Advertisment

ବୟକଟ୍‌ 'ଇଣ୍ଡିଆନ୍‌ ଆଇଡଲ୍‌-୧୩' ଦାବି

ମୁମ୍ବାଇ: ବି-ଟାଉନ୍‌କୁ ଗ୍ରାସ କରିଛି ବୟକଟ୍‌ ଟ୍ରେଣ୍ଡ। ସୋଶାଲ ମିଡିଆରେ ବୟକଟ୍‌ ଟ୍ରେଣ୍ଡ ଜାରି ରହିଛି। ବହୁ ବଡ ବଡ ଫିଲ୍ମ ଏହି ବୟକଟ୍‌ ତାଲିକାରେ ସାମିଳ ହୋଇ ଅନେକ କ୍ଷତି ସହିଲେଣି। ଏବେ ଫିଲ୍ମ ପରେ ଏହି ତାଲିକାରେ ସାମିଲ ହୋଇଛି ଲୋକପ୍ରିୟ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌-୧୩’। ରିଆଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍-୧୩’ କୁ ସୋଶାଲ ମିଡିଆରେ ବୟକଟ୍ କରିବାକୁ ଦାବି ଜୋର ଧରିଛି। ମେକର୍ସ ଟପ୍-୧୫ କଣ୍ଟେଷ୍ଟାଣ୍ଟଙ୍କ ଲିଷ୍ଟ ଜାରି କରିଛନ୍ତି। ଲିଷ୍ଟରେ […]

ଅଦ୍ୟତନ ହୋଇଛି
ବୟକଟ୍‌ 'ଇଣ୍ଡିଆନ୍‌ ଆଇଡଲ୍‌-୧୩' ଦାବି

indian-idol-boycott

Advertisment

ମୁମ୍ବାଇ: ବି-ଟାଉନ୍‌କୁ ଗ୍ରାସ କରିଛି ବୟକଟ୍‌ ଟ୍ରେଣ୍ଡ। ସୋଶାଲ ମିଡିଆରେ ବୟକଟ୍‌ ଟ୍ରେଣ୍ଡ ଜାରି ରହିଛି। ବହୁ ବଡ ବଡ ଫିଲ୍ମ ଏହି ବୟକଟ୍‌ ତାଲିକାରେ ସାମିଳ ହୋଇ ଅନେକ କ୍ଷତି ସହିଲେଣି। ଏବେ ଫିଲ୍ମ ପରେ ଏହି ତାଲିକାରେ ସାମିଲ ହୋଇଛି ଲୋକପ୍ରିୟ ରିଆଲିଟି ଶୋ' 'ଇଣ୍ଡିଆନ୍‌ ଆଇଡଲ୍‌-୧୩'।

Advertisment

ରିଆଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍-୧୩’ କୁ ସୋଶାଲ ମିଡିଆରେ ବୟକଟ୍ କରିବାକୁ ଦାବି ଜୋର ଧରିଛି। ମେକର୍ସ ଟପ୍-୧୫ କଣ୍ଟେଷ୍ଟାଣ୍ଟଙ୍କ ଲିଷ୍ଟ ଜାରି କରିଛନ୍ତି। ଲିଷ୍ଟରେ ଅରୁଣାଚଳପ୍ରଦେଶର ରୀତୋ ରୀବାଙ୍କ ନାଁ ନଥିବା ଦେଖିବା ପରେ ୟୁଜର୍ସ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାପରେ ସୋଶାଲ ମିଡିଆରେ ଇଣ୍ଡିଆନ୍ ଆଇଡଲକୁ ବୟକଟ୍ କରିବାକୁ ଦାବି ଜୋର ଧରିଛି।

ରିଆଲିଟି ଶୋ’କୁ ନେଇ ବିବାଦ ସୃଷ୍ଟି ହେବା ଏବେ ଏକ ସାଧାରଣ କଥା ହୋଇଗଲାଣି। ‘ଖତରୋଁ କେ ଖିଲାଡି’ ପରେ ‘ଇଣ୍ଡିଆନ୍ ଆଇଡଲ’କୁ ନେଇ ଏବେ ବିବାଦ ଘନେଇବାରେ ଲାଗିଛି। ପୂର୍ବରୁ ଏହି ଶୋ’କୁ ଦର୍ଶକ ସ୍କ୍ରିପ୍ଟେଡ୍ ବୋଲି ଅଭିଯୋଗ କରୁଥିବାବେଳେ ଏବେ ଏଥିରେ ମୋହର ଲଗାଇଛନ୍ତି ନେଟିଜେନ୍ସ। ଏହାର କାରଣ ହେଉଛନ୍ତି ୧୩ତମ ସିଜିନରେ ଅଡିଶନ ଦେଇଥିବା ରୀତୋ ରୀବା।

Advertisment

୧୮ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଏହି ରିଆଲିଟି ଶୋ’ରେ ଭାଗ ନେଇ ସଫଳ ହେବା ପରେ ଅନେକ ସିଙ୍ଗର ନିଜର କ୍ୟାରିଅର୍ ବନେଇବାରେ ସଫଳ ହୋଇଛନ୍ତି। କିନ୍ତୁ ଏବେ ସବୁକିଛି ବଦଳିଯାଇଛି। ଏବେ ସବୁକିଛି ସ୍କ୍ରିପ୍ଟେଟ୍ ବୋଲି ଅଭିଯୋଗ ହୋଇଛି। ଆଗରୁ ଟ୍ୟାଲେଣ୍ଟ ହଣ୍ଟକୁ ଗୁରୁତ୍ୱ ଦିଆଯାଉ ଥିବାବେଳେ ଏବେ କେବଳ ଟିଆରପିକୁ ଗୁରୁତ୍ୱ ଦିଆଯାଉଛି ବୋଲି ଫ୍ୟାନ୍‌ମାନେ ଅଭିଯୋଗ ଆଣିଛନ୍ତି। ଫଳରେ ଏଥିରେ ଭାଗ ନେଉଥିବା ଅନେକ ପ୍ରତିଯୋଗୀ ନିଜର ପ୍ରତିଭା ଦେଖାଇବାରୁ ବଞ୍ଚିତ ହେଉଛନ୍ତି।

ଠିକ୍‌ ଏପରି ହିଁ କିଛି ଘଟଣା ଜଣେ ଜଣାଶୁଣା ସିଙ୍ଗର ତଥା ମ୍ୟୁଜିକ୍ କମ୍ପୋଜର ରୀତୋ ରୀବାଙ୍କ ସହ ଘଟିଛି। ରୀତୋ ଅରୁଣାଚଳପ୍ରଦେଶର ବାସିନ୍ଦା। ସେ ଜଣେ ଫେମସ୍‌ ୟୁଟ୍ୟୁବାର୍‌ ମଧ୍ୟ। ଶୋ’ର ଅଡିଶନରେ ଭାଗ ନେଇ ନିଜ କମ୍ପୋଜିସନକୁ ଗାଇଥିଲେ ରୀତୋ। ଏହାପରେ ଜଜ ହିମେଶ ରେଶମିୟାଙ୍କ ଏକ ଗୀତ ମଧ୍ୟ ଗାଇଥିଲେ। ରୀତୋଙ୍କୁ ଏହି ଦମ୍‌ଦାର୍‌ ଅଡିଶନ୍‌ ଦେବା ପରେ ସାରା ଦେଶରୁ ପ୍ରଶଂସା ମିଳିଥିଲା। ହେଲେ ତାଙ୍କୁ ସିଲେକ୍ଟ କରାଯାଇନଥିଲା। ଯାହାକୁ ନେଇ ୟୁଜର୍ସମାନେ ଭଡକି ଯାଇଛନ୍ତି। ଏହାକୁ ଏକ ପକ୍ଷପାତ ଶୋ’ ବୋଲି ଅଭିଯୋଗ କରିବା ସହ ବୟକଟ୍ କରିବାକୁ ଦାବି କରିଛନ୍ତି। ରୀତୋଙ୍କୁ ସିଲେକ୍ଟ କରିବା ପାଇଁ ସୋଶାଲ ମିଡିଆରେ ଦାବି ଜୋର ଧରିଛି।

ସେପଟେ ଫ୍ୟାନ୍‌ମାନଙ୍କ ଏଭଳି ସମର୍ଥନ ମିଳୁଥିବା ଦେଖି ରୀତୋ ଖୁସି ହୋଇଯାଇଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେଆର କରି ଲେଖିଛନ୍ତି, 'ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ମୁଁ ପରବର୍ତ୍ତୀ ରାଉଣ୍ଡରେ ସିଲେକ୍ଟ ହୋଇପାରିଲି ନାହିଁ, ସେଥିପାଇଁ ଦୟାକରି ଦୁଃଖିତ ହୁଅନ୍ତୁ ନାହିଁ। ଏହା ମୋ ପାଇଁ ଏକ ବଡ଼ ସଫଳତା ଯେ ମୁଁ ଅଳ୍ପ ସମୟ ମଧ୍ୟରେ ମୋ ରାଜ୍ୟକୁ ପ୍ରତିନିଧିତ୍ୱ କରିବାକୁ ସକ୍ଷମ ହେଲି।'

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe