Advertisment

ଜେଲରେ ସ୍ୱାମୀ, ଯନ୍ତ୍ରଣା ବଖାଣିଲେ ଶିଳ୍ପା

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ସେ ଏବେ ଜେଲ୍‌ରେ ଅଛନ୍ତି। ଏପଟେ ପତ୍ନୀ ଶିଳ୍ପା ସ୍ୱାମୀଙ୍କୁ ଝୁରୁଛନ୍ତି। ସେ ସ୍ୱାମୀ ରାଜଙ୍କ ପାଇଁ ଚିନ୍ତିତ। ଚାରିଆଡୁ ତାଙ୍କୁ ଏବଂ ତାଙ୍କ ସ୍ୱାମୀଙ୍କୁ ଟାର୍ଗେଟ କରାଯାଉଛି। ସୋଶାଲ ମିଡିଆରେ ମଧ୍ୟ ରାଜଙ୍କୁ ନେଇ ସେ ଟ୍ରୋଲର ଶିକାର ହୋଇଛନ୍ତି।  ଏହାରି ଭିତରେ ଶିଳ୍ପା ଏକ ଫଟୋ ପୋଷ୍ଟ କରିଛନ୍ତି। ଗତ ଦୁଇରୁ ୩ ସପ୍ତାହ ଧରି […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଜେଲରେ ସ୍ୱାମୀ, ଯନ୍ତ୍ରଣା ବଖାଣିଲେ ଶିଳ୍ପା

Shilpa

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ସେ ଏବେ ଜେଲ୍‌ରେ ଅଛନ୍ତି। ଏପଟେ ପତ୍ନୀ ଶିଳ୍ପା ସ୍ୱାମୀଙ୍କୁ ଝୁରୁଛନ୍ତି। ସେ ସ୍ୱାମୀ ରାଜଙ୍କ ପାଇଁ ଚିନ୍ତିତ। ଚାରିଆଡୁ ତାଙ୍କୁ ଏବଂ ତାଙ୍କ ସ୍ୱାମୀଙ୍କୁ ଟାର୍ଗେଟ କରାଯାଉଛି। ସୋଶାଲ ମିଡିଆରେ ମଧ୍ୟ ରାଜଙ୍କୁ ନେଇ ସେ ଟ୍ରୋଲର ଶିକାର ହୋଇଛନ୍ତି।  ଏହାରି ଭିତରେ ଶିଳ୍ପା ଏକ ଫଟୋ ପୋଷ୍ଟ କରିଛନ୍ତି।

Advertisment

ଗତ ଦୁଇରୁ ୩ ସପ୍ତାହ ଧରି ଟିଭି ପରଦାରୁ ଗାଏବ ଥିଲେ ଶିଳ୍ପା। ଏବେ ନିକଟରେ ସେ ପୁଣି ଥରେ ସୁଟିଂକୁ ଫେରିଛନ୍ତି। ସୁପର ଡ୍ୟାନ୍ସର ଚାପ୍ଟର-୪ରେ ପୁଣି ଥରେ ଶୁଣିବାକୁ ମିଳିଛି ଶିଳ୍ପାଙ୍କ ସୁପର ସେ ଉପର ଡାଏଲଗ୍‌। ତେବେ ଏହି ସୁଟିଂ ବେଳେ ମଧ୍ୟ ଭାବୁକ ହୋଇପଡିଛନ୍ତି ଶିଳ୍ପା। ସେ ନିଜ ଯନ୍ତ୍ରଣା ବଖାଣିଛନ୍ତି।

ଶିଳ୍ପା ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି- ସ୍ୱାମୀଙ୍କ ପରେ ମହିଳାଙ୍କୁ ଅନେକ କଷ୍ଟ ସହିବାକୁ ପଡେ। ହେଲେ ନିଜ ଅସ୍ତିତ୍ୱ ପାଇଁ ତାଙ୍କୁ ଲଢ଼ିବାକୁ ପଡେ, ନିଜ ପିଲା ଛୁଆଙ୍କ ପାଇଁ ଲଢ଼ିବାକୁ ପଡିବ। ଦୃଢ଼ସଂକଳ୍ପିତ ମହିଳାଙ୍କ ଠାରୁ ଅଧିକ ଶକ୍ତିଶାଳୀ ଆଉ କୌଣସି ଶକ୍ତି ନାହିଁ।'

Advertisment

ଶିଳ୍ପା ଏଭଳି ଫଟୋ ଏବଂ କ୍ୟାପସନ ସାମ୍ନାକୁ ଆସିବା ପରେ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ତାଙ୍କ ଫଟୋରେ ଇନ୍‌ଷ୍ଟାଗ୍ରାମ ଫଲୋଅର୍ସ ଏବଂ ପ୍ରଶଂସକମାନେ ବିଭିନ୍ନ ପ୍ରକାରର କମେଣ୍ଟ କରିଛନ୍ତି।  ତାଙ୍କ ଫ୍ୟାନ୍ସମାନେ ସମର୍ଥନ କରିଛନ୍ତି। ଫଟୋରେ ଶିଳ୍ପା ଏକ ଫ୍ଲୋରାଲ ପ୍ରିଣ୍ଟ ଶାଢ଼ୀ ପିନ୍ଧିଛନ୍ତି।  ଏଥିରେ ସେ ବେଶ୍‌ ସୁନ୍ଦର ଏବଂ ଆଟ୍ରାକ୍ଟିଭ ଲାଗୁଥିବା ବେଳେ ମ୍ୟାଚିଂ ବ୍ଲାଉଜ ସାଙ୍ଗକୁ ଜୁଏଲାରୀ ତାଙ୍କ ଲୁକ୍‌କୁ ଆହୁରି ଆକର୍ଷୀୟ କରୁଛି।

ସୂଚନା ମୁତାବକ ପର୍ଣ୍ଣଗ୍ରାଫି ଫିଲ୍ମ ତିଆରି ମାମଲାରେ ଜୁଳାଇ ୧୯ରେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ ଗିରଫ କରିଥିଲା। ଏବେ ସେ ପୁଲିସ ହେପାଜତରେ ଅଛନ୍ତି। ତାଙ୍କ ବରୋଧରେ ପୁଲିସ ପ୍ରମାଣ ଏକାଠି କରିବା ସହ ତଦନ୍ତ ଜାରି ରଖିଛି। ରାଜଙ୍କ ସହ ତାଙ୍କ ଆଇଟି ହେଡ୍‌ ମଧ୍ୟ ଏହି ମାମଲାରେ ଗିରଫ ହୋଇଛନ୍ତି।  ଅଶ୍ଳିଳ ଫିଲ୍ମ ତିଆରି ମାମଲାରେ ରାଜଙ୍କ ସମେତ ପୁଲିସ ଏଯାଏଁ ୧୧ ଜଣଙ୍କୁ ଗିରଫ କରିସାରିଲାଣି।