Advertisment

ସିଦ୍ଧାର୍ଥଙ୍କ ସହ ଶେଷ ଗୀତ ଶେୟାର କଲେ ଶେହନାଜ

ମୁମ୍ବାଇ: ପୁଣି ଏକାଠି ନଜର ଆସିଲେ ଲଭ୍‌ ବାର୍ଡ ‘ସିଡ୍‌ନାଜ’। ଶେଷ ଥର ପାଇଁ ଦୁହିଁଙ୍କୁ ଦେଖିବାକୁ ମିଳିଲା ଏକାଠି। ସିର୍ଦ୍ଧାର୍ଥଙ୍କ ସହ ଶେଷ ଗୀତ, ଶେଷ ମୁହୂର୍ତ୍ତ ଏବଂ କରିଥିବା ଶେଷ ଶୁଟିଂ ଶେୟାର କଲେ ଶେହନାଜ ଗିଲ୍‌। ରିଲିଜ ହୋଇଛି ବିଗ୍‌ ବସ୍‌-୧୩ ବିଜେତା ତଥା ଦିବଙ୍ଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଓ ଶେହନାଜଙ୍କ ଶେଷ ମ୍ୟୁଜିକ ଭିଡିଓ ଆଲବମ୍‌ ‘ହାବିଟ୍‌’। ଏହି ଗୀତଟି ଏପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ଥିଲା, ଯାହାର ଅଧା ଶୁଟିଂ ହେବାର […]

ଅଦ୍ୟତନ ହୋଇଛି
ସିଦ୍ଧାର୍ଥଙ୍କ ସହ ଶେଷ ଗୀତ ଶେୟାର କଲେ ଶେହନାଜ

Sidharth

Advertisment

ମୁମ୍ବାଇ: ପୁଣି ଏକାଠି ନଜର ଆସିଲେ ଲଭ୍‌ ବାର୍ଡ 'ସିଡ୍‌ନାଜ'। ଶେଷ ଥର ପାଇଁ ଦୁହିଁଙ୍କୁ ଦେଖିବାକୁ ମିଳିଲା ଏକାଠି। ସିର୍ଦ୍ଧାର୍ଥଙ୍କ ସହ ଶେଷ ଗୀତ, ଶେଷ ମୁହୂର୍ତ୍ତ ଏବଂ କରିଥିବା ଶେଷ ଶୁଟିଂ ଶେୟାର କଲେ ଶେହନାଜ ଗିଲ୍‌।

Advertisment

ରିଲିଜ ହୋଇଛି ବିଗ୍‌ ବସ୍‌-୧୩ ବିଜେତା ତଥା ଦିବଙ୍ଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଓ ଶେହନାଜଙ୍କ ଶେଷ ମ୍ୟୁଜିକ ଭିଡିଓ ଆଲବମ୍‌ 'ହାବିଟ୍‌'। ଏହି ଗୀତଟି ଏପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ଥିଲା, ଯାହାର ଅଧା ଶୁଟିଂ ହେବାର ଥିଲା। କିନ୍ତୁ ତଥାପି ଏହି ଅସମ୍ପୂର୍ଣ୍ଣ ଗୀତଟିକୁ ସିଦ୍ଧାର୍ଥ ଏବଂ ଶେହନାଜଙ୍କ ପାଇଁ ରିଲିଜ କରାଯାଇଛି।

Habit: Shehnaaz Gill & Sidharth Shukla's Song Will Get You Emotional

'ହାବିଟ୍‌' ଗୀତ ସିଦ୍ଧାର୍ଥ ଶୁକ୍ଲା ଏବଂ ଶେହନାଜ ଗିଲଙ୍କର ଶେଷ ପ୍ରୋଜେକ୍ଟ ବୋଲି ପ୍ରମାଣିତ ହୋଇଛି । ଉଭୟ ଏହି ଗୀତର ଅଧା ଶୁଟିଂ କରିଥିଲେ ଆଉ ଅଧା ଶୁଟିଂ ବାକି ରହିଥିଲା। କିନ୍ତୁ ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଏହି ପ୍ରଜୋକ୍ଟ ଅଧାରେ ହିଁ ରହିଗଲା। ଶେଷରେ, ଏହି ଦୁଇଜଣଙ୍କ ପ୍ରଶଂସକଙ୍କ ଯୋଗୁଁ ଏହି ଗୀତକୁ ରିଲିଜ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

Advertisment

ଏହି ଗୀତଟିକୁ ଶ୍ରେୟା ଘୋଷାଲ ଗାଇଛନ୍ତି। ଏହି ଅଧୁରା ଗୀତଟିକୁ ଶୁଟିଂ ପଛର କ୍ଲିପ୍ ଜରିଆରେ ସମ୍ପୂର୍ଣ୍ଣ କରାଯାଇଛି। ଗୀତରେ ଶେହନାଜ ଅତ୍ୟନ୍ତ ଭାବୁକ ହୋଇପଡିଥିବା ନଜର ଆସିଛନ୍ତି। ସେପଟେ ହସୁଥିବା ସିଦ୍ଧାର୍ଥ ଶୁକ୍ଲା ପୁଣି ଥରେ ସମସ୍ତଙ୍କ ଅଖିରେ ଲୁହ ଦେଇ ଯାଇଛନ୍ତି।

ସିଦ୍ଧାର୍ଥ ଶୁକ୍ଳାଙ୍କ ଏହି ଶେଷ ଗୀତକୁ ଶୁଣି ତାଙ୍କ ଫ୍ୟାନ୍‌ମାନେ ମଧ୍ୟ ଭାବୁକ ହୋଇପଡିଛନ୍ତି। ଲୋକଙ୍କୁ ଗୀତଟି ବେଶ୍‌ ପସନ୍ଦ ଆସିବା ସହ ସିଦ୍ଧାର୍ଥ ପୁଣି ଥରେ ମନେ ପଡିଛନ୍ତି।

ସେପ୍ଟେମ୍ବର ୨ ତାରିଖରେ ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ ହୋଇଥିଲା। ହୃଦ୍‌ଘାତ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା। ସିଦ୍ଧାର୍ଥ ପୂର୍ବରୁ ହିଁ ବି-ଟାଉନରେ ଷ୍ଟାର୍‌ ଥିଲେ, କିନ୍ତୁ ବିଗ୍‌ ବସ୍‌-୧୩ ଜିତିବା ପରେ ତାଙ୍କ ପପୁଲାରିଟି ଢ଼େର ବଢ଼ିଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe