Advertisment

ପୁଣି ବିବାଦରେ ଇଣ୍ଡିଆନ୍ ଆଇଡଲ ଶୋ’, ସଙ୍ଗୀନ ଅଭିଯୋଗ ଆଣିଲେ ଅନୁ ଅଗ୍ରୱାଲ

ମୁମ୍ବାଇ: ଲୋକପ୍ରିୟ ସିଙ୍ଗିଙ୍ଗ ରିଆଲିଟି ଶୋ’ ଇଣ୍ଡିଆନ୍ ଆଇଡଲ-୧୩ । ଏହି ଶୋ’କୁ ନେଇ ଏବେ ଏକ ନୂଆ ବିବାଦ ସାମ୍ନାକୁ ଆସିଛି। ୧୯୯୦ ଦଶକରେ ରିଳିଜ ହୋଇଥିବା ସୁପର ହିଟ୍ ଫିଲ୍ମ ‘ଆଶିକି’ ଫେମ୍ ଅଭିନେତ୍ରୀ ଅନୁ ଅଗ୍ରୱାଲ ଇଣ୍ଡିଆନ୍ ଆଇଡଲ୍‌-୧୩ର ମେକର୍ସଙ୍କ ଉପରେ ଖପ୍ପା ହୋଇଯାଇଛନ୍ତି । ସେ ଏହି ଶୋ’କୁ ନେଇ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ପ୍ରକୃତରେ ଗତ ସପ୍ତାହରେ ଏହି ଶୋ’ରେ ଫିଲ୍ମ ‘ଆଶିକି’ ସ୍ପେଶାଲ ଏପିସୋଡ ଥିଲା। ଏଥିପାଇଁ ଫିଲ୍ମର […]

author-image
Madhupriya Mistry
ଅଦ୍ୟତନ ହୋଇଛି
ପୁଣି ବିବାଦରେ ଇଣ୍ଡିଆନ୍ ଆଇଡଲ ଶୋ’, ସଙ୍ଗୀନ ଅଭିଯୋଗ ଆଣିଲେ ଅନୁ ଅଗ୍ରୱାଲ

indian-idol 13

ମୁମ୍ବାଇ: ଲୋକପ୍ରିୟ ସିଙ୍ଗିଙ୍ଗ ରିଆଲିଟି ଶୋ’ ଇଣ୍ଡିଆନ୍ ଆଇଡଲ-୧୩ । ଏହି ଶୋ’କୁ ନେଇ ଏବେ ଏକ ନୂଆ ବିବାଦ ସାମ୍ନାକୁ ଆସିଛି। ୧୯୯୦ ଦଶକରେ ରିଳିଜ ହୋଇଥିବା ସୁପର ହିଟ୍ ଫିଲ୍ମ ‘ଆଶିକି’ ଫେମ୍ ଅଭିନେତ୍ରୀ ଅନୁ ଅଗ୍ରୱାଲ ଇଣ୍ଡିଆନ୍ ଆଇଡଲ୍‌-୧୩ର ମେକର୍ସଙ୍କ ଉପରେ ଖପ୍ପା ହୋଇଯାଇଛନ୍ତି । ସେ ଏହି ଶୋ’କୁ ନେଇ ଆଣିଛନ୍ତି ସଙ୍ଗୀନ ଅଭିଯୋଗ।

Advertisment

ପ୍ରକୃତରେ ଗତ ସପ୍ତାହରେ ଏହି ଶୋ’ରେ ଫିଲ୍ମ ‘ଆଶିକି’ ସ୍ପେଶାଲ ଏପିସୋଡ ଥିଲା। ଏଥିପାଇଁ ଫିଲ୍ମର ସମସ୍ତ କାଷ୍ଟଙ୍କୁ ଇଣ୍ଡିଆନ୍ ଆଇଡଲ୍‌ର ସେଟ୍‌କୁ ଆମନ୍ତ୍ରିତ କରାଯାଇଥିଲା। ଶୋ’କୁ ରାହୁଲ ରୟ, ଦୀପକ ତିଜୋରୀ ଓ ଅନୁ ଅଗ୍ରୱାଲଙ୍କ ସହ ଗାୟକ କୁମର ସାନୁ ପହଞ୍ଚିଥିଲେ। ଅନୁ ଏହି ଶୋ’ରେ ଦୀପକ ତିଜୋରୀ ଓ ରାହୁଲ ରୟଙ୍କ ପାଖରେ ବସିଥିଲେ। କିନ୍ତୁ ଯେତେବେଳେ ଏହି ଏପିସୋଡ୍ ଟେଲିକାଷ୍ଟ ହେଲା ସେତେବେଳେ ଅନୁଙ୍କ ଅଧାରୁ ଅଧିକ ସିନ୍ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି।

Indian Idol to welcome the cast of 'Bhediya' and 'Aashiqui', this weekend! | Latest News, Breaking News, National News, World News, India News, Bollywood News, Business News, Politics News, Sports News, Entertainment

ଏକ ସାକ୍ଷାତକାର୍‌ରେ ଅନୁ ଅଗ୍ରୱାଲ ଏହାକୁ ନେଇ ଅସନ୍ତୋଷ ଥିବା କହିଛନ୍ତି। ସେ କହିଛନ୍ତ, ‘ମୁ ବେଶ୍ ଦୁଃଖିତ । ମୁଁ ଶୋ’ରେ ଯାହା କହିଥିଲି ତାହା ବେଶ୍ ମୋଟିଭେସନାଲ ଥିଲା। କିନ୍ତୁ ଏହି ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚିଲା ନାହିଁ । ମୋ ସିନ୍ କାଟି ଦିଆଗଲା। ଏହାକୁ ନେଇ ମୁଁ କୌଣସି ପ୍ରସଙ୍ଗ କରିବି ନାହିଁ, କାରଣ ମୋର କୌଣସି ଇଗୋ ନାହିଁ। ଶୋ’ ସହ ଜଡିତ ସମସ୍ତଙ୍କ ପାଇଁ ମୋ ମନରେ ଭଲ ପାଇବା ରହିଛି।’

Advertisment

ଅନୁ ଅଗ୍ରୱାଲଙ୍କ ସିନ୍ କାଟିବା ଅଭିଯୋଗକୁ ନେଇ ଇଣ୍ଡିଆନ୍ ଆଇଡଲ୍ ମେକର୍ସଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ପୂର୍ବରୁ ମଧ୍ୟ ଏହି ଶୋ’କୁ ନେଇ ଅନେକ ଲୋକେ ଅଭିଯୋଗ ଆଣିସାରିଛନ୍ତି। ପ୍ରତିବର୍ଷ କିଛି ନା କିଛି ବିବାଦକୁ ନେଇ ଏହି ଶୋ’ଚର୍ଚ୍ଚାରେ ରହୁଛି। ଚଳିତ ବର୍ଷ ମଧ୍ୟ ଚର୍ଚ୍ଚାରେ ରହିବା ପାଇଁ କିଛି ଏଭଳି ଫଣ୍ଡା ଆପଣାଇଛି ଏହି ଶୋ’!