମାଙ୍କ ପରି ଟେଲି ଅଭିନେତ୍ରୀ ଏଥିରେ ଭାଗ ନେବା ପାଇଁ ରାଜି ହୋଇଥିବା ବେଳେ କିଛି ଟେଲି କଳାକାର ବିଗବସ୍‌କୁ ରିଜେକ୍ଟ କରିଥିବା ଖବର ଶୁଣିବାକୁ ମିଳିଛି। ଏହି ତାଲିକାରେ ଏବେ ଅଭିନେତ୍ରୀ ଚାହତ ପାଣ୍ଡେ ସାମିଲ ହୋଇଛନ୍ତି। ରିପୋର୍ଟ ଅନୁସାରେ ଟେଲି ସିଲିଏଲ୍‌ ‘ହମାରି ବହୁ ସିଲ୍କ’ର ଫେମ୍‌ ଚାହତ ପାଣ୍ଡେଙ୍କୁ ବିଗ୍‌ ବସ୍‌-୧୪ର ଅଫର୍ ମିଳିଥିଲା। ହେଲେ ଚାହତ […]

ଅଦ୍ୟତନ ହୋଇଛି
ବିଗବସ୍‌କୁ ଚାହତ ପାଣ୍ଡେଙ୍କ ନା’

chhhh

Advertisment

ମୁମ୍ୱାଇ : ବିଗ ବସ୍‌-୧୪କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସୁକତା ବଢ଼ିବାରେ ଲାଗିଛି। ନିୟା ଶର୍ମାଙ୍କ ପରି ଟେଲି ଅଭିନେତ୍ରୀ ଏଥିରେ ଭାଗ ନେବା ପାଇଁ ରାଜି ହୋଇଥିବା ବେଳେ କିଛି ଟେଲି କଳାକାର ବିଗବସ୍‌କୁ ରିଜେକ୍ଟ କରିଥିବା ଖବର ଶୁଣିବାକୁ ମିଳିଛି। ଏହି ତାଲିକାରେ ଏବେ ଅଭିନେତ୍ରୀ ଚାହତ ପାଣ୍ଡେ ସାମିଲ ହୋଇଛନ୍ତି।

Advertisment

ରିପୋର୍ଟ ଅନୁସାରେ ଟେଲି ସିଲିଏଲ୍‌ ‘ହମାରି ବହୁ ସିଲ୍କ’ର ଫେମ୍‌ ଚାହତ ପାଣ୍ଡେଙ୍କୁ ବିଗ୍‌ ବସ୍‌-୧୪ର ଅଫର୍ ମିଳିଥିଲା। ହେଲେ ଚାହତ ଶୋ’କୁ ଯିବା ପାଇଁ ମନା କରିଦେଇଛନ୍ତି। ଶୋ’ର ମେକର୍ସ ଚାହତଙ୍କୁ ସିଜନ୍‌-୧୪ର ପ୍ରତିଯୋଗୀ ହେବା ପାଇଁ ଆପ୍ରୋଚ୍‌ କରିଥିଲେ। ଚାହତ ଏଥିରେ ଭାଗ ନେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।

ଚାହତଙ୍କର କହିବା ଅନୁସାରେ ‘ମୁଁ ଏବେ ବିଗ୍‌ ବସ୍‌ରେ ଭାଗ ନେବା ପାଇଁ ପ୍ରସ୍ତୁତ ନାହିଁ। ଦୁଇ ବର୍ଷ ପରେ ଶୋ’ରେ ଭାଗ ନେବା ପାଇଁ ପସନ୍ଦ କରିବି। କିନ୍ତୁ ଏବେ ନୁହେଁ। ଏବେ ସେ ଟିଭି ଶୋ’ରେ ଫୋକସ୍‌ କରିବା ପାଇଁ ଚାହୁଁଛନ୍ତି।’

Advertisment

https://www.instagram.com/p/CDsdU2WBeGL/?utm_source=ig_web_copy_link

‘ହମାରି ବହୁ ସିଲ୍କ’ ବ୍ୟତୀତ ଚାହତ ଟିଭି ଶୋ’ ଆଲାଦିନ୍‌- ନାମ ତୋ ସୁନା ହୋଗା’ରେ ମଧ୍ୟ କାମ କରିଛନ୍ତି। ଟିଭି ଶୋ’ ପବିତ୍ର ବନ୍ଧନରେ ଚାହତ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହା ବ୍ୟତୀତ ସେ ‘ମେରେ ସାଇ-ଶ୍ରଦ୍ଧା ଔର୍‌ ସବୁରୀ’, ‘ଦ୍ୱାରକାଧୀଶ’, ‘ତେନାଲି ରାମ’, ‘ଐସି ଦିବାନଗୀ’, ‘ରିସ୍ତା ଲିଖେଙ୍ଗେ ହମ ନୟା’, ‘ପାଖି’, ‘ହୋଶିୟାର୍‌’ ଓ ‘ରାଧାକୃଷ୍ଣ’ ପରି ଶୋ’ରେ ନଜର ଆସିଥିଲେ।

ସୂଚନାଯୋଗ୍ୟ, ‘ବିଗ୍ ବସ୍ ୧୪’ର ପ୍ରୋମୋ ଆସିଯାଇଛି। ଏହାକୁ ସଲ୍ମାନ୍ ଖାନ୍ଙ୍କ ପନୱେଲ୍ ସ୍ଥିତ ଫାର୍ମହାଉସ୍ରେ ଶୁଟ୍ କରାଯାଇଛି। ତେବେ ଏଥର ‘ବିଗ୍ ବସ୍’ର ନିୟମରେ କିଛି ପରିବର୍ତ୍ତନ କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ସମସ୍ତ ପ୍ରତିଯୋଗୀଙ୍କ କୋଭିଡ୍-୧୯ ଟେଷ୍ଟ୍ କରାଯିବ। ସେହିଭଳି ଶୋ’ ଚାଲିବା ଭିତରେ ଯଦି କାହାର ସ୍ୱାସ୍ଥ୍ୟ ଖରାପ ହେଲା, ତା’ହେଲେ ତାଙ୍କୁ ବାହାର କରି ଦିଆଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe